ETV Bharat / city

‘ରାଜ୍ୟ ସରକାର କେନ୍ଦ୍ରର ଅର୍ଥ ଖର୍ଚ୍ଚ କରି ପାରୁନାହାଁନ୍ତି’

ରାଜ୍ୟର ବିକାଶ ପାଇଁ ଯେତେ ଅର୍ଥ ଆବଶ୍ୟକ କେନ୍ଦ୍ର ସରକାର ଦେବାକୁ ପ୍ରସ୍ତୁତ । ଯେତିକି ଅର୍ଥ ମିଳିଛି ରାଜ୍ୟ ସରକାର ପ୍ରଥମେ ଖର୍ଚ୍ଚ କରନ୍ତୁ । ଆବଶ୍ୟକ ପଡିଲେ କେନ୍ଦ୍ର ସରକାର ଅତିରିକ୍ତ ଅର୍ଥ ଦେବେ । ଭୁବନେଶ୍ବରରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ।

author img

By

Published : Feb 19, 2020, 7:55 PM IST

Bjp General secretary Ram Madhav
Bjp General secretary Ram Madhav

ଭୁବନେଶ୍ବର: ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବଙ୍କ ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ରୀୟ ବଜେଟକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରାମ ମାଧବ ।

ବିଜେପି କାର୍ଯ୍ୟାଳୟରେ ରାମ ମାଧବଙ୍କ ସାମ୍ବାଦିକ ସମ୍ମିଳନୀ

ରାମ ମାଧବ କହିଛନ୍ତି, ଚଳିତ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଓଡିଶାକୁ ବହୁତ ଦିଆଯାଇଛି । ବିଶେଷକରି ଓଡିଶାର ବିକାଶ ପାଇଁ ବଜେଟରେ ଦେଢ ହଜାର କୋଟି ପାଣ୍ଠି ଗତ ବର୍ଷ ଅପେକ୍ଷା ଅଧିକ ଦିଆଯାଇଛି ବୋଲି ସେ କହିଛନ୍ତି । ଏହାସହ ରାମ ମାଧବ କହିଛନ୍ତି ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିପାରୁନାହାଁନ୍ତି । ଯେଉଁଥିପାଇଁ ଅର୍ଥ ପଡି ରହୁଛି । ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାହିଁକି ଲାଗୁ କରୁନାହାନ୍ତି ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି ।

ତଥ୍ୟ ଦେଇ ସେ କହିଛନ୍ତି ଓଡିଶା ଟ୍ରାନ୍ସମିଶନ ବ୍ୟବସ୍ଥା ଉନ୍ନୟନ ପ୍ରକଳ୍ପରେ ମାତ୍ର ୪ ପ୍ରତିଶତ ଏବଂ ସ୍ବଚ୍ଛ ଭାରତ ମିଶନରେ ୨୮ ପ୍ରତିଶତ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ର।ଜ୍ୟର ଜନସାଧାରଣଙ୍କ ସ୍ବାର୍ଥ ପାଇଁ କାମ କରିବା ରାଜ୍ୟ ସରକାରଙ୍କ କାମ । ତାହା ରାଜ୍ୟ ସରକାରଙ୍କ ଦାୟିତ୍ବ । କିନ୍ତୁ ନିଜ ଦାୟିତ୍ବ ଭୁଲି କେନ୍ଦ୍ରୀୟ ଅବହେଳା କଥା ଉଠାଉଛନ୍ତି । କେନ୍ଦ୍ର ଯେତିକି ଅର୍ଥ ଦେଇଛି ସରକାର ଖର୍ଚ୍ଚ କରନ୍ତୁ । ଆବଶ୍ୟକ ପଡିଲେ କେନ୍ଦ୍ର ସରକାର ଅତିରିକ୍ତ ଅର୍ଥ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଓଡିଶାର ବିକାଶ ପାଇଁ କେନ୍ଦ୍ର କେବେ ଅର୍ଥଦେବାକୁ କୁଣ୍ଠାବୋଧ କରିବ ନାହିଁ ।

ଏହି ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.