ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତେଜିବାରେ ଲାଗିଛି ବିରୋଧ । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ବଞ୍ଚାଅ(save srimandira campaign) ନାଁରେ ଏକ ଅଭିଯାନ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଚାଲିଥିବା ଏହି ଅଭିଯାନରେ ବିଜେପିର ଅଧିକାଂଶ ନେତାମାନେ ସାମିଲ ହୋଇ ଟ୍ବିଟ୍ କରୁଛନ୍ତି । ପ୍ରକଳ୍ପର ପ୍ରତିବାଦରେ ଏକ ପୋଷ୍ଟର ହାତରେ ଧରି ନେତାମାନେ ତାହାକୁ ସୋସିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି । ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଅଭିଯାନରେ ସାମିଲ ହୋଇଛନ୍ତି ।
ସମୀର ମହାନ୍ତି ହାତରେ ପ୍ରତିବାଦ ପୋଷ୍ଟର ଧରି ଏକ ଫୋଟ ନିଜ ଟ୍ବିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ଆମର ଇଷ୍ଟଦେବତା । ସବୁ ଓଡିଆଙ୍କ ପରିଚୟ । ଶ୍ରୀମନ୍ଦିର ଆମ ସଂସ୍କୃତିର ପ୍ରାଣକେନ୍ଦ୍ର । ତାର ସୁରକ୍ଷା ଆଜି ଗଣମାଧ୍ୟମ ତଥା ଓଡିଶାର ପୁରପଲ୍ଲୀରେ ମୁଖ୍ୟ ଆଲୋଚନାର ପ୍ରସଙ୍ଗ । ଜଣେ ଜଗନ୍ନାଥ ପ୍ରେମୀ ତଥା ଓଡିଶା ଭାବେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ମୁଁ ସାମିଲ ହୋଇଛି । ଶ୍ରୀମନ୍ଦିର ତଥା ଆମ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଏବଂ ଅନ୍ୟମାନଙ୍କୁ ପ୍ରେରିତ କରିବା ପାଇଁ ସେ ଆହ୍ବାନ କରିଛନ୍ତି । ଏଥିସହ ରାଜ୍ୟ ସରକାର ଯାହା କରୁଛନ୍ତି ଆଇନ ଅନୁଯାୟୀ କରନ୍ତୁ ବୋଲି କହିଛନ୍ତି ସମୀର କହିଛନ୍ତି ।
-
ମହାପ୍ରଭୁ ଜଗନ୍ନାଥ ଆମର ଇଷ୍ଟ ଦେବତା। ସବୁ ଓଡି଼ଆଙ୍କ ପରିଚୟ । ଶ୍ରୀମନ୍ଦିର ଆମ ସଂସ୍କୃତିର ପ୍ରାଣକେନ୍ଦ୍ର । ତାର ସୁରକ୍ଷା ଆଜି ଗଣମାଧ୍ଯମ ତଥା ଓଡି଼ଶାର ପୁରପଲ୍ଲୀରେ ମୁଖ୍ଯ ଆଲୋଚନାର ପ୍ରସଙ୍ଗ। ଜଣେ ଜଗନ୍ନାଥ ପ୍ରେମୀ ତଥା ସ୍ବାଭିମାନୀ ଓଡ଼ିଆ ଭାବେ ମୁଁ #SaveShreemandirPuri ଅଭିଯାନରେ ସାମିଲ୍ ହେଇଛି । pic.twitter.com/Dq9IKhJXFB
— Samir Mohanty (@SamirMohantyBJP) April 15, 2022 " class="align-text-top noRightClick twitterSection" data="
">ମହାପ୍ରଭୁ ଜଗନ୍ନାଥ ଆମର ଇଷ୍ଟ ଦେବତା। ସବୁ ଓଡି଼ଆଙ୍କ ପରିଚୟ । ଶ୍ରୀମନ୍ଦିର ଆମ ସଂସ୍କୃତିର ପ୍ରାଣକେନ୍ଦ୍ର । ତାର ସୁରକ୍ଷା ଆଜି ଗଣମାଧ୍ଯମ ତଥା ଓଡି଼ଶାର ପୁରପଲ୍ଲୀରେ ମୁଖ୍ଯ ଆଲୋଚନାର ପ୍ରସଙ୍ଗ। ଜଣେ ଜଗନ୍ନାଥ ପ୍ରେମୀ ତଥା ସ୍ବାଭିମାନୀ ଓଡ଼ିଆ ଭାବେ ମୁଁ #SaveShreemandirPuri ଅଭିଯାନରେ ସାମିଲ୍ ହେଇଛି । pic.twitter.com/Dq9IKhJXFB
— Samir Mohanty (@SamirMohantyBJP) April 15, 2022ମହାପ୍ରଭୁ ଜଗନ୍ନାଥ ଆମର ଇଷ୍ଟ ଦେବତା। ସବୁ ଓଡି଼ଆଙ୍କ ପରିଚୟ । ଶ୍ରୀମନ୍ଦିର ଆମ ସଂସ୍କୃତିର ପ୍ରାଣକେନ୍ଦ୍ର । ତାର ସୁରକ୍ଷା ଆଜି ଗଣମାଧ୍ଯମ ତଥା ଓଡି଼ଶାର ପୁରପଲ୍ଲୀରେ ମୁଖ୍ଯ ଆଲୋଚନାର ପ୍ରସଙ୍ଗ। ଜଣେ ଜଗନ୍ନାଥ ପ୍ରେମୀ ତଥା ସ୍ବାଭିମାନୀ ଓଡ଼ିଆ ଭାବେ ମୁଁ #SaveShreemandirPuri ଅଭିଯାନରେ ସାମିଲ୍ ହେଇଛି । pic.twitter.com/Dq9IKhJXFB
— Samir Mohanty (@SamirMohantyBJP) April 15, 2022
କହିରଖୁଛୁ କି, ପୂର୍ବରୁ ସାଂସଦ ଅପରାଜିତା ଷଡଙ୍ଗୀ ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ସଂସଦରେ ମତ ରଖିଥିଲେ । କିନ୍ତୁ ଏହାକୁ ବିଜେଡି ସାଂସଦ ପିନାକୀ ମିଶ୍ର ସମାଲୋଚନା କରିଥିଲେ । ପୁରୀରେ ସୌନ୍ଦର୍ଯ୍ୟକରଣ ନାଁରେ ରାଜ୍ୟ ସରକାର ବେଆଇ ଖନନ କରି ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଜେପି ଅଭିଯୋଗ କରୁଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ