ଭୁବନେଶ୍ବର: ଏମଏସପି ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ ବିଜେଡି ମଧ୍ୟ ବିଜେପିର ଆଭିମୁଖ୍ୟ ଉପରେ ଆରୋପ ଉଠାଇଛି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଧାନର କ୍ବିଣ୍ଟାଲ ପିଛା ଏମଏସପି 2930 ଟଙ୍କା ରଖିବାକୁ ବିଧାନସଭାରେ 2017 ଓ 18ରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା ।
ସେତେବେଳେ ବିଜେପି ଏହାକୁ ସମର୍ଥନ କରିଥିଲା । କେନ୍ଦ୍ରକୁ ଅବଗତ କରାଯାଇଥିଲା । ଏବେ ଏହାକୁ ନେଇ ବିଜେପି କାହାକୁ ଇଙ୍ଗିତ କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର । ଏହା ବିଜେପିର ଦୋମୁହାଁ ନୀତି ନୁହେଁ କି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ