ETV Bharat / city

ସରକାରୀ ତଥ୍ୟରେ ରହୁନି ତାଳମେଳ, ସ୍ଥିତି ଅନୁଧ୍ୟାନ ଲାଗି ଶିମିଳିପାଳ ଗଲା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

author img

By

Published : Mar 13, 2021, 10:02 PM IST

ତେଜିଲା ଜଙ୍ଗଲ ନିଆଁ ରାଜନୀତି । ସରକାର ଓ ସରକାରୀ ତଥ୍ୟକୁ ନେଇ ସନ୍ଦେହ କରୁଛି ବିଜେପି । ଗ୍ରାଉଣ୍ଡ ସ୍ଥିତିର ସମୀକ୍ଷା ଲାଗି ଶିମିଳିପାଳ ଗଲା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ଅଧିକ ପଢନ୍ତୁ...

BJP Factfinding team visit to similipal
ସରକାରୀ ତଥ୍ୟରେ ରହୁନି ତାଳମେଳ, ସ୍ଥିତି ଅନୁଧ୍ୟାନ ଲାଗି ଶିମିଳିପାଳ ଗଲା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

ଭୁବନେଶ୍ବର: ସରକାରୀ ତଥ୍ୟରେ ରହୁନି ତାଳମେଳ । ସରକାର ଓ ଗ୍ରାଉଣ୍ଡ ଲେବୁଲ ଅଧିକାରୀଙ୍କ କଥାରେ ରହୁଛି ମତପାର୍ଥକ୍ୟ । ରାଜ୍ୟବାସୀଙ୍କୁ ମିଳିପାରୁନି ଶିମିଳିପାଳ ବାବଦରେ ସଠିକ ତଥ୍ୟ । ଅନ୍ଧାରରେ ଶିମିଳିପାଳର ଭାଗ୍ୟ ଭବିଷ୍ୟତ । ଗ୍ରାଉଣ୍ଡ ସ୍ଥିତିର ସମୀକ୍ଷା ଲାଗି ଶିମିଳିପାଳ ଗଲା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ।

ତେଜିଲା ଜଙ୍ଗଲ ନିଆଁ ରାଜନୀତି । ସରକାର ଓ ସରକାରୀ ତଥ୍ୟକୁ ନେଇ ସନ୍ଦେହ କରୁଛି ବିଜେପି । ତେଣୁ ଆଜି କ୍ଷେତ୍ର ପରିଦର୍ଶନରେ ଗଲା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଶିମିଳିପାଳ ଗଲା 13 ଜଣିଆ ବିଧାୟକ ଟିମ । ଜଙ୍ଗଲ ନିଆଁର ସାମ୍ପ୍ରତିକ ସ୍ଥିତି କଣ ରହିଛି ଓ ବନ୍ୟ ଜନ୍ତୁ କେତେ ପରିମାଣରେ ପ୍ରଭାବିତ ହୋଇଛନ୍ତି, ଏହାର ଗ୍ରାଉଙ୍ଗ ଜିରୋରୁ ତଥ୍ୟ ସଂଗ୍ରହ କରିବ ଏହି ଟିମ । ଦିନ ତମାମ ଶିମିଳିପାଳର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବ ଦଳ । ସ୍ଥିତି ଅନୁଧ୍ୟାନ ସହ ରାଜ୍ୟ ସରକାର ଜଙ୍ଗଲ ନିଆଁ ନେଇ ଯେଉଁ ତଥ୍ୟ ଦେଉଛନ୍ତି ଏହାର ଅନୁଧ୍ୟାନ କରିବ ଦଳ । ଶିମିଳିପାଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବ ଦଳ । ସ୍ଥାନୀୟ ସରକାରୀ ଅଧିକାରୀ ସହ ବିଚାର ବିମର୍ଶ କରିବ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ବିଧାନସଭାରେ ଓ ବାହାରେ ସରକାରଙ୍କୁ ଘେରିବ ଦଳ ।

ଦଳରେ ଅଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ସୁବାଷ ପାଣିଗ୍ରାହୀ, ନାଉରି ନାୟକ, ଜୟନ୍ତ ଷଡଙ୍ଗୀ, ସନାତନ ବିଜୁଳି, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଭାସ୍କର ମଢେଇ, ନବ ଚରଣ ମାଝୀ, ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ବୁଧନ ମୁର୍ମୁ, ଗଣେଶରାମ ଖୁଣ୍ଟିଆ ଅଛନ୍ତି । ଏହା ସହ ମୟୂରଭଞ୍ଜର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ, ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ ଓ ବିଜେପିର 2 ସାଙ୍ଗଠନିକ ଜିଲ୍ଲା ରାଇରଙ୍ଗପୁର ଓ ବାରିପଦାର ସଭାପତି ମଧ୍ୟ ସାମିଲ ଅଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.