ETV Bharat / city

make-in-odisha conclave ପାଇଁ ଦିଲ୍ଲୀ ଗସ୍ତରେ ନବୀନ, ସମାଲୋଚନା କଲା BJP - naveen patnaik on make in odisha conclave

ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ ଇନ ଓଡିଶା କନକ୍ଲେଭ (Make In Odisha Conclave)ରେ ୧୬ଟି ଦେଶର ପ୍ରତିନିଧିଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିବେ । ତେବେ ଏନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହିତ ପୂର୍ବରୁ ହୋଇଥିବା କନକ୍ଲେଭର ସଫଳତା ବିଷୟରେ ପ୍ରଶ୍ନ କରିଛି । ଅଧିକ ପଢ଼ନ୍ତୁ

ମେକ ଇନ ଓଡିଶା କନକ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ମୁଖମନ୍ତ୍ରୀ, ବିଜେପିର ସମାଲୋଚନା

author img

By

Published : Aug 31, 2022, 9:15 AM IST

ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ ଇନ ଓଡିଶା କନକ୍ଲେଭ (Make In Odisha Conclave)ରେ ୧୬ଟି ଦେଶର ରାଷ୍ଟ୍ରଦୂତ ଏବଂ ପ୍ରତିନିଧିଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିବେ । ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ହୋଇଥିବା କନକ୍ଲେଭର ସଫଳତା ବିଷୟରେ ପ୍ରଶ୍ନ କରିଛି ବିଜେପି ।

ମେକ ଇନ ଓଡିଶା କନକ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ମୁଖମନ୍ତ୍ରୀ, ବିଜେପିର ସମାଲୋଚନା

୨୦୧୯ ପର ଠାରୁ ମେକ ଇନ ଓଡିଶା (Make In Odisha Conclave) ହୋଇପାରିନଥିବା ବେଳେ ଏଥର ନଭେମ୍ବର ମାସରେ ହେବାକୁ ଯାଉଛି । ଏହାକୁ ନେଇ ବିଜେପି ନେତା ଗୋଲୋକ ମହାପାତ୍ର କହିଛନ୍ତି, "ଯଦି ଓଡିଶାକୁ ଇନଭେଷ୍ଟମେଣ୍ଟ ଆସିବ ତାହା ଖୁସିର କଥା । ତେବେ ଏନେଇ ରାଜ୍ୟ ସରକାର ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି ତାର ହିସାବ ଓଡିଶାବାସୀଙ୍କ ସାମ୍ନାରେ ଦିଅନ୍ତୁ । ଭୁବନେଶ୍ବର ସମେତ ରାଜ୍ୟ ବାହାରେ ହୋଇଥିବା ତଥା ବମ୍ବେ, ବାଙ୍ଗାଲୋର, ଆଉ ଦୁବାଇରେ ଯେଉଁ ମେକ ଇନ ଓଡିଶା କନକ୍ଲେଭ କରିଥିଲେ ତାର ସଫଳ ରୂପାୟନ କୁଆଡେ ଗଲା ସେନେଇ ମଧ୍ୟ ରାଜ୍ୟ ସରକାର ଉତ୍ତର ରଖନ୍ତୁ ।" ମେକ ଇନ ଓଡିଶା କନକ୍ଳେଭ ଲକ୍ଷ୍ୟ ରାଜ୍ୟର ସ୍ବାର୍ଥରେ କେତେ ପ୍ରତିଶତ ହାସଲ ହୋଇଛି ତାକୁ ଓଡିଶାବାସୀଙ୍କୁ କାହିଁକି ଜଣାଉନାହାନ୍ତି ବୋଲି ଅଭଯୋଗ କରିଛି ବିଜେପି ।

କେବଳ ସେତିକି ନୁହେଁ, ଅନେକ ଷ୍ଟିଲ ଓ ଆଲୁମିନିଅମ ବିଦେଶକୁ ରପ୍ତାନି କରାଯାଉଛି । ଏଥିରେ ରାଜ୍ୟ ସରକାର କେତେ ଲୋକଙ୍କୁ ନିଯୁକ୍ତି ବା ଆତ୍ମ ନିର୍ଭରଶୀଳ କରିପାରିଛନ୍ତି ସେନେଇ ମଧ୍ୟ କିଛି ଉତ୍ତର ଦେଉନଥିବା ଅଭିଯୋଗ ହୋଇଛି । ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, "ମେକ ଇନ ଓଡିଶା କନକ୍ଲେଭ ଦ୍ବାରା ଓଡ଼ିଶାରେ କିଛି ଲାଭ ହେଉନାହିଁ । ବରଂ ରାଜ୍ୟ ସରକାର କେଉଁଠି ନା କେଉଁଠି ବିଫଳ ହୋଇଛନ୍ତି । ଓଡ଼ିଶାବାସୀଙ୍କ କଷ୍ଟ ଅର୍ଜିତ ଧନକୁ ନଷ୍ଟ କରୁଛନ୍ତି । ଏପରିକି ଯେଉଁ ଶିଳ୍ପସଂସ୍ଥା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଚୁକ୍ତି ହୋଇଥିଲା, ସେମାନେ ରାଜ୍ୟ ଛାଡି ପଳାଇଗଲେ ନା ଅଛନ୍ତି ତାର ବି କୌଣସି ସୂଚନା ନାହିଁ ।"

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, "ଏଠି ମୋଦି ସରକାର ୮ ବର୍ଷ ହେବ କେନ୍ଦ୍ରରେ ଶାସନ କରୁଛନ୍ତି । ତେଣୁ ଓଡ଼ିଶାର ବିକାଶ ପାଇଁ କେଉଁଭଳି ପୁଞ୍ଜି ନିବେଶକ ଆସୁଛନ୍ତି ଆମେ ମାନେ ଜାଣିଛୁ । ରାଜ୍ୟ ସରକାର ମେକ ଇନ କନକ୍ଲେଭକୁ ନେଇ ଯେଉଁ ପ୍ରଚାର ପ୍ରସାର କରୁଛନ୍ତି ତାରି ଭିତରେ ଭୁବନେଶ୍ବର କଥା ଦେଖିବାକୁ ଗଲେ ଆଇଟି ବିଭାଗରେ ସେଭଳି ବଡ ପୁଞ୍ଜିନିବେଶ କିଛି ହୋଇନାହିଁ । ସେହିଭଳି ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାରର କୌଣସି ବ୍ୟବସ୍ଥା ମଧ୍ୟ ହୋଇନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.