ETV Bharat / city

କୋଷ୍ଟାଲ ହାଇୱେକୁ ବିରୋଧ କରୁଥିଲେ ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ

author img

By

Published : Aug 9, 2021, 10:08 PM IST

ଓଡିଶାରେ ହେବ କୋଷ୍ଟାଲ ହାଇୱେ । ଏନେଇ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କୋଷ୍ଟାଲ ହାଇୱକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଦିଲ୍ଲୀପ ମଲ୍ଲିକ । ଅଧିକ ପଢନ୍ତୁ...

bjp leader Dilip mallick on coastal highway issue
କୋଷ୍ଟାଲ ହାଇୱକୁ ବିରୋଧ କରୁଥିଲେ ରାଜ୍ୟ ସରକାର

ଭୁବନେଶ୍ବର : ଓଡିଶାରେ ହେବ କୋଷ୍ଟାଲ ହାଇୱେ । ଏନେଇ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଓଡିଶାରେ ବିକାଶଧାରାରେ ସାମଲି ହେବ । କୋଷ୍ଟାଲ ହାଇୱକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଦିଲ୍ଲୀପ ମଲ୍ଲିକ ।

ବିଜେପି ନେତା ଦିଲ୍ଲୀପ ମଲ୍ଲିକ କୋଷ୍ଟାଲ ହାଇୱେକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ କୋଷ୍ଟଲ ହାଇୱେ କଥା ଯେବେ ପ୍ରଥମେ ଉଠିଲା ବିଜେଡି ତାହାକୁ ବିରୋଧ କରିଥିଲା । 382 କିମି ସମୁଦ୍ର କୂଳ କୋଷ୍ଟ ଲାଇନ ବିକାଶ ହେଲେ ଓଡ଼ିଶାର ଉର୍ନ୍ନତି ହେବ । କିନ୍ତୁ ରାଜ୍ୟ ବିଜେଡି ସରକାର ଏହାକୁ ଚାହୁଁ ନାହିଁନ୍ତି ବୋଧେ । ଏହି ବିଷୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ । ରାଜ୍ୟ ସରକାର ନଚାହିଁଲେ ବି ଏହି କାର୍ଯ୍ୟ ଆରମ୍ଭ ହେବ ।

କୋଷ୍ଟାଲ ହାଇୱେକୁ ବିରୋଧ କରୁଥିଲେ ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ

ରାଜ୍ୟ ସରକାର ଯେତେବେଳେ ରେଲୱେ ଲାଇନ ପାଇଁ ଜମି ଅଧିଗ୍ରହଣ କରି ପାରୁନାହିଁନ୍ତି କିନ୍ତୁ ରେଲୱେ ପଇସା ଦେବାକୁ ପ୍ରସ୍ତୁତ ଅଛି । କିନ୍ତୁ ରାଜ୍ୟ ସରକାରଙ୍କ ଖାମଖିଆଲ ମନ ଭାବ ପାଇଁ ଜମି ଠିକ ସମୟରେ ଅଧିଗ୍ରହଣ ହୋଇ ପାରୁନାହିଁ । ରାଜ୍ୟ ସରକାରଙ୍କ ଅନ୍ତରିକତା ନାହିଁ ରାଜ୍ୟ ସୀମାକୁ କିଏ ପଶି ଆସିବ ତାହା ରାଜ୍ୟ ସରକାର ଜାଣିବା ଉଚିତ । ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ସର୍ବଦା ପ୍ରସ୍ତୁତ। ଏମିତି କହି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ନେତା ଦିଲ୍ଲୀପ ମଲ୍ଲିକ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.