ETV Bharat / city

ହାତରେ ପଦ୍ମ ଧରି ଭୋଟ ଦେଲେ ବିଜେପି ମେୟର ପ୍ରାର୍ଥିନୀ ସୁନୀତି

author img

By

Published : Mar 24, 2022, 11:34 AM IST

Updated : Mar 24, 2022, 11:43 AM IST

ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଭୋଟ ଦେଲେ ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ ଏବଂ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

Municipal Election: ମତ ସାବ୍ୟସ୍ତ କଲେ ବିଜେପି ମେୟର ପ୍ରାର୍ଥୀ ଏବଂ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ବର: ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ । ନେତା ବାଛୁଛନ୍ତି ସହରବାସୀ । କଡା ସୁରକ୍ଷା ମଧ୍ୟକେ ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଭୋଟ ଦେଇଛନ୍ତି ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ । ଭୁବନେଶ୍ବର ମହାନଗର ନିଗମର 32 ନମ୍ବର ୱାର୍ଡର ଝାରପଡ଼ା ସ୍କୁଲରେ ସେ ମତଦାନ କରିଛନ୍ତି । ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ନିଜର ଭୋଟ ସାବ୍ୟସ୍ତ କରିଛନ୍ତି । ମହାନଗର ନିଗମର ଓଲ୍ଡଟାଉନ ସ୍ଥିତ ବିଏମ ସ୍କୁଲରେ ସେ ମତଦାନ କରିଛନ୍ତି ।

ମତଦାନ ସାବ୍ୟସ୍ତ କରିବା ପରେ ପ୍ରତିକ୍ରିୟାରେ ସୁନିତୀ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ଭୋଟ ପାଇଁ ଉତ୍ସାହ ଅଛି । ଜନସାଧାରଣ ଭୋଟ ଦେଇ ଉତ୍ସାହିତ ଅଛନ୍ତି । ଆଶା କରୁଛି ଆହୁରି ସାଧାରଣ ଲୋକେ ଆସି ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବା ସହ ଭୋଟ ଦେବେ ।

ପ୍ରକାଶଥାଉକି, ସାରା ରାଜ୍ୟର 59 ଟି ଏନଏସି, 47 ଟି ପୌର ପରିଷଦ ଏବଂ 3 ଟି ମହାନଗର ନିଗମର 17 ଶହ 37 ୱାର୍ଡରେ ଆଜି ନିର୍ବାଚନ ହେଉଛି । ଏଥିପାଇଁ 4 ହଜାର 3 ଶହ 73 ବୁଥରେ ମୋଟ 40 ଲକ୍ଷ 55 ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Mar 24, 2022, 11:43 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.