ETV Bharat / city

'ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବା ପାଇଁ ମେଳା କରିବା ବନ୍ଦ କରନ୍ତୁ ରାଜ୍ୟ ସରକାର' - ଦିଲ୍ଲୀପ ମଲ୍ଲିକ

ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ ନାମରେ ରାଜ୍ୟ ସରକାର ପାର୍ବଣ ଋତୁରେ ଦଳୀୟ ପ୍ରଚାର କରି ଭିଡ ଜମାଉଥିବା ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ...

'ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବା ପାଇଁ ମେଳା କରିବା ବନ୍ଦ କରନ୍ତୁ ରାଜ୍ୟ ସରକାର'

author img

By

Published : Oct 1, 2021, 8:00 PM IST

ଭୁବନେଶ୍ବର: ଗତ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଯୋଜନାରେ ସ୍ମାର୍ଟକାର୍ଡର ଶୁଭାରମ୍ଭ କରିଥିଲେ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ବାଟ ମାରଣା କରି ନିଜର ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ଏହି ସ୍ବାସ୍ଥ୍ୟକାର୍ଡ ବାଣ୍ଟି ସରକାର ମେଳା ବନ୍ଦ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

'ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବା ପାଇଁ ମେଳା କରିବା ବନ୍ଦ କରନ୍ତୁ ରାଜ୍ୟ ସରକାର'

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଲାଗୁ କଲେ ନାହିଁ । ଏବେ କିନ୍ତୁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବା ସହିତ କେନ୍ଦ୍ରୀୟ ଯୋଜନାକୁ ବାଟ ମାରଣା କରୁଛନ୍ତି ଓ ନିଜ ପ୍ରଚାର ପାଇଁ ଏହାକୁ ବ୍ୟବହାର କରୁଛନ୍ତି ସରକାର । ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା ନାହିଁ, କେନ୍ଦ୍ର ଯୋଜନାକୁ ଭଣ୍ଡୁର କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ।

ମେ 19 ତାରିଖରେ କୋଭିଡ଼ ପରିଚାଳନା ପାଇଁ ମାସ୍କ, ସାନିଟାଇଜର ଆଦି ପାଇଁ ପ୍ରତ୍ୟେକ ଗାଁ କଲ୍ୟାଣ ସମିତିକୁ 20 ହଜାର ଟଙ୍କା ଲେଖାଏଁ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ଭାଗିଦାରୀ ଥିଲା, ହେଲେ ଏବେ ସେହି ଗାଁ କଲ୍ୟାଣ ସମିତି ପାଇଁ ଆସିଥିବା ଟଙ୍କାରୁ ଅର୍ଥ ଆଣି ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟୁଛନ୍ତି ସରକାର । ଏହାକୁ ବିଜେପି ଦୃଢ଼ ନିନ୍ଦା କରିଛି ।

ତେବେ ଯେଉଁ ଟଙ୍କା ଯେଉଁ ଯୋଜନା ପାଇଁ ଆସିଛି ସେହି ଟଙ୍କା ସେହି ଯୋଜନା ପାଇଁ ଖର୍ଚ୍ଚ କରନ୍ତୁ ସରକାର ବୋଲି ଦଳ ଦାବି କରିଛି । ଏହାସହିତ ପାର୍ବଣ ଋତୁରେ ଏଭଳି ଦଳୀୟ ପ୍ରଚାର ପ୍ରସାର ବନ୍ଦ କରନ୍ତୁ । ପାର୍ବଣ ପାଇଁ ସରକାର କଟକଣା ଲଗାଉଥିବା ବେଳେ ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବା ପାଇଁ ରାଜ୍ୟ ସରକାର ମେଳା କରିବା ବନ୍ଦ କରନ୍ତୁ ବୋଲି କହିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.