ଭୁବନେଶ୍ବର: ପୌର ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଦଳ ପୌର ନିର୍ବାଚନରେ ପୂର୍ଣ୍ଣ ବହୁମତ ପାଇଛି । ଘୋଡା ବେପାରରେ ବିଜେପି ବିଶ୍ବାସ କରେନାହିଁ । ଯେଉଁଠି ସଂଖ୍ୟା ଗରିଷ୍ଠତା ଅଛି, ସେଠାରେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଲଢିବୁ ଏବଂ ଜିତିବୁ । ସ୍ଵାଧୀନ ଭାବେ ଜିତିଥିବା କର୍ପୋରେଟର ମାନେ ପୁରା ସ୍ବାଧୀନ ଭାବେ ସ୍ଵଇଚ୍ଛାରେ ସେମାନଙ୍କର ମତ ଦେବେ । ଶାସକ ଦଳ ଯାହା କରିବା କଥା କରନ୍ତୁ, ବିଜେପି ଗଣତାନ୍ତ୍ରିକ ଉପାୟରେ ଲଢିବ ବୋଲି ପୃଥ୍ବୀରାଜ କହିଛନ୍ତି ।
ସେହିପରି ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦକୁ ନେଇ କହିଛନ୍ତି ସରକାର ଯାହା କହିଲେ ପୁରୀରେ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ମଠ ମନ୍ଦିର ଭାଙ୍ଗିଲା । ବହୁ ପୁରୁଣା ଘର ଭାଙ୍ଗିଲା କିନ୍ତୁ ଆଜି ପ୍ରତ୍ନତତ୍ତ୍ଵ ବିଭାଗର ଆଳ ନେଇ ଯେଉଁ ସବୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି ଶ୍ରୀମନ୍ଦିରର ସୁରକ୍ଷା କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ବୋଲି କହିଛନ୍ତି ପୃଥ୍ବୀରାଜ ।
ଏଥିରେ ରାଜ୍ୟ ସରକାର ଯେଉଁ ଏବେ ଖନନ କରୁଛନ୍ତି ପୁରୀରେ ଐତିହ୍ୟର ସମ୍ମାନକୁ ପଛରେ ପକାଇ ନିଜ ଜିଦରେ ଅଟଳ ରହିବା ପ୍ରକ୍ରିୟା ବନ୍ଦ କରନ୍ତୁ । ଗୃହ କମିଟିକୁ ଆଳ ଦେଖାଇ ଯଦି ତିଆରି କରିଛନ୍ତି ତେଣୁ ଗୃହ କମିଟି ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ