ଭୁବନେଶ୍ବର: ନବୀନ ସରକାର ବିରୁଦ୍ଧରେ ବିଜେପିର ହଲ୍ଲାବୋଲ (Halla Bol) । ନବୀନ ନିବାସ ଅଭିମୁଖେ ବାହାରିବା ବେଳେ ଶିଶୁଭବନ ଛକରେ ପ୍ରତିବାଦକାରୀଙ୍କୁ ଅଟକାଇବାରୁ ବିଜେପି କର୍ମୀ ଓ ପୋଲିସ ମୁହଁମୁହିଁ । ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ ।
ସୂଚନା ଅନୁଯାୟୀ ମମିତା ମେହେର ହତ୍ୟାକାଣ୍ଡରେ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଇ ନାହିଁ । ତେବେ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ କରିଥିଲା ବିଜେପି । ଏହି ଘଟଣାରେ CBI ତଦନ୍ତ କରିବା ପାଇଁ ମଧ୍ୟ ଦାବି କରିଛି ବିଜେପି । ତେବେ ଯେତେ ଦିନ ପର୍ଯ୍ୟନ୍ତ ମମିତାଙ୍କୁ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଦଳ କହିଛି ।
ଏହି ଘଟଣାରେ ମମିତାଙ୍କୁ ନ୍ୟାୟ ଦାବି କରି ଆଜି ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ବିଜେପି ତରଫରୁ ଏକ ଶୋଭାଯାତ୍ରା ବାହାରିଥିଲା । ଆନ୍ଦୋଳନକାରୀ ନବୀନ ନିବାସ ଘେରାଉ ବେଳେ ଶିଶୁ ଭବନ ଛକ ନିକଟରେ ଆନ୍ଦୋଳନକାରୀଙ୍କୁ ଅଟକାଇ ପୋଲିସ ଉଠାଇନେଇଥିବା ଜଣାପଡିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ବିକାଶ ଦାସ, ଇଟିଭି ଭାରତ