ETV Bharat / city

ଅପରାଜିତାଙ୍କ ହସ୍ତକ୍ଷେପ ପରେ ମନ ପରିବର୍ତ୍ତନ, ଦଳରେ ରହିବେ ଜଗନ୍ନାଥ - ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଆଗପରି ଦଳରେ ରହିବେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗତ କିଛି ଦିନ ହେଲା ଭୁବନେଶ୍ବର ବିଜେପିରେ ଜଗନ୍ନାଥ ଦଳ ଛାଡିବା ନେଇ କମ୍ଫନ ସୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ...

bjp-leader-jagannathan-pradhan
ଅପରାଜିତାଙ୍କ ହସ୍ତକ୍ଷେପ ପରେ ମନ ପରିବର୍ତ୍ତନ,ଦଳରେ ରହିବେ ଜଗନ୍ନାଥ
author img

By

Published : Aug 16, 2021, 8:26 PM IST

ଭୁବନେଶ୍ବର: ବିଜେପିରେ ରହିବେ ଜଗନ୍ନାଥ ପ୍ରଧାନ । ଆଗପରି ଦଳରେ ରହିବେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଭୁବନେଶ୍ବର ସାଂସଦଙ୍କ ହସ୍ତକ୍ଷେପ ପରେ ମନ ପରିବର୍ତ୍ତନ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।

ଅସନ୍ତୋଷ ଥିବା ଭୁବନେଶ୍ବର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥଙ୍କ ପ୍ରଧାନଙ୍କ ସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ କରିଛନ୍ତି । ଆଜି ଦୀର୍ଘ 3 ଘଣ୍ଟା ଧରି ଲମ୍ବା ବୈଠକ ପରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ସମସ୍ତ ବିବାଦର ପରିସମାପ୍ତି ହୋଇଛି l ଦଳରେ ଅଛନ୍ତି ଏବଂ ଆଗପରି ରହିବେ ବିଜେପି ନେତା ଜଗନ୍ନାଥ ପ୍ରଧାନ l ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିର ଯୋଗ ଦେବା ନେଇ ରାଜନୀତିକୁ ସରଗରମ କରିବା ସହିତ ଆଲୋଚନା ଚାଲିଥିଲା। ହେଲେ ଏହାର ପରିସମାପ୍ତି ଘଟିଛି। ବହୁ ଆଲୋଚନା ପରେ ନିଷ୍କର୍ଷ ବାହାରିଛି ଯେ ସେ ଦଳରେ ରହିବେ ଏବଂ ଦଳ ପାଇଁ କାମ କରିବେ ବୋଲି ଜଣାପଡିଛି।

ସୂଚନାଥାଉକି ଗତ କିଛି ଦିନ ଧରି ବିଜେପିର ଏହି ବରିଷ୍ଠ ନେତା ଦଳ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା। ସେ ବିଜେଡିରେ ସାମିଲ ହେବା ନେଇ ମଧ୍ୟ ବେଶ ଚର୍ଚ୍ଚା ଆଲୋଚନା ହେଉଥିଲା । ଭୁବନେଶ୍ବର ବିଜେପିର ଏକ ପୁରୁଣା ଚେହେରା ହୋଇଥିବାବେଳେ ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ଯୋଗୁଁ ଅସନ୍ତୋଷ ଥିବା ଜଣାପଡିଛି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.