ETV Bharat / city

ଧାନର ଅଭାବୀ ବିକ୍ରି ନେଇ ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ - ଧାନର ଅଭାବୀ ବିକ୍ରି

ମଣ୍ଡିରେ ଧାନ ବିକ୍ରିକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ । ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ସମ୍ମୁଖରେ ବିକ୍ଷୋଭ । ଅଧିକ ପଢନ୍ତୁ....

bjp krushak morcha protest in bhubaneswar
ଧାନର ଅଭାବୀ ବିକ୍ରି ନେଇ ବିକ୍ଷୋଭ କଲା ବିଜେପି କୃଷକ ମୋର୍ଚ୍ଚା
author img

By

Published : Jun 25, 2021, 12:19 PM IST

ଭୁବନେଶ୍ବର: ମଣ୍ଡିରେ ଧାନ ବିକ୍ରିକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ସମ୍ମୁଖରେ ବିକ୍ଷୋଭ କରିଛି ବିଜେପି କୃଷକ ମୋର୍ଚ୍ଚା। ଟୋକନ ଲେପସ ହୋଇଥିବାରୁ ଧାନ ବିକ୍ରି ହୋଇନଥିବା ଅଭିଯୋଗ କରିଛି ବିଜେପି । ଟୋକନର ସମୟ ଅବଧି କମ ରଖିଥିବାରୁ ଟୋକନ ନଷ୍ଟ ହୋଇଛି । ମଣ୍ଡି ପରିଚାଳନାରେ ସ୍ବଚ୍ଛତା ନାହିଁ । ମିଲର-ସରକାର ମଧୁଚନ୍ଦ୍ରିକା ହୋଇଛି। କଟନୀ ଛଟନୀ ହେଉଛି, ଧାନର ଗୁଣବତ୍ତା ରହୁନାହିଁ, ଡିଜିଟାଇଜେସନ ଠିକ ହୋଇ ନାହିଁ । ଧାନ କିଣା ଓ ବିକ୍ରିରେ ବ୍ୟାପକ ଅବ୍ୟବସ୍ଥା ହେଉଛି । ଏମସପି ଦର ପାଉ ନାହାଁନ୍ତି ଚାଷୀ। ଯାହା ଫଳରେ ଅଭାବୀ ଧାନ ବିକ୍ରି ହେଉଛି।

ଧାନର ଅଭାବୀ ବିକ୍ରି ନେଇ ବିକ୍ଷୋଭ କଲା ବିଜେପି କୃଷକ ମୋର୍ଚ୍ଚା

ଏହି ସମସ୍ୟା ନେଇ ସେକ୍ରେଟାରୀଙ୍କୁ ଚିଠି ଲେଖିଥିଲେ ବି ସରକାର ଶୁଣିଲେ ନାହିଁ । ଏହାର ପ୍ରତିବାଦରେ କର୍ପୋରେଟ ଅଫିସ ସାମାନାରେ ପ୍ରତିବାଦ କରିଛନ୍ତି । ଏନେଇ ତିନିଦିନ ମହଲତ ଦେଇଥିଲେ ସରକାର ନିଦାବିଷ୍ଣୁ ସାଜିବା ରୁ ଆଜି ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି । ଏଥିରେ ଦଳର ପଦାଧିକାରୀ ନେତା ବିଧାୟକ ଓ କର୍ମୀ ଯୋଗଦେଇଛନ୍ତି । ଏନେଇ ସଚିବ ଆସି ଆଲୋଚନା କଲା ପରେ ଧାରଣା ହଟିବ । ନହେଲେ ପ୍ରତିବାଦ ଜାରି ରହିବ ବୋଲି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.