ETV Bharat / city

ରାଜଧାନୀରେ ବିଜେପିର ତ୍ରିରଙ୍ଗା ବାଇକ ରାଲି, ସାମିଲ ହେଲେ ଶହ ଶହ କର୍ମୀ

author img

By

Published : Aug 11, 2022, 12:28 PM IST

ଭୁବନେଶ୍ବରରେ ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ବାଇକ ରାଲି ଅନୁଷ୍ଠିତ ହୋଇଛି । ଲଘୁଚାପ ଜନିତ ବର୍ଷା ସତ୍ତ୍ବେ ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ବିଜେପିର ତ୍ରିରଙ୍ଗା ବାଇକ ରାଲି, ହର ଘର ତ୍ରିରଙ୍ଗା ନେଇ ଜନ ସଚେତନତା

ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜଧାନୀରେ ତ୍ରିରଙ୍ଗା ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଏହି ରାଲି ଯାଇଥିଲା । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ଏହି ରାଲିରେ ସାମିଲ ହୋଇଥିଲେ । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ ତ୍ରିରଙ୍ଗା ବାଇକ ରାଲି କରାଯିବ ।

ଭାରତ ସ୍ବାଧୀନତାକୁ ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛନ୍ତି ଲୋକେ । ପ୍ରତି ଘରେ ଜାତୀୟ ପତାକା ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗାର ଆହ୍ବାନ ଦେଇଛନ୍ତି । ଏନେଇ ଜନ ସଚେତନତା ଉଦ୍ଦେଶ୍ୟରେ ବୁଧବାର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବରରେ ଏକ ତ୍ରିରଙ୍ଗା ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଜାରି ରହିଥିବା ଲଘୁଚାପ ଜନିତ ବର୍ଷା ସତ୍ତ୍ବେ ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ଉପସ୍ଥିତ ଥିବା କର୍ମୀ ମାନଙ୍କୁ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଧନ୍ୟବାଦ ଜଣାଇବା ସହିତ ଅଗଷ୍ଟ ୧୩, ୧୪ ଓ ୧୫ରେ ଜନ ସାଧାରଣଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.