ETV Bharat / city

କୋରୋନା ପ୍ରଭାବ: କୁକୁଡା ଚାଷୀଙ୍କୁ ସହାୟତା ପାଇଁ ବିଜେପିର ଦାବି

author img

By

Published : Mar 16, 2020, 5:47 PM IST

କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଗୋଟେ ପଟେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବାବେଳେ ଆରପଟେ ଏହି ଭାଇରସକୁ ନେଇ ଅନେକ ଅପ ପ୍ରଚାର ମଧ୍ୟ କରାଯାଉଛି । ଯାହାର ପ୍ରଭାବ ସିଧାସଳଖ କୁକୁଡା ଚାଷୀଙ୍କ ଉପରେ ପଡିଛି ।

aa
କରୋନା ପ୍ରଭାବ: କୁକୁଡା ଚାଷୀଙ୍କୁ ସହାୟତା ପାଇଁ ବିଜେପିର ଦାବି

ଭୁବନେଶ୍ବର: କଲବଲ କରୁଛି କୋରୋନା । ଏଥିରେ କୋରୋନା ଅପପ୍ରଚାର ପାଇଁ ରାଜ୍ୟରେ କୁକୁଡ଼ା ଚାଷୀ ପ୍ରଭାବିତ ହେଉଛନ୍ତି । କେଉଁଠି ଫାର୍ମ ମୁକୁଳା କରି ଦିଆଯାଇଛି ତ ଆଉ କେଉଁଠି କୁକୁଡାଙ୍କୁ ପୋତା ଯାଉଛି । ଏପରିକି କୁକୁଡ଼ା ଓ ଅଣ୍ଡା ଖାଇବା ଦ୍ବାରା ଏହି ରୋଗ ବ୍ୟାପୁଥିବା ଅପପ୍ରଚାର ହେବାରୁ ଚାଷୀମାନେ 10 ରୁ 20 ଟଙ୍କାରେ ଏହାକୁ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କ୍ଷୋଭ ପ୍ରକାଶ କରିଛି ।

କୁକୁଡ଼ା ଚାଷ ଏକ ଶିଳ୍ପରେ ପରିଣତ ହେବାକୁ ଯାଉଥିବାବେଳେ ଯୁବ ସମାଜ ଆତ୍ମନିର୍ଭରଶୀଳ ହେବା ପାଇଁ ଏହାକୁ ବହୁଳ ପରିମାଣରେ ଆପଣାଇଛନ୍ତି । ତେବେ ଏପରି ଅପପ୍ରଚାର ଯୋଗୁଁ ଯୁବ ଚାଷୀମାନେ ହତାଶ ହୋଇ ପଡ଼ିଥିବା ବିଜେପି ପକ୍ଷରୁ କୁହାଯାଇଛି । ତେଣୁ ସରକାର ଏପରି ଅପପ୍ରଚାର ବନ୍ଦ ପାଇଁ ବ୍ୟବସ୍ଥା କରିବା ସହ ସେହି ଚାଷୀମାନଙ୍କ ଆତ୍ମବିଶ୍ବାସ ଫେରାଇ ଆଣିବା ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଜେପି କୃଷକ ମୋର୍ଚାର ସମ୍ପାଦକ ସୁରଥ ବିଶ୍ବାଳ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.