ETV Bharat / city

ସସ୍ମିତ ପାତ୍ରଙ୍କ ଓବିସି ସଂରକ୍ଷଣ ଟ୍ୱିଟକୁ ବିଜେପିର ଟାର୍ଗେଟ - ପିଙ୍କି ପ୍ରଧାନ ସାମ୍ବାଦିକ ସମ୍ମିଳନୀ

ବିଜେଡିରେ ଓବିସି ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସସ୍ମିତ ପାତ୍ରଙ୍କ ଟ୍ବିଟ୍ ପରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ । ଅଧିକ ପଢନ୍ତୁ....

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଓବିସି ସଂରକ୍ଷଣ ଟ୍ୱିଟକୁ ବିଜେପିର ଟାର୍ଗେଟ

author img

By

Published : Jan 1, 2021, 4:07 PM IST

ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଟ୍ୱିଟକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ । ବିଜେଡି ଦଳରେ ଓବିସି ସଂରକ୍ଷଣ ବ୍ୟବସ୍ଥା ରଖିଲେ ରାଜ୍ୟର ପଛୁଆ ବର୍ଗ କିପରି ଲାଭ ପାଇବେ ସେକଥା ସ୍ପଷ୍ଟ କରନ୍ତୁ ବୋଲି ପିଙ୍କି ପ୍ରଧାନ ପ୍ରଶ୍ନ କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପିଙ୍କି ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଓବିସି ସଂରକ୍ଷଣ ଟ୍ୱିଟକୁ ବିଜେପିର ଟାର୍ଗେଟ

ସେହିପରି ପିଙ୍କି କହିଛନ୍ତି ଯେ, ‘ସସ୍ମିତ ପାତ୍ର ଜଣେ ଜ୍ଞାନୀ ଲୋକ କିନ୍ତୁ ବିଜେଡି ଦଳ ଓ ସରକାର ଭିତରେ କେମିତି ଫରକ ଜାଣିପାରିଲେନାହିଁ । ବିଜେଡି ଦଳରେ ସଂରକ୍ଷଣ ରଖିଲେ କେବଳ ଦଳୀୟ ଲୋକଙ୍କୁ ଫାଇଦା ମିଳିବ । ରାଜ୍ୟର ଜନସାଧାରଣ ପଛୁଆ ବର୍ଗ କିପରି ଲାଭ ପାଇବେ ସେ କଥା ସ୍ପଷ୍ଟ କରନ୍ତୁ ।’

ମଣ୍ଡଳ କମିଶନ ସୁପାରିଶ ଅନୁସାରେ ବହୁ ରାଜ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଲାଗୁ କରିଛନ୍ତି । ହେଲେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି । ସସ୍ମିତଙ୍କ କଥା ଗାଲୁଆଙ୍କ ବାରବାଟୀ ଚାଷ ଭଳି ଲାଗୁଛି ।" ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ ବୋଲି ପିଙ୍କି କହିଛନ୍ତି । ଏଥିସହ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଓବିସି ସଂରକ୍ଷଣ ଲାଗୁ କରିବାକୁ ତିନି ତିନି ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି । ହେଲେ ସେ କଥାକୁ କାହିଁକି ସସ୍ମିତ ପାତ୍ର କହୁନାହାନ୍ତି ବୋଲି ପିଙ୍କି ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡିଆରେ ଟିପ୍ପଣୀ ଦେବା ବନ୍ଦକରି ଶୀଘ୍ର ଓବିସି ଶ୍ରେଣୀ ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ବିଜେପି ନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.