ETV Bharat / city

ରଦ୍ଦ ହେଉ ସୋରଡା ବିଧାୟକଙ୍କ ସଭ୍ୟପଦ:BJP

author img

By

Published : Aug 5, 2021, 6:53 PM IST

ସୋରଡା ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେପି ଦାବି କରିଛି । ଅଧିକ ପଢନ୍ତୁ...

ସୋରଡା ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେପିର ଦାବି

ଭୁବନେଶ୍ବର: ବିବାଦରେ ସୋରଡା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ । ପୂର୍ଣ୍ଣଚନ୍ଦ୍ରଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏନେଇ ଆଜି(ଗୁରୁବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି ରାଜ୍ୟ ବିଜେପି । ଏହା ସହ ସୋରଡା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦାବି କରିଛି ବିଜେପି ।

ବିଜେପି ଅଭିଯୋଗ କରିଛି, ଜଣେ ବିଧାୟକ ଲଗାତାର ମିଥ୍ୟାପାଠ କରୁଛନ୍ତି । ରାଜ୍ୟରେ 5T ସରକାର ଚାଲିବା କଥା କୁହାଯାଉଛି, ହେଲେ ଏହି 5T କରୁଛି କ'ଣ ବୋଲି ବିଜେପି ପ୍ରଶ୍ନ କରିଛି ? ଜଣେ ପାଠ ପଢି ଉପର କ୍ଲାସକୁ ଯାଏ । ସୋରଡା ବିଧାୟକ ଉପର କ୍ଲାସରୁ ତଳ କ୍ଲାସକୁ ଆସୁଛନ୍ତି । ୨୦୦୯ରେ ଦଶମ ପାସ, ୨୦୧୪ରେ ନବମ ପାସ କରିଥିବା ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଛନ୍ତି ।

ଆଉ ଏବେ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ତେଣୁ ଏହା ସତ୍ୟପାଠ ନୁହେଁ ମିଥ୍ୟାପାଠ ବୋଲି ବିଜେପି କହିଛି । ତୁରନ୍ତ ତାଙ୍କ ସଭ୍ୟପଦ ମୁଖ୍ୟ ନିର୍ବାଚନ ଅଧିକାରୀ ରଦ୍ଦ କରନ୍ତୁ ବୋଲି ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.