ETV Bharat / city

ଗରିବ ଲୋକ ଘର ପାଆନ୍ତୁ ବୋଲି ଚାହୁଁନାହାନ୍ତି ବିଜେଡି ସରକାର: ଗୋଲକ ମହାପାତ୍ର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ(Pradhan Mantri Awas Yojana) ପ୍ରକୃତ ହିତାଧିକାରୀ ଚୟନ କରିବାରେ ରାଜ୍ୟ ସରକାର ବିଫଳ। କିନ୍ତୁ କେନ୍ଦ୍ର ଘର ଦେଉନାହିଁ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓଡିଶାରେ ଥିବା ବିଜେଡି ସରକାର । ସାମ୍ବାଦିକ ସମ୍ମିଳନୀରେ (BJP press meet) ଏଭଳି କହିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

author img

By

Published : Dec 7, 2021, 9:07 PM IST

ଗରିବ ଲୋକ ଘର ପାଆନ୍ତୁ ବୋଲି ଚାହୁଁନାହାନ୍ତି ବିଜେଡି ସରକାର: ଗୋଲକ ମହାପାତ୍ର
ଗରିବ ଲୋକ ଘର ପାଆନ୍ତୁ ବୋଲି ଚାହୁଁନାହାନ୍ତି ବିଜେଡି ସରକାର: ଗୋଲକ ମହାପାତ୍ର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ(Pradhan Mantri Awas Yojana) ପ୍ରକୃତ ହିତାଧିକାରୀ ଚୟନ କରିବାରେ ରାଜ୍ୟ ସରକାର ବିଫଳ। କିନ୍ତୁ କେନ୍ଦ୍ର ଘର ଦେଉନାହିଁ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓଡିଶାରେ ଥିବା ବିଜେଡି ସରକାର । ସାମ୍ବାଦିକ ସମ୍ମିଳନୀରେ BJP press meet) ଏଭଳି କହିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ସେ କହିଛନ୍ତି ଯେ, ଓଡିଶାବାସୀଙ୍କ ପାଇଁ ଓଡିଶା ସରକାରଙ୍କ ହୃଦୟ କମ କାନ୍ଦୁଛି । କେବଳ ଭୋଟ ନେବା ଜାଣନ୍ତି ଶାସକ ଦଳ । ମୁଖ୍ୟମନ୍ତ୍ରୀ ହକି ଖେଳ ତଥା ଅନ୍ୟ ଜାଗାକୁ ଯାଉଛନ୍ତି କିନ୍ତୁ ବିଧାନସଭାକୁ ଯାଉନାହାନ୍ତି । ଆବାସ ପୋର୍ଟାଲ ଖୋଲିବା ପାଇଁ ବିଜେଡିର ଦାବି ହେଉଛି । ଏହା ହେଉଛି ବିଜେଡ଼ିର ଚୋରି ଉପରେ ସିନାଜୋରି । ଆବାସ ପାଇଁ ସମୟ ସୀମା ଚାରି ଥର ବୃଦ୍ଧି କରାଗଲା । ସେତେବେଳେ କିଏ ମନା କରିଥିଲା ଲୋକଙ୍କ ନାଁ ଦେବା ପାଇଁ ? କାଳେ ପ୍ରଧାନମନ୍ତ୍ରୀ ନାଁ ନେଇଯିବେ ସେଥିପାଇଁ ଭୋଟ ଚିନ୍ତାରେ ଗରିବଙ୍କ ଅଧିକାରକୁ ଅଣଦେଖା କଲେ ଓଡିଶା ସରକାର । ୧୬ ଜିଲ୍ଲାର ୬.୭ ଲକ୍ଷ ଲୋକଙ୍କ ନାଁ ପୁରେଇ ଦେଲେନି । ଆଉ ଏବେ ନିର୍ବାଚନ ଆସୁଥିବାରୁ ପୁଣି ଆବାସ ଯୋଜନା ପ୍ରସଙ୍ଗ ଉଠାଉଛନ୍ତି ।

କେନ୍ଦ୍ର ସରକାର ୮,୧୭,୫୧୩ ଆବାସ ଘର ରାଜ୍ୟକୁ ଦେଇଥିଲେ । ହେଲେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ଅନୁଧ୍ୟାନ କରି ଜାଣିଲେ ଏକ ଲକ୍ଷ ଆବାସ ଘରରେ ଦୁର୍ନୀତି ହୋଇଛି । ୫୦ ଲକ୍ଷ ଲୋକଙ୍କ ଆଧାର ଲିଙ୍କ ହୋଇନି, ସେମାନେ କିଏ ? ଗରିବ ଲୋକ ଘର ପାଆନ୍ତୁ ବୋଲି ଚାହୁଁନାହାନ୍ତି ବିଜୁ ଜନତା ଦଳର ସରକାର । ତାଙ୍କ ପାଖରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନାହିଁ । ମମିତା ମେହେର ହତ୍ୟାକାଣ୍ଡରୁ ଲୋକଙ୍କ ନଜର ହଟେଇବା ପାଇଁ ନୂଆ ନାଟକ କରୁଛି ବିଜେଡ଼ି ବୋଲି କହିଲେ ଗୋଲକ ମହାପାତ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.