ETV Bharat / city

ପ୍ରଚାର ସର୍ବସ୍ବ ନବୀନ ସରକାର, ଲୋକଙ୍କୁ କରୁଛନ୍ତି ଭ୍ରମିତ

ରାଜ୍ୟରେ ପାନୀୟ ଜଳ ଯୋଗାଣ ପ୍ରସଙ୍ଗରେ ନବୀନ ସରକାରଙ୍କୁ ଘେରିଲା ବିଜେପି । ସରକାର ପାନୀୟ ଜଳ ଯୋଗାଣ ନାଁରେ ଲୋକଙ୍କୁ ମିଛୁଆ ରାଧୁଆ ଗପ ଶୁଣାଉଛନ୍ତି । ସାମ୍ବାଦିକ ସମ୍ମିଳନୀ ଜରିଆରେ ଏପରି କହିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ...

ପ୍ରଚାର ସର୍ବସ୍ବ ନବୀନ ସରକାର; ଲୋକଙ୍କୁ କରୁଛନ୍ତି ଭ୍ରମିତ

author img

By

Published : Jul 27, 2021, 7:32 PM IST

ଭୁବନେଶ୍ବର: ପୁରୀ ସହରବାସୀଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛନ୍ତି ବିଜେପି ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଗୋଲକ ମହାପାତ୍ର । ସେ କହିଛନ୍ତି, 2020 ଅକ୍ଟୋବର ୧୩ ତାରିଖରେ 'ଟ୍ୟାପରୁ ମିଳିବ ବିଶୁଦ୍ଧ ପାଣି' ବୋଲି କହି ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ପୁଣି ଗତକାଲି(ସୋମବାର) ପୁରୀରେ ଟ୍ୟାପରୁ ଶୁଦ୍ଧ ପାଣି ମିଳିବ କହି ମୁଖ୍ୟମନ୍ତ୍ରୀ ଆଉ ଏକ ଉଦଘାଟନ କରିଛନ୍ତି । ତେବେ ସେବେ ଓ ଏବେ କେଉଁ ପାଣି ମିଳିବ ବୋଲି ପ୍ରଶ୍ନ କରିଛି ବିଜେପି । ରାଜ୍ୟ ସରକାର ମିଥ୍ୟା ପ୍ରଚାର ସର୍ବସ୍ୱ ସରକାର ସାଜିଛନ୍ତି । ସେ ରାଜ୍ୟବାସୀଙ୍କୁ ଭ୍ରମିତ କରି ଠକୁଛନ୍ତି ।

ପ୍ରଚାର ସର୍ବସ୍ବ ନବୀନ ସରକାର; ଲୋକଙ୍କୁ କରୁଛନ୍ତି ଭ୍ରମିତ
ସରକାରଙ୍କ ତଥ୍ୟ ଅନୁସାରେ, 2011 ଜନଗଣନା ଅନୁସାରେ ସହରାଞ୍ଚଳରେ 70 ଲକ୍ଷରୁ ଅଧିକ ପରିବାର ଅଛନ୍ତି । ବର୍ତ୍ତମାନ ଏହି ସଂଖ୍ୟା 1 କୋଟି ଟପିଲାଣି । ତଥ୍ୟ ଅନୁସାରେ ସରକାର ବର୍ତ୍ତମାନ ସୁଦ୍ଧା 20 ଲକ୍ଷ 30 ହଜାର 788 ସହରାଞ୍ଚଳର ପରିବାରକୁ ଟ୍ୟାପ ପାଣି ଯୋଗାଇଛନ୍ତି । ତେବେ 2022 ଭିତରେ ବଳକା ପ୍ରାୟ 80 ଲକ୍ଷ ସହରାଞ୍ଚଳ ପରିବାରକୁ କେମିତି ସରକାର ପାଣି ଯୋଗାଇ ଦେବେ ବୋଲି ପ୍ରଶ୍ନ କରିଛି ବିଜେପି ?ସେହିଭଳି ଗ୍ରାମାଞ୍ଚଳରେ 85 ଲକ୍ଷରୁ ଅଧିକ ପରିବାର ରହିଛନ୍ତି । ସେଥିମଧ୍ୟରୁ ପାନୀୟ ଜଳର ସୁବିଧା ପାଇଛନ୍ତି 22 ଲକ୍ଷ 94 ହଜାର 803 । ବାକି 62 ଲକ୍ଷ 71 ହଜାର 710 ପରିବାରକୁ ସରକାର କେବେ ସୁଦ୍ଧା ପାଣି ପହଁଚାଇବେ ବୋଲି ବିଜେପି ପଚାରିଛି ।ଲୋକସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି, 2019-20ରେ ରାଜ୍ୟକୁ ମିଳିଛି 364 କୋଟି । ଖର୍ଚ୍ଚ ହୋଇଛି 275 କୋଟି । 2020-21 ରେ ମିଳିଛି 812.15 କୋଟି ଏବଂ ଖର୍ଚ୍ଚ ହୋଇଛି 609.11 କୋଟି । ସେହିପରି 2021-22ରେ 3,323 କୋଟି ଟଙ୍କା ମିଳିଥିବାବେଳେ ଖର୍ଚ୍ଚ ହୋଇଛି 830.85 କୋଟି । 'ଜଳ ଜୀବନ ମିଶନ'ରେ ରାଜ୍ୟ କମ ଖର୍ଚ୍ଚ କରିଥିବା ବିଭାଗୀୟ ମନ୍ତ୍ରୀ ଉତ୍ତର ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖି ଅବଗତ କରିଛନ୍ତି । 'ଜଳ ଜୀବନ ମିଶନ'ରେ କେନ୍ଦ୍ର ସରକାର ଓଡିଶାକୁ କୋଟି କୋଟି ଟଙ୍କା ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି । ତେଣୁ ସରଳ ଓଡିଆ ଲୋକଙ୍କୁ ରାଜ୍ୟ ସରକାର ମିଛ କହି ଠକୁ ଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟ ବିଜେପି କହିଛି, କେନ୍ଦ୍ର ଟଙ୍କା ଦେଉଛି, ରାଜ୍ୟ କହୁଛି ଆମେ ଦେଉଛୁ । ଏଠାରେ ରାଜ୍ୟ ସରକାର ଦରମା ଓ ପେନସନ ଲାଗି ଋଣ କରୁଥିବା ବେଳେ ରାଜ୍ୟବାସୀଙ୍କୁ ଲଣ୍ଠନ ଦେଖାଉଛନ୍ତି । ମିଛ କହି ପ୍ରଥମ ହୁଅନ୍ତୁ ନାହିଁ ବୋଲି କଟାକ୍ଷ କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.