ETV Bharat / city

ଧାନବିକ୍ରି ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା - ବିଜେପି କୃଷକ ମୋର୍ଚା

ଆରମ୍ଭ ହୋଇଛି ଖରିପ ଋତୁର ଧାନ କ୍ରୟ । ପ୍ରାରମ୍ଭରୁ ସରକାର ଧାନ କିଣିବାରେ ବାଟବଣା ହୋଇଛନ୍ତି । ଯାହାକୁ ନେଇ ଏବେ ସରକାର ଓ ବିରୋଧୀ ମୁହାଁମୁହିଁ ହେଉଥିବାବେଳେ ଚାଷୀ ବସିଛି ଆନ୍ଦୋଳନରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 19, 2019, 8:14 PM IST

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଖରିପ ଋତୁ ଧାନକ୍ରୟ । ନଭେମ୍ବର 15ରୁ ସରକାର ସାରା ରାଜ୍ୟରେ ଆରମ୍ଭ କରିଛନ୍ତି ଧାନ କିଣା ବ୍ୟବସ୍ଥା । ଚାଷୀମାନେ ଯେମିତି ଧାନ ବିକ୍ରିରେ କୌଣସି ଅସୁବିଧା ସମ୍ମୁଖିନ ନହୁଅନ୍ତି ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା କହୁଛନ୍ତି । କିନ୍ତୁ ସରକାରଙ୍କ ଏହି ସମସ୍ତ ବ୍ୟବସ୍ଥା ଏବେ ଚାଷୀଙ୍କ ପାଇଁ ସମସ୍ୟା ଭାବେ ଉଭା ହୋଇଛି । ଫଳରେ ସମଗ୍ର ପଶ୍ଚିମ ଓଡିଶାରେ ଚାଷୀ ଏବେ ଧାନ ବିକ୍ରି ବନ୍ଦ କରି ବସିଛି ଆନ୍ଦୋଳନରେ । ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି କୃଷକ ମୋର୍ଚା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ସମାଲୋଚନା କରିଛନ୍ତି କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମାଝୀ । ଶିବାଜୀ ଅଭିଯୋଗ କରିଛନ୍ତି ଗତବର୍ଷ ଅଭାବୀ ବର୍ଷା ମରୁଡି ସାଙ୍ଗକୁ ଆଶା ଜନକ ଫସଲ ଉତ୍ପାଦନ ହୋଇନଥିଲା । ଏହାସତ୍ତ୍ବେ ସରକାର 55ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଟାର୍ଗେଟ ରଖିଥିଲେ । କିନ୍ତୁ ଚଳିତ ବର୍ଷ ଭଲ ବର୍ଷା ହେବା ସହ ଅମଲ ମଧ୍ୟ ହୋଇଛି ହେଲେ ସରକାର କାହିଁକି 55 ଲକ୍ଷ ମେଟ୍ରିକ ଟନରୁ ହ୍ରାସ କରି 50 ଲକ୍ଷ ମେଟ୍ରିକ ଟନ କିଣିବାକୁ ଘୋଷଣା କରିଛନ୍ତି ବୋଲି ଶିବାଜୀ ପ୍ରଶ୍ନ କରିଛନ୍ତି । ଯେତେବେଳେ ଭଲ ଫସଲ ହେଉଛି ଧାନ କିଣା କମ କରି ସରକାର ରାଜ୍ୟରେ ଦଲାଲକୁ ପ୍ରତ୍ସାହନ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ସହ ପି-ପାସ କରାଇବା ନେଇ ଯେଉଁ ବ୍ୟବସ୍ଥା ହୋଇଛି ସେଥିରେ ସରକାର ଅଯଥାରେ ଚାଷୀଙ୍କୁ ହଇରାଣ କରୁଛନ୍ତି ବୋଲି ବିଜେପି କୃଷକ ମୋର୍ଚା କହିଛି । ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଭୁବନେଶ୍ବରରୁ ନିୟନ୍ତ୍ରଣ କରାଯିବା ଫଳରେ ଚାଷୀମାନଙ୍କୁ ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଛି । ଏଥିସହ ଚାଷୀ ଯେତିକି ଧାନ ନେଇକି ଯାଉଛି ପି-ପାସରେ ତାଠାରୁ କମ ଧାନ ନିଆଯାଉଛି ବୋଲି ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବିଜେପି କୃଷକ ମୋର୍ଚ୍ଚର ଅଭିଯୋଗ, ବମ୍ପର କ୍ରପ ସମୟରେ ଧାନ କିଣା ଲକ୍ଷ୍ୟ କମେଇଛନ୍ତି ରାଜ୍ୟ ସରକାର, 55 ଲକ୍ଷ ମେଟ୍ରିକ ଟନରୁ 50 ଲକ୍ଷ ମେଟ୍ରିକ ଟନ କମିଛି |ଟୋକେନ ବ୍ୟବସ୍ତା ପ୍ରତ୍ୟାହାର ଦାବି         କଲା ବିଜେପି କୃଷକ ମୋର୍ଚ୍ଚା |
Body:ସୂଚନା ଅନୁସାରେ ୨୦୧୮-୧୯ରେ ମରୁଡି ଓ ଫସଲ ହାନି ସ୍ଵେତେ ସରକାର ଧାନକିଣା ଲକ୍ଷ ଧାର୍ଯ୍ୟ କରିଥିଲେ ୫୫ଲକ୍ଷ ମେଟ୍ରିକ ଟନ କିନ୍ତୁ ୨୦୧୯-୨୦ରେ ରାଜ୍ୟର ଭଲ ଫସଲ ହୋଇଥିବା ସ୍ଵେତଜ ସରକାର ୫୦ ଲକ୍ଷ ମେଟ୍ରିକ ଟନ ଲକ୍ଷ ଧାର୍ଯ୍ୟ କରିଛନ୍ତି ।ଭଲ ଫସଲ ବେଳେ ଧାନ କିଣା କେମିତି କମେଇଲେ ବୋଲି ବିଜେପି ପ୍ରଶ୍ନ କରିଛି ।ଏହା ସହ ପି-ପାସ୍ କରାଇବା ନେଇ ଯେଉଁ ବ୍ୟବସ୍ଥା ହୋଇଛି ସେଥିରେ ସରକାର ଅଜଥାରେ ଚାଷୀ ଙ୍କୁ ହଇରାଣ କରୁଛନ୍ତି ବୋଲି ଦଳ କହିଛି ।Conclusion:ସମ୍ପୂର୍ଣ୍ଣ ବ୍ୟବସ୍ଥା କୁ ଭୁବନେଶ୍ୱର ରେ ନିୟନ୍ତ୍ରଣ କରାଯିବା ଫଳରେ ଚାଷୀମାନେ ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଛି ।ଏହା ସହ ଚାଷୀ ଯାତିକି ଧାନ ନେଇକି ଯାଉଛି ପି-ପାସ ରେ ତାଠାରୁ କମ ଧାନ ନିଆଯାଉଛି ବୋଲି ବିଜେପି କୃଷକ ମୋର୍ଚ୍ଚା ଶିବାଜୀ ମହାନ୍ତି, ଅଭିଯୋଗ କରିଛନ୍ତି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.