ETV Bharat / city

ଖଣି ଲିଜ୍ ପ୍ରସଙ୍ଗରେ ମିଛ, ଭିତ୍ତିହୀନ ଅଭିଯୋଗ କରୁଛି ବିଜେପି: ବିଜେଡି

author img

By

Published : Jun 16, 2021, 6:24 PM IST

ଖଣି ଲିଜ୍ ଅନିୟମିତତା ପ୍ରସଙ୍ଗରେ ବିଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେଡି । କହିଲା ନିଜ ଛବି ଗଣମାଧ୍ୟମରେ ଚମକାଇବା ପାଇଁ ଏପରି କରିଛନ୍ତି ବିଜେପି ନେତା । ଅଧିକ ପଢନ୍ତୁ...

ଖଣି ଲିଜ୍ ପ୍ରସଙ୍ଗରେ ମିଛ, ଭିତ୍ତିହୀନ ଅଭିଯୋଗ କରୁଛି ବିଜେପି : ବିଜେଡି

ଭୁବନେଶ୍ବର: ଖଣି ଲିଜ୍ ଅନିୟମିତତା ପ୍ରସଙ୍ଗରେ ବିଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ବିଧାୟକ ଦଳ ମିଥ୍ଯା ଓ ଭିତ୍ତିହୀନ ଅଭିଯୋଗ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଲେନିନ କହିଛନ୍ତି, ବିଜେପି ବିଧାୟକ ମୋହନ ମାଝୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଏହା କୌଣସି ତଥ୍ୟ ସମ୍ବଳିତ ନୁହେଁ, କିମ୍ବା ଏଥିରେ କୌଣସି ସତ୍ୟତା ନାହିଁ । ଓଡିଶାରେ ଖଣି ଲିଜ୍ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅନୁସାରେ ହୋଇଛି । କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ଖଣି ସମ୍ପର୍କିତ ଅନୁଷ୍ଠାନ ଓଡିଶାର ଖଣି ଲିଜ୍ ପ୍ରଦାନରେ ଯେଉଁ ସ୍ୱଚ୍ଛତା ଅବଲମ୍ବନ କରିଛନ୍ତି, ତାହାକୁ ଆଦର ଓ ସାଦରରେ ଗ୍ରହଣ କରିଛନ୍ତି । ତେଣୁ ଏ ନେଇ ମୋହନଙ୍କର ମନ୍ତବ୍ୟ ଦେବାର ଅବକାଶ ହିଁ ନଥିଲା । ସେ ଚାହିଁଲେ କେନ୍ଦ୍ରକୁ ଏ ନେଇ ଚିଠି ଲେଖି ଜଣାଇପାରିବେ ।

ଲେନିନ ଆହୁରି ମଧ୍ୟ ସେ କହିଛନ୍ତି ମୋହନଙ୍କର ଖଣି ସମ୍ପର୍କିତ ସାମାନ୍ୟ ଜ୍ଞାନ ନାହିଁ । ତେଣୁ ସେ ଏହି ଭଳି କପୋଳକଳ୍ପିତ ଅଭିଯୋଗ କରିଛନ୍ତି । ନିଜେ ବଞ୍ଚିବା ପାଇଁ ଓ ନିଜର ଛବି ଗଣମାଧ୍ୟମରେ ବାହାର କରିବା ପାଇଁ ମିଛ, ଭିତ୍ତିହୀନ ଓ କପୋଳକଳ୍ପିତ ପ୍ରସଙ୍ଗ ଆଣିଛନ୍ତି । ବିଜୁ ଜନତା ଦଳ ଏହାକୁ ନିନ୍ଦା କରୁଛି । ମୋହନ କେନ୍ଦ୍ର ପାଖରେ ଅଭିଯୋଗ କରିବା ଲାଗି ବିଜେଡି ପ୍ରସ୍ତାବ ଦେଉଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟ ସରକାର କୋଭିଡ ସହ ଲଢୁଥିବାବେଳେ ସେ କେବଳ ନିଜ ଛବି ମିଡିଆରେ ବାହାର କରିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ଲେନିନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.