ETV Bharat / city

ଆମେ 30 ପ୍ରତିଶତରୁ ଅଧିକ ପଞ୍ଚାୟତ ଭୋଟ ପାଇଛୁ: BJP ନେତା ଦିଲ୍ଲୀପ

ପଞ୍ଚାୟତ ନିର୍ବାଚନରେ ଦଳକୁ ୩୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି ବୋଲି କହିଛନ୍ତି ବିଜେପି ନେତା ଦିଲ୍ଲୀପ ମଲ୍ଲିକ । ଅଧିକ ପଢନ୍ତୁ

ଆମେ 30 ପ୍ରତିଶତରୁ ଅଧିକ ପଞ୍ଚାୟତ ଭୋଟ ପାଇଛୁ: BJP  ନେତା ଦିଲ୍ଲୀପ
ଆମେ 30 ପ୍ରତିଶତରୁ ଅଧିକ ପଞ୍ଚାୟତ ଭୋଟ ପାଇଛୁ: BJP ନେତା ଦିଲ୍ଲୀପ
author img

By

Published : Mar 13, 2022, 8:26 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ମତ ରଖିଛନ୍ତି ବିଜେପି ନେତା ଦିଲ୍ଲୀପ ମଲ୍ଲିକ । ଦଳକୁ ୩୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି । ହେଲେ ସଂଖ୍ୟାରେ ଦଳ କମ ଅଛି । କିନ୍ତୁ ପୌର ନିର୍ବାଚନରେ ଏହାର ଫଳାଫଳ ଦେଖିବାକୁ ମିଳିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀପ ।

ଆମେ 30 ପ୍ରତିଶତରୁ ଅଧିକ ପଞ୍ଚାୟତ ଭୋଟ ପାଇଛୁ: BJP ନେତା ଦିଲ୍ଲୀପ

ସେ ଆହୁରି କହିଛନ୍ତି ଯେ ବିଜେପି ସମର୍ଥନ କିନ୍ତୁ କମିନି । ଆଗାମୀ ଦିନରେ ବିଜେପି ସଂଗଠନ ସୁଦୃଢ କରିବ। ବହୁତ ସ୍ଥାନରେ କମ ଭୋଟରେ ହାରିଛୁ। ଆଗକୁ ତାହା ହେବ ନାହିଁ। ପୌରାଞ୍ଚଳରେ ଏହାର ପ୍ରଭାବ ପଡ଼ିବ ନାହିଁ। କାରଣ ସହର ଭୋଟର ସଚେତନ ଓ ବିଭ୍ରାନ୍ତ ହେବେ ନାହିଁ । ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ 2022ରେ ବିଜେଡିର ବୃହତ ବିଜୟ ହାସଲ କରିଛି । ମୋଟ 851 ଜିଲ୍ଲା ପରିଷଦ ଜୋନରୁ ବିଜେଡି 765ଟି ଜୋନରେ ବିଜୟୀ ହୋଇଛି ।

ବିଜେପି 42, କଂଗ୍ରେସ 37 ଆସନରେ ଜିତିଥିବାବେଳେ ଅନ୍ୟ ଦଳ ଓ ସ୍ବାଧୀନ ପ୍ରୀର୍ଥୀ 7ଟି ଜୋନରେ ଜିତିଥିଲା । ତେବେ ଆସନ୍ତା ୨୪ ତାରିଖରୁ ରାଜ୍ୟରେ ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ ହେବ । ଏହାକୁ ନେଇ ସମସ୍ତ ଦଳ ମୈଦାନରେ କସରତ ଆରମ୍ଭ କରିଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.