ETV Bharat / city

ସ୍ମିତାରାଣୀ ହତ୍ୟାର ମୂଳମଞ୍ଜି ରାମକୋ କମ୍ପାନୀ: ବିଜେପି - ସ୍ମିତାରାଣୀ ମାମଲା ଚାପି ଦେବାକୁ ଚେଷ୍ଟା

ସ୍ମିତାରାଣୀ ମାମଲା ଚାପି ଦେବାକୁ ସରକାର ଚେଷ୍ଟା କରୁଛନ୍ତି । ଆଜି(ଶୁକ୍ରବାର) ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ନେତ୍ରୀ ସୋନାଲି ସାହୁ ଏଭଳି ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ:

bjp criticized
ବିଜେପି ନେତ୍ରୀ ସୋନାଲି ସାହୁ ଅଭିଯୋଗ
author img

By

Published : Dec 20, 2019, 5:26 PM IST

ଭୁବନେଶ୍ବର: ରାମକୋ କମ୍ପାନୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାମକୋ କମ୍ପାନୀକୁ ବେଆଇନ ଜମି କିଭଳି ଦିଆଯାଇଛି ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ସ୍ମିତାରାଣୀ ମାମଲା ଚାପି ଦେବାକୁ ସରକାର ଚେଷ୍ଟା କରୁଛନ୍ତି । ଆଜି(ଶୁକ୍ରବାର) ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ନେତ୍ରୀ ସୋନାଲି ସାହୁ ଏଭଳି ଅଭିଯୋଗ ଆଣିଛନ୍ତି ।

ବିଜେପି ନେତ୍ରୀ ସୋନାଲି ସାହୁ ଅଭିଯୋଗ

କେବଳ ଏତିକି ନୁହେଁ, ରାମକୋ କମ୍ପାନୀ ପାଇଁ ମୁଖପାତ୍ର ସାଜିଛନ୍ତି ବିଜେଡି l କିଭଳି ଭାବେ ରାମକୋ କମ୍ପାନୀକୁ 152 ଏକର ବେଆଇନ ଜମି ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ସୋନାଲି ସାହୁ ।

ସେ କହିଛନ୍ତି ଯେ, ସିମେଣ୍ଟ କାରଖାନା ପ୍ରତିଷ୍ଠା ପାଇଁ ରାମକୋକୁ ରାଜ୍ୟ ସରକାର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତରରେ 152 ଏକର ଜମି ଦେଇଥିଲେ । ଏହାବାଦ ଶହଶହ ଏକର ବେଆଇନ ଜମି ମଧ୍ୟ ରାମକୋ ମାଡି ବସିଛି । ତେଣୁ ଏହିସବୁ ବେଆଇନ ଜବରଦଖଲ ଜମିକୁ ଆଇନ ସମ୍ମତ କରିବାକୁ ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ଏଥିରେ ସେ ରାଜି ନହେବାରୁ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।

ରାମକୋ କମ୍ପାନୀ ପାଇଁ ରାଜ୍ୟ ସରକାରଙ୍କ ଏତେ ଦରଦ କାହିଁକି । ସ୍ମିତାରାଣୀ ହତ୍ୟାର ମୂଳ ମଞ୍ଜି ହେଉଛି ରାମକୋ କମ୍ପାନୀ । ସରକାର ଏମାନଙ୍କୁ ଘଣ୍ଟ ନଘୋଡାନ୍ତୁ ବୋଲି କହିଛି ବିଜେପି । ଏହି ଘଟଣାର ସିବିଆଇ କି ଏସଆଇଟି ତଦନ୍ତ କରାଯାଉ ବୋଲି ଦଳ ଦାବି କରିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ପୁଣିଥରେ ସ୍ମିତାରାଣୀ ମୃତ୍ୟୁ ମାମଲା କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।ଏହା ସହ ରାମକୋ କମ୍ପାନୀ କୁ ବେଆଇନ ଜମି କିଭଳି ଦିଆଯାଇଛି ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନେତ୍ରୀ ସୋନାଲି ସାହୁ କହିଛନ୍ତି ଯେ
ରାମକୋ କମ୍ପାନୀକୁ ବେଆଇନ ଜମି ଦିଆଯାଇଛି l Body:ଏହା ସହ ସ୍ମିତାରାଣୀ ମାମଲା ଚାପି ଦେବାକୁ ସରକାର ଚେଷ୍ଟା କରୁଛନ୍ତି l କେବଳ ଏତିକି ନୁହେଁ ରାମକୋ କମ୍ପାନୀ ପାଇଁ ମୁଖପାତ୍ର ସାଜିଛନ୍ତି ବିଜେଡି ମୁଖପାତ୍ର l କିଭଳି ଭାବରେ ରାମକୋ କମ୍ପାନୀ କୁ 152ଏକର ବେଆଇନ ଜମି ଦିଆଯାଇଛି ବୋଲି କହିଛନ୍ତି ବିଜେପି ନେତ୍ରୀସୋନାଲି ସାହୁ,।ଏହା ସହ ରାଜ୍ୟ ସରକାରଙ୍କ ସେ ଘର ପତି କି ମୋହ କାହିଁକି l ରାମକୋ ପାଇଁ କାହିଁକି ଏତେ ଦରଦ l
Conclusion:ସ୍ମିତାରାଣୀ ହତ୍ୟାର ମୂଳ ମଞ୍ଜି ହେଉଛି ରାମକୋ କମ୍ପାନୀ l ତାକୁ ସରକାର ଘଣ୍ଟ ନଘୋଡାନ୍ତୁ ବୋଲି କହିଛି ବିଜେପି । ଏହି ଘଟଣାର ସିବିଆଇ କି ଏସଆଇଟି ତଦନ୍ତ କରାଯାଉ
ବୋଲି ଦଳ ଦାବି କରିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.