ETV Bharat / city

ବୈଷ୍ଣବ ପୁରୀଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ବିଷ୍ଣୁ, କହିଲେ ଆକ୍ରୋଶର ଶିକାର ସାଧୁବାବା - ନାଗାସାଧୁଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ବିଷ୍ଣୁ

ନାଗାସାଧୁ ବୈଷ୍ଣବ ପୁରୀଙ୍କ ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତିରେ ବିଭ୍ରାଟକୁ ସାମ୍ନାକୁ ଆଣିଥିବାରୁ ସାଧୁ ଆକ୍ରୋଶର ଶିକାର ହୋଇଛନ୍ତି । ଆଉ ଯଦି ସେ ମାନସିକ ବିକାରଗ୍ରସ୍ତ ତାଙ୍କ ରିପୋର୍ଟ ଦେବାକୁ ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି । ଅଧିକ ପଢନ୍ତୁ...

ନାଗାସାଧୁଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ବିଷ୍ଣୁ

author img

By

Published : Apr 10, 2021, 12:46 PM IST

Updated : Apr 10, 2021, 3:41 PM IST

ଭୁବନେଶ୍ବର: ବୈଷ୍ଣବ ପୁରୀ ନାଗା ସାଧୁଙ୍କ ସପକ୍ଷରେ ବିଜେପି । ଶ୍ରୀମନ୍ଦିରରେ ବେଆଇନ ପ୍ରବେଶ ଅଭିଯୋଗରେ ଗିରଫ ହୋଇଛନ୍ତି ନାଗା ସାଧୁ । ତାଙ୍କୁ ପାଗଳ କରାଯାଉଥିବା ନେଇ ସାଧୁ ଅଭିଯୋଗ ଆଣିଛନ୍ତି । ଏନେଇ ଆଜି ବିଜେପି ନେତା ବିଷ୍ଣୁ ସେଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛି ।

ନାଗାସାଧୁ ବୈଷ୍ଣବ ପୁରୀ ଶ୍ରୀମନ୍ଦିରର ନିୟମ ଭଙ୍ଗ ଅଭିଯୋଗରେ ଚୌଦ୍ବାର ଜେଲରେ ରଖାଯାଇଥିଲା । ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ । ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତିରେ ହେଉଥିବା ବିଭ୍ରାଟକୁ ସାମ୍ନାକୁ ଆଣିଥିବାରୁ ସାଧୁ ଆକ୍ରୋଶର ଶିକାର ହୋଇଛନ୍ତି ।

ବୈଷ୍ଣବ ପୁରୀଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ବିଷ୍ଣୁ

ସେହି ଏହି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନାଗା ସାଧୁ ଜଣକ ବ୍ରହ୍ମପୁରର ତୁମ୍ଭନାଥ ସୁବୁଦ୍ଧି । ସେ ଦୀର୍ଘ 8 ବର୍ଷ ଧରି ସନ୍ନ୍ୟାସ ଭାବରେ ଦୀକ୍ଷିତ । ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ରକ୍ଷା ପାଇଁ ଯେଉଁ 4ଟି ଶାଖା ସୃଷ୍ଟି କରିଥିଲେ । ନାଗା ସାଧୁ ହିନ୍ଦୁ ଧର୍ମ ଉପରେ ଆକ୍ରମଣ ହେଲେ ଏମାନେ ପ୍ରତିହତ ପାଇଁ ସୃଷ୍ଟି । ରୋହିନୀ କୁଣ୍ଡର ପଟା ଖୋଲିବା ଭୁଲ କି ଠିକ କହିବିନି । ତେଣୁ ତାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିଜେପି ଦୃଢ ବିରୋଧ କରୁଛି ବୋଲି ବିଷ୍ଣୁ କହିଛନ୍ତି ।

ହିନ୍ଦୁ ଧର୍ମ ଉପରେ ଆକ୍ରମଣ ବେଳେ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଅନ୍ୟ କ୍ଷୁଦ୍ର ଧର୍ମ ଉପରେ ଆକ୍ରମଣ ବେଳେ କଠୋର ପଦକ୍ଷେପ ନିଆଯାଉଛି । ତୁରନ୍ତ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯିବା ସହିତ ଏଭଳି ହିନ୍ଦୁ ସନ୍ଥଙ୍କ ଉପରେ ପଦକ୍ଷେପ ଆଗକୁ ନନେବା ପାଇଁ ଦାବି କରିଛି ବିଜେପି । ଯେତେବେଳେ ହିନ୍ଦୁ ଧର୍ମ ଉପରେ ଆକ୍ରମଣ ହେଉଛି କେହି ବିରୋଧ କିମ୍ବା ପ୍ରତିହତ କରିବାକୁ ଆଗକୁ ଆସୁନାହାଁନ୍ତି ।

800 ବର୍ଷ ତଳେ ବୁଲଗେରିଆରେ ଏକ ସୂର୍ଯ୍ୟ ମନ୍ଦିର ମିଳିଛି। ମେକ୍ସିକୋର ପ୍ରାଚୀନ ନାଁ ମକ୍ଷିକା ଥିଲା। ଅନେକ ଦେଶରେ ହିନ୍ଦୁ ମନ୍ଦିର ପରମ୍ପରା ରହିଛି । ନାଗା ସାଧୁଙ୍କୁ ଅବିଳମ୍ବେ ଖଲାସ କରାଯାଉ । ତେଣୁ ଡାକ୍ତରୀ ଦଳ ନାଗା ସାଧୁଙ୍କ ମାନସିକ ସ୍ଥିତିକୁ ନେଇ ରିପୋର୍ଟ ଦି ଦିଅନ୍ତୁ । ଯଦି ସେ ପାଗଳ ତାଙ୍କର ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉ ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 10, 2021, 3:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.