ETV Bharat / city

ମହିଳା କଙ୍କାଳ ମିଳିବା ଘଟଣା, ବିଚାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଯାଆଁଳା ଫାଣ୍ଡିରେ ସିଜ ହୋଇଥିବା ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ବିଚାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି । ଅଧିକ ପଢନ୍ତୁ...

ମହିଳା କଙ୍କାଳ ମିଳିବା ଘଟଣା, ବିଚାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ମହିଳା କଙ୍କାଳ ମିଳିବା ଘଟଣା, ବିଚାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
author img

By

Published : Mar 17, 2021, 9:08 PM IST

ଭୁବନେଶ୍ବର: ଯାଆଁଳା ଫାଣ୍ଡିରେ ସିଜ୍ ହୋଇଥିବା ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନୁହେଁ, ବିଚାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ମହିଳା ମୋର୍ଚ୍ଚା । ଏହା ଦାବି କରି ବୁଧବାର ପୋଲିସ କମିଶନରଙ୍କୁ ଭେଟିଛି ମୋର୍ଚ୍ଚା ।

ମହିଳା କଙ୍କାଳ ମିଳିବା ଘଟଣା, ବିଚାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ କମିଶନରେଟ ପୋଲିସ ମୁଖ୍ୟାଳୟକୁ ଆସି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଛି ଦଳ । ଏହାସହ ଫାଣ୍ଡି ଭିତରେ ମହିଳାଙ୍କ ସହ ଘଟିଥିବା ଅଭାବନୀୟ ଘଟଣାକୁ ନିନ୍ଦା କରିଛି । ରାସ୍ତାରେ, ଘାଟରେ ଓ ଘରେ ମହିଳା ବିରୋଧୀ ହିଂସାକାଣ୍ଡ ଘଟୁଛି । ହେଲେ ଫାଣ୍ଡି ଭିତରେ କିପରି ମହିଳାଙ୍କ ସହିତ ଏପରି କିପରି ହୋଇଛି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ମହିଳା ମୋର୍ଚ୍ଚା । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସପେଣ୍ଡ ହୋଇଥିବା ଏଏସଆଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ଏଏସଆଇ ଦବଙ୍ଗଗିରି ସ୍ଥାନୀୟ ଅଞ୍ଚଳରେ ଚାଲୁଥିବା ନେଇ ଦଳ ଅଭିଯୋଗ କରିଛି । ସମ୍ପୃକ୍ତ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ତାହା ପୋଲିସ ସ୍ପଷ୍ଟ କରୁ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.