ଭୁବନେଶ୍ବର: ଆଗାମୀ ଉପନିର୍ବାଚନ ପାଇଁ କମିଟି ଗଠନ କରିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ଏହି ଟିମ ଗଠନ କରାଯାଇଛି । ବାଲେଶ୍ବର ସଦର ପାଇଁ ୧୬ ଜଣିଆ ଟିମ୍ ଗଠନ ହୋଇଥିବା ବେଳେ ତିର୍ତୋଲ ପାଇଁ ୨୩ ଜଣିଆ ଟିମ୍ ଗଠନ କରାଯାଇଛି ।
ବାଲେଶ୍ବର ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ବିଶେଶ୍ଵର ଟୁଡୁ, ଗୋଲକ ମହାପାତ୍ର , ବିଷ୍ଣୁ ସେଠୀ , ରଘୁନାଥ ମହାନ୍ତି ,ପଦ୍ମଲୋଚନ ପଣ୍ଡା ଭଳି ସ୍ଥାନୀୟ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।
ସେହିପରି ତିର୍ତ୍ତୋଲ ପାଇଁ ପୃଥ୍ବୀରାଜ ହରିଚନ୍ଦନ, ଅପରାଜିତା ଷଡଙ୍ଗୀ, ସମୀର ଦେ, ଭୃଗୁବକ୍ସି ପାତ୍ର , ପ୍ରକାଶ ମିଶ୍ର ଆଦି ପ୍ରମୁଖ ନେତାଙ୍କୁ ଦାଇତ୍ଵ ଦିଆଯାଇଛି । ଏନେଇ ଦଳ ପକ୍ଷରୁ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ