ETV Bharat / city

ଯୋଡା ଘଟଣା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେପି

author img

By

Published : Apr 18, 2022, 8:55 PM IST

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନାହିଁ । ଦିଗହରା ଆଇନ ବାଟବଣା ଶୃଙ୍ଖଳା ହୋଇପଡିଛି । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ହୋଇଥିଲେ ମଧ୍ୟ ପ୍ରତିଦିନ ହେଉଥିବା ହିଂସା ସୂଚାଉଛି ଯେ ନବୀନ ନିବାସରେ ଆଇନ ବାଟବଣା ହୋଇଯାଇଛି । ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛି ଭାରତୀୟ ଜନତା ପାର୍ଟି ବିଜେପି । ଅଧିକ ପଢନ୍ତୁ

ବିଜେପି
ବିଜେପି

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନାହିଁ । ଦିଗହରା ଆଇନ ବାଟବଣା ଶୃଙ୍ଖଳା ହୋଇପଡିଛି । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ହୋଇଥିଲେ ମଧ୍ୟ ପ୍ରତିଦିନ ହେଉଥିବା ହିଂସା ସୂଚାଉଛି ଯେ ନବୀନ ନିବାସରେ ଆଇନ ବାଟବଣା ହୋଇଯାଇଛି । ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛି ଭାରତୀୟ ଜନତା ପାର୍ଟି ବିଜେପି ।

ଯୋଡା ଘଟଣା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେପି

ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଦଳର ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନାହିଁ । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ହୋଇଥିଲେ ମଧ୍ୟ ପ୍ରତିଦିନ ହେଉଥିବା ହିଂସା ସୂଚାଉଛି ଯେ ନବୀନ ନିବାସରେ ଆଇନ ବାଟବଣା ହୋଇଯାଇଛି । ନିର୍ବାଚନ ସମୟରେ ଓ ନିର୍ବାଚନ ପରେ ଏବଂ ନିର୍ବାଚନ ପୂର୍ବରୁ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ହୋଇଛି ।

ସୋନାଲୀ କହିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ଧାର୍ମିକ ଭାବାବେଗକୁ ଉତ୍ତେଜନା ପ୍ରକାଶ ପାଇଲା । ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଘଟଣା ସ୍ଥଳକୁ ପରିଦର୍ଶନ କରିବାକୁ ଯାଇଥିଲା । ସେଠାରେ ଯାଇ ପ୍ରତିନିଧି ଦଳ ଅନୁଧ୍ୟାନ କରିଛି । ରାଜ୍ୟ ସରକାର ଓଡିଶା ବାସୀଙ୍କ ବିଶ୍ବାସ ସହ ଖେଳ ଖେଳୁଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଆଇନ ଅମାନ୍ୟ ଅଭିଯୋଗରେ ଜାତୀୟ ଜନଜାତି ଆୟୋଗ ପଳାତକ ଘୋଷଣା କରିଛନ୍ତି ।

ଯେଉଁ ଜିଲ୍ଲାର ଜିଲ୍ଲାପାଳ ଆଇନକୁ ଅମାନ୍ୟ କରନ୍ତି, ସେଠାରେ ଆଇନ କେମିତି ଠିକ ହେବ । ଗୋଟିଏ ଗୋଷ୍ଠି ମନ୍ଦିରରେ ପତାକା ଲଗାଇବା ପାଇଁ ଯାଇଥିଲେ । ହେଲେ ଅନ୍ୟ ଏକ ସମ୍ପ୍ରଦାୟର ଗୋଷ୍ଠୀ ଆକ୍ରମଣ କଲେ । ପୋଲିସ ଓ ପ୍ରଶାସନ ପାଖରେ ଖବର ଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ପୋଲିସ ମାଡ ଖାଇଥିବା ଲୋକଙ୍କୁ ଗିରଫ କରିଛି ହେଲେ ମାଡ ମାରିଥିବା ଲୋକ ଖୋଲାଖୋଲି ବୁଲୁଛନ୍ତି । ଏସପି କହିଲେ ମନ୍ଦିରରେ ପତାକା କାହିଁକି ଲାଗିବ ।

ଜାଣିଶୁଣି ସରକାରଙ୍କ ନିର୍ଦ୍ଦେଶରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଫାଟ ସୃଷ୍ଟି କରିଛନ୍ତି । କେନ୍ଦୁଝରବାସୀଙ୍କ ଭାଇଚାରକୁ ନଷ୍ଟ କରିଛନ୍ତି ସରକାର । 2009 ମସିହାରେ କନ୍ଧମାଳ ଦଙ୍ଗା ସମୟରେ ମୁଖ୍ୟମନ୍ତ୍ରୀ ଧର୍ମ ନିରପେକ୍ଷତାର ପ୍ରଚାର କରିଥିଲେ । ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ ଏବଂ ନିର୍ଦୋଷ ମାନଙ୍କ ଉପରେ ଅତ୍ୟାଚାର ବନ୍ଦ କରନ୍ତୁ ବୋଲି ସୋନାଲି ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.