ETV Bharat / city

ପ୍ରତାପ ଦେବଙ୍କ ମନ୍ତବ୍ୟକୁ ଟାର୍ଗେଟ କରି ଜବାବ ରଖିଲେ ବିଜେପି ନେତ୍ରୀ - ବିଜେଡି ନେତା

ଉପ ନିର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ଚାଲିଛି ଦୋଷ ଲଦାଲଦି । ବିଜେଡି ନେତାଙ୍କ ମନ୍ତବ୍ୟକୁ ଟାର୍ଗେଟ କଲେ ବିଜେପି ନେତା । କହିଲେ ସ୍ବାଭିମାନର ସହ ବଞ୍ଚିବା ପାଇଁ ଆତଙ୍କରାଜ ବିରୋଧରେ ବିଜେପିକୁ ଭୋଟ ଦେବେ ପିପିଲିବାସୀ । ଅଧିକ ପଢନ୍ତୁ...

ପ୍ରତାପ ଦେବଙ୍କ ମନ୍ତବ୍ୟକୁ ଟାର୍ଗେଟ କରି ଜବାବ ରଖିଲେ ବିଜେପି ନେତ୍ରୀ

author img

By

Published : Sep 29, 2021, 10:01 PM IST

ଭୁବନେଶ୍ବର: ରାତି ପାହିଲେ ପିପିଲି ଉପନିର୍ଵାଚନ । ଆଉ ଏହା ପୂର୍ବରୁ ପିପିଲିର ମାଧିପୁର ଅଞ୍ଚଳରେ ଗତକାଲି ରାତ୍ରିରେ ବୋମାମାଡ ହୋଇଥିଲା । ଆଉ ଏହାକୁ ନେଇ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ତେବେ ଏହି ଘଟଣାରେ ବିଜେଡି ନେତା ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ।

ପ୍ରତାପ ଦେବଙ୍କ ମନ୍ତବ୍ୟକୁ ଟାର୍ଗେଟ କରି ଜବାବ ରଖିଲେ ବିଜେପି ନେତ୍ରୀ

ସେ କହିଛନ୍ତି ଯେତେ ବେଳେ ହାରିଯିବା ଭୟରେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ । ଦେଶ ଭକ୍ତି, ରାଷ୍ଟ୍ରବାଦୀ ଚିନ୍ତାଧାରା ଆମକୁ ଶିଖାଇବେ ନାହିଁ । ଆମେ ଦେଶ ଗଣତନ୍ତ୍ର ପାଇଁ ଶହେ ଥର ହାରିବା ପାଇଁ ପସନ୍ଦ କରିବୁ ପଛେ । କେଉଁଠି ମୁଣ୍ଡ ନୁଆଁଇବାକୁ ପସନ୍ଦ କରିବୁ ନାହିଁ ବୋଲି ଦୃଢୋକ୍ତି ଦେଇଛନ୍ତି ବିଜେପି ନେତ୍ରୀ । ସେପଟେ ବିଜେପି ହାରିଯିବା ଭୟରେ ଏମିତି କହିବା ଗୋଟେ ହାସ୍ୟାସ୍ପଦ କଥା ବୋଲି କହିଛନ୍ତି ପ୍ରତାପ ।

ତେବେ ବିଜେପି ପିପିଲିରେ ଜିତିବ ବୋଲି ଭାବି ସେମାନେ ବୋମା ମାଡ଼ କରିଛନ୍ତି । ଯେଉଁ ଆତଙ୍କରାଜ ପ୍ରଦୀପ ମହାରଥୀଙ୍କ ବେଳେ ଥିଲା ସେଥିରୁ ମୁକ୍ତି ପାଇବା ପାଇଁ ଭୋଟରମାନେ ଆଗକୁ ଆସୁଛନ୍ତି । ଆଉ ଏହି ସମୟରେ ଭୋଟରଙ୍କୁ ଡରାଇବା ପାଇଁ ବିଜେଡ଼ି ହୀନ ଚକ୍ରାନ୍ତ କରୁଛି । ପିପିଲିବାସୀ ସ୍ବାଭିମାନର ସହ ବଞ୍ଚିବା ପାଇଁ ଆତଙ୍କରାଜ ବିରୋଧରେ ଭୋଟ ଦେବେ ଏବଂ ବିଜେପି ଆତଙ୍କରାଜର ମୋଡ ପରିବର୍ତ୍ତନ କରିବା ସହ ପିପିଲି ମାଟିରେ ବିଜେପି ଜିତିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.