ETV Bharat / city

ବିନା ତଦନ୍ତରେ ଦେବଗଡ଼ ବିଧାୟକଙ୍କୁ ଗିରଫ ଗଣତନ୍ତ୍ର ପାଇଁ ଶୁଭ ନୁହେଁ କହିଲେ ବାବୁ ସିଂ

author img

By

Published : May 3, 2022, 12:15 PM IST

ବିଡ଼ିଓଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଦେବଗଡ଼ ବିଧାୟକଙ୍କୁ ଗିରଫ ଘଟଣା । ବିନା ତଦନ୍ତରେ ଗିରଫ ଗଣତନ୍ତ୍ର ପାଇଁ ଶୁଭ ନୁହେଁ କହିଲେ ବାବୁ ସିଂ । ଅଧିକ ପଢନ୍ତୁ

ଦେବଗଡ଼ ବିଧାୟକ ଗିରଫ ଘଟଣା, ବିନା ତଦନ୍ତରେ ଗିରଫ ଗଣତନ୍ତ୍ର ପାଇଁ ଶୁଭ ନୁହେଁ କହିଲେ ବାବୁ ସିଂ

ଭୁବନେଶ୍ବର: ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ବିନା ତଦନ୍ତରେ ତାଙ୍କ ସରକାରୀ ବାସଭବନରୁ ଗିରଫ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି ବାବୁ ସିଂ । ଏହି ଘଟଣା ରାଜ୍ୟ ସରକାରଙ୍କ ପୋଲିସ ବିଭାଗର ଅମଲତାନ୍ତ୍ରୀକ ମନମୁଖୀ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ବିଜେପିର ଅଭିଯୋଗ ରାଜ୍ୟରେ ଚାଲିଛି ଅଫିସର ରାଜ୍‌

ସେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ କିଛି ସରକାରୀ ବାବୁ କ୍ଷମତାର ଦୂରୁପଯୋଗ କରି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବିନା ତଦନ୍ତରେ ତାଙ୍କ ସରକାରୀ ବାସଭବନରୁ ଗିରଫ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଆଇନ ତା ବାଟରେ ଯାଉନାହିଁ । ଏହାର ପ୍ରତିବାଦରେ ଆଜି ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହା ବି ପଢନ୍ତୁ- BDOଙ୍କୁ ମାଡ ମାରି ବନ୍ଧା ହେଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ

ତେବେ ସୂଚନା ଥାଉ କି ଗତକାଲି(ରବିବାର) ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଦେବଗଡ଼ର ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର 3 ଜଣ ସହଯୋଗୀଙ୍କୁ କମିଶନରେଟ ପୋଲିସ ସହାୟତାରେ ଗିରଫ କରାଯାଇଥିଲା । କ୍ଷେତ୍ର ପରିଦର୍ଶନ(Field Visit) କରିବାକୁ ଯାଇଥିବା ବେଳେ ବିଡ଼ିଓଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.