ETV Bharat / city

ପାଟଣାଗଡ଼ ବିଧାୟକଙ୍କ ଦାଦାଗିରି ପ୍ରସଙ୍ଗ, ଗିରଫ ଦାବି କଲା ବିଜେପି

ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ ଦାବି କଲା ବିଜେପି। ୧୪ ଦିନ ପରେ ମଧ୍ୟ ବିଧାୟକଙ୍କୁ କାହିଁକି ଗିରଫ କରାଯାଇନି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

author img

By

Published : Jun 20, 2019, 3:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି ଘଟଣାକୁ ନେଇ ଶାସକ ବିଜେଡିକୁ ପୁଣି ଘେରିଲା ବିଜେପି । ବିଧାୟକଙ୍କ ଗିରଫ ଦାବି କରିବା ସହ ଏପର୍ଯ୍ୟନ୍ତ କାହିଁକି ତାଙ୍କୁ ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ ବସିବାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ପୋଲିସ ଜାଣିସୁଣି ବିଧାୟକଙ୍କୁ ଘଣ୍ଟ ଘୋଡାଇବା ସହ ବିଧାୟକଙ୍କୁ ବେଲ ମିଳିବା ବାହାନାରେ ଜାଣି ଜାଣି ବିଳମ୍ବ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଧାୟକ ନିଜେ ଏ ଘଟଣାକୁ ମାନିଛନ୍ତି, ଜିଲ୍ଲାପାଳ ଏ ଘଟଣା ନେଇ ରିପୋର୍ଟ ମଧ୍ୟ ଦେଇ ସାରିଛନ୍ତି। ଏସବୁ ସ୍ବତ୍ତ୍ୱେ ଗୃହ ବିଭାଗର ମୁଖ୍ୟ ହୋଇ ମୁଖ୍ୟମନ୍ତ୍ରୀ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ତମାମ ପ୍ରଶ୍ନକୁ ନେଇ ଘେରିବା ସହ ଖୁବ୍ ବର୍ଷିଛନ୍ତି ଲେଖାଶ୍ରୀ । ବିଧାନସଭା ଅଧିବେସନ ପୂର୍ବରୁ ତାଙ୍କୁ ଗିରଫ କରିବାକୁ ଦାବି କରିଛି ଦଳ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.