ଭୁବନେଶ୍ବର: ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଓବିସି କମିଶନଙ୍କ ସହ ଆଲୋଚନା କରିଛି ବିଜେପି । ରାଜ୍ୟରେ ବସବାସ ଓବିସି ଏବଂ ଏସଇବିସି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନିମନ୍ତେ ବିଜେପିର ଏକ 10 ଜଣିଆ ଦଳ ଓବିସି କମିଶନଙ୍କ ନିକଟରେ ପହଞ୍ଚି ଆଲୋଚନା କରିଛନ୍ତି ।
ଏନେଇ ବିଜେପିର ମୁଖପାତ୍ର ସୁରଥ ବିଶ୍ବାଳ କହିଛନ୍ତି ଯେ, ରାଜ୍ୟରେ ଶତକଡା 54 ଭାଗ ଲୋକ ଓବିସି/ଏସଇବିସି ବର୍ଗର । ତାଙ୍କର 27 ପ୍ରତିଶତ ଦାବି ରହିଛି । ସଂରକ୍ଷଣ କ୍ଷେତ୍ରରେ ତାଙ୍କ ପାଇଁ ସ୍ଥାନ ରଖାଯିବା ଦରକାର ଯାହା ଶିକ୍ଷା, ଚାକିରୀ ଓ ନିର୍ବାଚନ କ୍ଷେତ୍ରରେ ବେସ ସହାୟକ ହେବ । ହେଲେ ରାଜ୍ୟରେ ସେମାନଙ୍କୁ ଏହି ସମସ୍ତ ସୁଯୋଗରୁ ବଞ୍ଚିତ କରାଯାାଉଥିବା ଅଭିଯୋଗ କରିଛି ବିଜେପି ।
ମୁଖ୍ୟ ଦାବି ହେଉଛି 27 ପ୍ରତିଶତ ସାମ୍ବିଧାନିକ ମାନ୍ୟତା ଅଧିକାର ଓବିସିୟଏସିବିସିଙ୍କୁ କାହିଁକି ଦିଆ ଯାଉନାହିଁ । ଏହାକୁ ନେଇ ଓବିସି କମିଶନଙ୍କ ସହ ଆଲୋଚନା କରିଛି ରାଜ୍ୟ ବିଜେପି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ