ETV Bharat / city

ସ୍ମିତାରାଣୀ ମୃତ୍ୟୁ ମାମଲା, ଗୃହ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

author img

By

Published : Oct 23, 2019, 9:59 PM IST

ଯାଜପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ହତ୍ୟା ମାମଲା । ବୁଧବାର ବିଜେପି ପ୍ରତିନିଧି ଦଳ ଏନେଇ ଗୃହ ସଚିବଙ୍କୁ ଭେଟିଛି । କାହିଁକି ତଦନ୍ତ ପରିସରକୁ ତାଙ୍କ ବୃତିଗତ ଜୀବନକୁ ପୋଲିସ ଆଣୁନି ବୋଲି ପ୍ରଶ୍ନ କରିଛି ଦଳ । ଅଧିକ ପଢନ୍ତୁ...

ସ୍ମିତାରାଣୀ ମୃତ୍ୟୁ ମାମଲା ଗୃହ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: ଯାଜପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ହତ୍ୟା ଆଜିକୁ ୭ ଦିନ ପୂରିଲାଣି । ହେଲେ ପୋଲିସ କେବଳ ତଦନ୍ତ ନାଁରେ ତାଙ୍କ ବ୍ୟକ୍ତିଗତ ଜୀବନର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଓଲଟାଇ ଚାଲିଛି । ହେଲେ କାହିଁକି ତାଙ୍କ ବୃତ୍ତିଗତ ଜୀବନକୁ ତଦନ୍ତ ପରିସରକୁ ଅଣାଯାଉ ନାହିଁ ବୋଲି ବିଜେପି ଅଭିଯୋଗ କରିବା ସହ ଗୃହ ସଚିବଙ୍କୁ ପ୍ରଶ୍ନ କରିଛି ।

ମଙ୍ଗଳବାର ସ୍ମିତାରାଣୀଙ୍କ ସ୍ଵାମୀ ମହିଳା କମିଶନ ଓ ପୋଲିସ ଡିଜିଙ୍କ ପାଖରେ କହିଛନ୍ତି ଯେ, ସ୍ମିତାରାଣୀଙ୍କ ଉପରେ ବୃତ୍ତିଗତ ଚାପ ଥିଲା । ଶାସକ ଦଳର କିଛି ନେତା ମିଥ୍ୟା ବିଲ୍ ପାସ୍ କରାଇବା ସହ ପକ୍କାଘର ହିତାଧିକାରୀଙ୍କ ଚୟନରେ ଚଞ୍ଚକତା କରିବା ପାଇଁ ଚାପ ପକାଉଥିଲେ ।

ଏ କଥା ସ୍ମିତାରାଣୀଙ୍କ ସ୍ଵାମୀ ଅନେକ ଥର କହିଛି । ପୋଲିସ ସେ ଦିଗରେ ତଦନ୍ତ କରୁ । ବିଜୁ ପକ୍କାଘର ଯୋଜନା କେଳେଙ୍କାରୀକୁ ଲୁଚାଇବା ପାଇଁ ତାଙ୍କୁ ହତ୍ୟା କରାଯାଇଛି । ଧର୍ମଶାଳା ବିଡ଼ିଓ କାହିଁକି ଏଯାଏଁ ମାମଲା ଦେଇନାହାନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ବୁଧବାର ଏନେଇ ବିଜେପି ପ୍ରତିନିଧି ଦଳ ପକ୍ଷରୁ ଏକ ଟିମ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଦାବି କରିଛି । ମୃତ ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରିଛି ଦଳ । ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ଗୃହ ସଚିବଙ୍କୁ ଭେଟିଛନ୍ତି । ତୁରନ୍ତ ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ହସ୍ତକ୍ଷେପ କରି ମୃତ ସ୍ମିତାରାଣୀଙ୍କୁ
ନ୍ୟାୟ ଦିଅନ୍ତୁ ବୋଲି ପ୍ରତିନିଧି ଦଳ ଦାବି କରିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ସ୍ମିତାରାଣୀ ହତ୍ୟା କୁ ଆଜି ୭ ଦିନ ପୁରିଲାଣି ।ହେଲେ ପୋଲିସ କେବଳ ତଦନ୍ତ ନାରେ ତାଙ୍କ ବ୍ୟକ୍ତିଗତ ଜୀବନ ତଦନ୍ତ କରିଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।।ତାଙ୍କ ବୃତ୍ତିଗତ ଜୀବନ କୁ ତଦନ୍ତ ପରିଷର କୁ ଆଣୁନାହିଁ କାହିଁକି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି । ।ଗତକାଲି ସ୍ମିତାରାଣୀ ଙ୍କ ସ୍ଵାମୀ ମହିଳା କମିଶନ ଓ ପୋଲିସ ଡିଜିଙ୍କ ପାଖରେ କହିଛନ୍ତି ଯେ ,ସ୍ମିତାରାଣୀ ଙ୍କ ଉପରେ ବୃତିଗତ ଚାପ ଥିଲା ।Body:ଶାଶକ ଦଳ ନେତା କିଛି ନେତା ମିଥ୍ୟା ବିଲ୍ ପାସକରାଇବା ।ସହ ପକ୍କାଘର ହିତାଧିକାରୀଙ୍କ ଚୟନରେ ଚଞ୍ଚକତା କରିବା ପାଇଁ ଚାପ ପକାଉଥିଲେ ।ଏ କଥା ସ୍ମିତାରାଣୀ ଙ୍କ ସ୍ଵାମୀ ଅନେକ ଥର କହିଛି ।ପୋଲିସ ସେ ଦିଗରେ ତଦନ୍ତ କରୁ ।ବିଜୁ ପକ୍କାଘର ଯୋଜନା କେଳେଙ୍କାରୀ ଟୁ ଲୁଚାଇବା ପାଇଁ ତାଙ୍କୁ ହତ୍ୟା କରାଯାଇଛି ।ଧର୍ମଶାଳା ବିଡ଼ିଓ କାହିଁକି ଏଯାଏଁ ଏଫାୟାର ଦେଇନାହାନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଆଜି ଏନେଇ ବିଜେପି ପ୍ରତିନିଧି ଦଳ ପକ୍ଷରୁ ଏକ ଟିମ ମୁଖ୍ୟ ଶାସନ ସଚିବ ଙ୍କ ହସ୍ତକ୍ଷେପ ଦାବି କରିଛି ।Conclusion:ମୃତ ସ୍ମିତାରାଣୀ ଙ୍କୁ ନ୍ୟାୟ ଦାବି କରିଛି ଦଳ ।ରାଜ୍ୟ ଉପସଭାପତି ସମୀର ମହାନ୍ତି ଙ୍କ ନେତୃତ୍ୱରେ ଏକ ଦଳ ଗୃହ ସଚିବ ଙ୍କୁ ଭେଟିଛନ୍ତି ।ତୁରନ୍ତ ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ହସ୍ତକ୍ଷେପ କରି ମୃତ ସ୍ମିତାରାଣୀ ଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ପ୍ରତିନିଧି ଦଳ ଦାବି କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.