ଭୁବନେଶ୍ବର: ଆସନ୍ତାକାଲି ବିଜେପି ପାଳିବ ପ୍ରତିଷ୍ଠା ଦିବସ । ଓଡିଶାର ସମସ୍ତ ବୁଥରେ କାର୍ଯ୍ୟକର୍ତ୍ତା ବିଜେପି ପତାକା ଉତ୍ତୋଳନ କରିବେ । ଏହା ସହିତ ବାଇକ ରାଲି ହେବ । ପରେ ସକାଳ 10ଟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ଶୁଣିବେ କାର୍ଯ୍ୟକର୍ତ୍ତା ।
ଏତଦ୍ ବ୍ୟତୀତ ଦଳ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ହେବ। ଏପ୍ରିଲ 6 ରୁ 20 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ପାଖକୁ ଯିବ ବିଜେପି । ଆସନ୍ତାକାଲି ଡାକ୍ତରଖାନାରେ ସଫେଇ କର୍ମଚାରୀ ଓ ରୋଗୀଙ୍କୁ ଫଳ ବଣ୍ଟନ କରାଯିବ । ଦେଶବ୍ୟାପୀ ଏପରି କାର୍ଯ୍ୟକ୍ରମ କରାଯିବ । ଦଳ 6 ରୁ 20 ଯାଏଁ ‘ସାମାଜିକ ନ୍ୟାୟ ପଖୱାଡା’ କାର୍ଯ୍ୟକ୍ରମ ପାଳନ କରିବ । ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ରହିଛି ।
ସବୁ କାର୍ଯ୍ୟକର୍ତ୍ତା ମଧ୍ୟ ରହିବେ । କାଲି ବିଜେପି ପାଇଁ ଉତ୍ସବର ଦିନ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ