ETV Bharat / city

ରାଜ୍ୟରେ ବିଜେପି ବଢୁଛି, ଛିଡୁଛି ବିଜେଡି ! - ଶେଷ ହେଲା ବିଜେପିର ପ୍ରଶିକ୍ଷଣ ଶିବିର

ଶେଷ ହେଲା ବିଜେପି ପ୍ରଶିକ୍ଷଣ ଶିବିର । ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ମୋଟ 4ଟି ଶେସନରେ ବିଭିନ୍ନ ପ୍ରସ୍ତାବ ଉପେର ଆଲୋଚନା ହୋଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Sep 15, 2022, 10:50 PM IST

ଭୁବନେଶ୍ବର: ଶେଷ ହେଲା ବିଜେପି ପ୍ରଶିକ୍ଷଣ ଶିବିର । ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ମୋଟ 4 ଟି ଶେସନରେ ବିଭିନ୍ନ ପ୍ରସ୍ତାବ ଉପେର ଆଲୋଚନା ହୋଇଥିଲା । ଏଥିରେ ପଲିଟିକାଲ ରୋଡମ୍ୟାପ ଉପରେ ବିଜେପି ରାଜ୍ୟ ସଭାପତି, କୃଷି ଓ କୃଷକ ସଶକ୍ତକରଣ, କେନ୍ଦ୍ର ସରକାର ଅବଦାନ ଉପରେ ପୂର୍ବତନ କୃଷି କେନ୍ଦ୍ର ମନ୍ତ୍ରୀ ରାଧାମୋହନ ସିଂ, ମୋଦି ସରକାର ଦୁରଗାମୀ ନୀତି ଉପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ସଙ୍ଗଠନ ମଜବୁତ ଉପରେ ରାଷ୍ଟ୍ରୀୟ ମହାମନ୍ତ୍ରୀ ବିଏଲ ସନ୍ତୋଷ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ ।

ରାଜ୍ୟରେ ବିଜେପି ବଢୁଛି, ଛିଡୁଛି ବିଜେଡି
ରାଜ୍ୟରେ ବିଜେପି ବଢୁଛି, ଛିଡୁଛି ବିଜେଡି

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ଶେଷ ଦିନର ଶିବିରରେ ଯୋଗ ଦେଇଛନ୍ତି । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ପ୍ରାୟ ଦେଢ ଘଣ୍ଟା ଧରି ପ୍ରଶିକ୍ଷଣ ଦେଇଛନ୍ତି। ସନ୍ତୋଷ ରାଜ୍ୟ ନେତାଙ୍କୁ ପରାମର୍ଶ ଦେଇ କହିଛନ୍ତି ଆଗ୍ରେସିଭ ହୁଅ, ଅର୍ଗାନାଇଜେସନକୁ ମଜବୁତ କରାଅ । ତୃଣମୂଳ ସ୍ତରରେ ଲୋକଙ୍କସହ ଯୋଡି ହୁଅ । ସଂଗଠନ ମଜବୁତ କର ଏବଂ ସରକାର ବିରୁଦ୍ଧରେ ଜୋରଦାର ଲଢେଇ କର । ରାଜ୍ୟରେ ବିଜେପି ବଢୁଛି ଛିଡୁଛି ବିଜେଡି । 2014 ଏବଂ 2019ର ନିର୍ବାଚନୀ ଭୋଟ ପ୍ରତିଶତକୁ ନେଇ ବିଜେପିର ଦୃଢୋକ୍ତି 2024ରେ ସରକାର ହେବ । ଟାର୍ଗେଟ 50ପ୍ରତିଶତ ଭୋଟ । 2024ରେ କ୍ଷମତାକୁ ଆସିବା ପାଇଁ ଆଜି ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ପ୍ରସ୍ତୁତ ହୋଇଛି ରୋଡମ୍ୟାପ ।

ରାଜ୍ୟରେ ବିଜେପି ବଢୁଛି, ଛିଡୁଛି ବିଜେଡି
ରାଜ୍ୟରେ ବିଜେପି ବଢୁଛି, ଛିଡୁଛି ବିଜେଡି

ବିଜେପି କହିଛି 2014 ବିଧାନସଭା ନିର୍ବାଚନରେ 18 % ଭୋଟ ବିଜେପି ପାଇଥିବାବେଳେ 2019 ରେ 32% । ସେହିଭଳି ବିଜେଡି ବଢିଛି 43 % ରୁ 45% ବଢିଲା । ବିଜେଡିର ଦୁଇ ପ୍ରତିଶତ ବଢିଥିଲାବେଳେ ବିଜେପିର 14% ବଢିଥିଲା । ଲୋକସଭା ନିର୍ବାଚନ 2014ରେ ବିଜେପି 21.5% ଭୋଟ ପାଇଥିବାବେଳେ 2019ରେ 38.4% ଭୋଟ ପାଇଥିଲା । ବିଜେଡି 2014ରେ 44.1% ପାଇଥିଲା ଏବଂ 2019ରେ 42.8% ଭୋଟ ପାଇଛି । ବିଜେପି 16.8 % ସାଂସଦ ନିର୍ବାଚନରେ ଭୋଟ ବଢିଥିବା ବେଳେ 1.3 % କମିଥିଲା ବିଜେଡି।

ରାଜ୍ୟରେ ବିଜେପି ବଢୁଛି, ଛିଡୁଛି ବିଜେଡି
ରାଜ୍ୟରେ ବିଜେପି ବଢୁଛି, ଛିଡୁଛି ବିଜେଡି

ସେହିଭଳି ପଞ୍ଚାୟତ ନିର୍ବାଚନରେ 70 ଲକ୍ଷ ଭୋଟ ପାଇଛି ବିଜେପି । 2024ରେ ଶାସନ କ୍ଷମତାକୁ ଆସିବ ଦଳ । ଏଥିପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି ଏବଂ ସମସ୍ତ କର୍ମୀଙ୍କୁ ଦିଆଯାଇଛି । ତାକୁ ନେଇ କର୍ମୀମାନେ ଲୋକଙ୍କ ପାଖକୁ ଯିବେ ବୋଲି ରଣନୀତି ହୋଇଛି ।

ରାଜ୍ୟରେ ବିଜେପି ବଢୁଛି, ଛିଡୁଛି ବିଜେଡି
ରାଜ୍ୟରେ ବିଜେପି ବଢୁଛି, ଛିଡୁଛି ବିଜେଡି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.