ଭୁବନେଶ୍ବର: ବିଜେପିର ପ୍ରଶିକ୍ଷଣ ଶିବିର ପରେ ପରେ ବିଜେଡି ମଧ୍ୟ ପ୍ରତି ନିର୍ବାଚନ ମଣ୍ଡଳୀରରେ ପ୍ରଶିକ୍ଷଣ ଶିବିର ଆୟୋଜିତ କରିବ ବୋଲି କହିଛି । ଏହାକୁ ନେଇ ଆଜି କଟାକ୍ଷ କରିଛି ରାଜ୍ୟ ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ବିଚାର ଧାରା ଓ ମୂଲ୍ୟବୋଧ ରାଜନୀତି ସବୁ ବିଷୟରେ ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୁଏ । ମାତ୍ର ବିଜେଡିର ନା ବିଚାରଧାରା ଅଛି, ନା ସମ୍ବିଧାନ ଅଛି, ନା ମୂଲ୍ୟବୋଧ ଭିତ୍ତିକ ରାଜନୀତି ଅଛି। ତେଣୁ ସେମାନେ କାହାକୁ ନେଇ ଟ୍ରେନିଂ କରିବେ ?
ସେହିପରି ନୀତିଶ କୁମାର ପ୍ରସଙ୍ଗ ନିକଟରେ ଦେଇଥିବା ପ୍ରସ୍ତାବକୁ ମଧ୍ୟ ରାଜ୍ୟ ବିଜେପି କଡା ସମାଲୋଚନା କରିଛି । ନୀତିଶ କହିଛନ୍ତି ମୋତେ ସମର୍ଥନ ଦିଅ ମୁଁ ତୁମକୁ ସ୍ୱତନ୍ତ୍ର ପାହ୍ୟା ଦେବି । କିଛି ଲୋକ ଦିବା ସ୍ୱପ୍ନ ଦେଖୁଛନ୍ତି । ନିତୀଶ କୁମାର, ଅରବିନ୍ଦ କେଜ୍ରିଓ୍ୱାଲ ଦିବା ସ୍ୱପ୍ନ ଦେଖୁଛନ୍ତି । ଆଉ ମମତା ବାନାର୍ଜୀଙ୍କ ସ୍ୱପ୍ନ ସରି ଯାଇଛି । ସେହିପରି ଅଖିଳେଶ ଯାଦବ ବି ମଝିରେ ମଝିରେ ସ୍ୱପ୍ନ ଦେଖନ୍ତି । ଯେବେ ଏହି ଦିବା ସ୍ୱପ୍ନ ଶେଷ ହେବ ସେବେ ନିତୀଶ ବି ଠିକଣା କଥା କହିବେ । ନିତୀଶଙ୍କ ପଦୁଟେ କଥା କୁ ବି କୌଣସି ରାଜନୈତିକ ଦଳ ବର୍ତ୍ତମାନ ଗ୍ରହଣ କରୁ ନାହାନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର