ETV Bharat / city

ରାଜଧାନୀରେ କାୟା ମେଲୁଛି ଡେଙ୍ଗୁ, ବିଜେଡିକୁ ଦାୟୀ କଲା ବିଜେପି

author img

By

Published : Aug 6, 2021, 9:50 AM IST

ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢାଇଲାଣି ଡେଙ୍ଗୁ ସମସ୍ୟା । ବିଜେଡିକୁ ଦାୟୀ କଲା ବିଜେପି । ଅଧିକ ପଢନ୍ତୁ...

ରାଜଧାନୀରେ ବଢୁଛନ୍ତି ଡେଙ୍ଗୁ ରୋଗୀ, ବିଜେଡିକୁ ଦାୟୀ କଲା ବିଜେପି

ଭୁବନେଶ୍ବର: କୋରୋନା ନ ଯାଉଣୁ ଏବେ ଡରାଇଲାଣି ଡେଙ୍ଗୁ । ଗତକାଲି(ଗୁରୁବାର) ରାଜଧାନୀରୁ ପୁଣି 34 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଶାସକ ଦଳକୁ ଦାୟୀ କରିଛି ବିଜେପି । ମହିଷାଖାଲ ବସ୍ତିରେ ବିଜେପିର ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ।

ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢାଇଲାଣି ଡେଙ୍ଗୁ ସମସ୍ୟା । ସମାଧାନ ନେଇ ଭୁବନେଶ୍ୱର ମହାନଗର ନିଗମ ଓ ରାଜ୍ୟ ସରକାର ନୀରବ । ଏଭଳି ଅଭିଯୋଗ ଆଣି ପ୍ରତିବାଦରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେବି ନଗର ସ୍ଥିତ ମହିଷାଖାଲ ବସ୍ତି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ସହ ସଚେତନତା ଅଭିଯାନ କରିଛି ବିଜେପି । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ସଚେତନତା ସମୟରେ ବ୍ଲିଚିଂ ଓ ଫିନାଇଲ ପକାଇ ବସ୍ତି ସଫା କରିଛି ବିଜେପି ।

ଡେଙ୍ଗୁ ସଂକ୍ରମଣ ହାର ଦିନକୁ ଦିନ ବଢୁ ଥିବାବେଳେ ସ୍ୱଚ୍ଛତା ଓ ସଚେତନତା ଉପରେ ବିଏମସି ଧ୍ଯାନଦେଉ ବୋଲି ଦାବି କରିଛି ଦଳ । ଯଦି ଏପରି ହୁଏ ତେବେ ଆଗକୁ ମଧ୍ୟ ଲୋକଙ୍କ ସ୍ୱାର୍ଥକୁ ନେଇ ଦଳ ପ୍ରତିବାଦ ଜାରି ରଖିବା ବୋଲି ଚେତାବନୀ ଦେଇଛି ବିଜେପି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.