ETV Bharat / city

ମୋହନଙ୍କ ବଡ଼ ଅଭିଯୋଗ, ଖଣି ଦୁର୍ନୀତିରେ ବୁଡ଼ିଛନ୍ତି ରାଜ୍ୟ ସରକାର

author img

By

Published : Sep 8, 2021, 9:32 PM IST

ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ। କୌଣସି କାରଣ ନଦେଇ ଗୃହ ବନ୍ଦ କଲେ ବାଚସ୍ପତି । ୪ଟା ବେଳେ ବାଚସ୍ପତିଙ୍କୁ ଘେରିବାରୁ, ବିରୋଧୀଙ୍କ ବିନା ଉପସ୍ଥିତିରେ ବିନା ଆଲୋଚନରେ ୪ଟି ବିଲ୍ ବାଚସ୍ପତି ପାସ୍ କରାଇନେଲେ । ଅଧିକ ପଢ଼ନ୍ତୁ...

ମହୋନଙ୍କ ବଡ଼ ଅଭିଯୋଗ, ଖଣି ଦୁର୍ନୀତି ବୁଡ଼ିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ। କୌଣସି କାରଣ ନଦେଇ ଗୃହ ବନ୍ଦ କଲେ ବାଚସ୍ପତି । ୪ଟାବେଳେ ବାଚସ୍ପତିଙ୍କୁ ଘେରିବାରୁ, ବିରୋଧୀଙ୍କ ବିନା ଉପସ୍ଥିତିରେ ବିନା ଆଲୋଚନାରେ ୪ଟି ବିଲ୍ ବାଚସ୍ପତି ପାସ୍ କରାଇନେଲେ । ଖଣି ଦୁର୍ନୀତି ନେଇ ଶାହା କମିଶନ ରିପୋର୍ଟ ଦେଇଥିଲେ, ଖଣି ଦୁର୍ନୀତି ଏବେ ବି ଚାଲିିିଛି ।

କମ୍ ଦାମରେ ଉଚ୍ଚ ମାନର ଖଣିଜ ବିକ୍ରି ହେଉଥିବା ନେଇ ଗୃହ ମୁଲତବୀ ହେବାପରେ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ବିରୋଧୀଙ୍କ ଅନୁପସ୍ଥିତିରେ କୌଣସି ବିଲ ପାରିତ ହୋଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ବେଳେ ଅଗଣତାନ୍ତ୍ରିକ ଭାବରେ ଗୃହରେ ବିଲ୍ କରାଯାଇଛି ।

ଆସନ୍ତାକାଲି(ଗୁରୁବାର) ଗୃହରେ ଖଣି ଦୁର୍ନୀତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଣିବ ବିଜେପି । ଆଗାମୀ ଦିନରେ ଏହାର ଜବାବ ଦେବ ବିଜେପି । ଏପର୍ଯ୍ୟନ୍ତ ଶାସକ ଦଳ ଏହି ପ୍ରସଙ୍ଗ କାହିଁକି ଉଠାଉ ନଥିଲେ ବୋଲି ଅଭିଯୋଗ କରିଛନ୍ତି ମୋହନ ମାଝୀ । ବିଜେଡି ନେତା ବିଧାୟକ ଓ ପୂର୍ବତନ ସାଂସଦଙ୍କ ଏହି ଦୁର୍ନୀତିରେ ସଂପୃକ୍ତ ରହିଛନ୍ତି ।

ନିର୍ବାଚନ ବୈତରଣୀ ପାର ପାଇଁ ଏମାନଙ୍କୁ ବ୍ୟବହାର କରୁଥିଲେ ଶାସକ ଦଳ ନେତା । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.