ETV Bharat / city

ବିଜେପିର ପ୍ରତିବାଦ ଜାରି, ଭାଙ୍ଗିଲା ବାଚସ୍ପତିଙ୍କ ମାଇକ

author img

By

Published : Nov 14, 2019, 6:45 PM IST

ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ଏବଂ ସିବିଆଇ ତଦନ୍ତ ଦାବି କରି ବିଜେପି ବିଧାୟକମାନେ ବିଧାନସଭାରେ ତୁମୁଳ କାଣ୍ଡ କରିଛନ୍ତି । ଦଳର ଦୁଇ ଜଣ ବିଧାୟକ ବାଚସ୍ପତିଙ୍କ ପୋଡିୟମରୁ ମାଇକ ଭାଙ୍ଗିଦେଇଥିବାବେଳେ ବିଧାୟିକା କୁସୁମ ଟେଟେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଛନ୍ତି ।

ବିଜେପିର ପ୍ରତିବାଦ ଜାରି, ଭାଙ୍ଗିଲା ବାଚସ୍ପତିଙ୍କ ମାଇକ

ଭୁବନେଶ୍ବର: ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ଏବଂ ସିବିଆଇ ତଦନ୍ତ ଦାବି କରି ବିଜେପି ବିଧାୟକମାନେ ବିଧାନସଭାରେ ତୁମୁଳ କାଣ୍ଡ କରିଛନ୍ତି । ଦଳର ଦୁଇ ଜଣ ବିଧାୟକ ବାଚସ୍ପତିଙ୍କ ପୋଡିୟମରୁ ମାଇକ ଭାଙ୍ଗିଦେଇଥିବାବେଳେ ବିଧାୟିକା କୁସୁମ ଟେଟେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।

ବୁଧବାର, ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୁଲତବି ଆଲୋଚନାର ନୋଟିସ ଦେଇଥିବା ବିଜେପି ଗତକାଲି ସନ୍ଧ୍ୟାରେ ଏହାକୁ ପ୍ରତ୍ୟାହାର କରି ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ପାଇଁ ଦାବି କରିଛି । ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ଆଇନର ଧାରା 111, ଉପଧାରା 2 ଅନୁଯାୟୀ ସ୍ବତନ୍ତ୍ର ମୋସନ ଜରିଆରେ ପ୍ରଶ୍ନକାଳ ବାତିଲ କରି ଆଲୋଚନା ଦାବି କରିଥିଲେ । ଗତକାଲି ସର୍ବଦଳୀୟ ବୈଠକରେ ମୁଲତବି ଆଲୋଚନା ପାଇଁ ବହୁମତ ହୋଇଥିବାରୁ ମୁଲତବି ଆଲୋଚନା ଜରିଆରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାଚସ୍ପତି ବିଜେପିକୁ ଅନୁରୋଧ କରିଥିଲେ ।

ହେଲେ ବିଜେପି ବିଧାୟକମାନେ ଏଥିରେ ଏକମତ ନହୋଇ ନିଜ ଦାବିରେ ଅଟଳ ରହିଥିଲେ । ଫଳରେ ଆଜି ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଥିଲେ । ଶୂନ୍ୟକାଳରେ ମଧ୍ୟ ହଟ୍ଟଗୋଳ ଜାରି ରଖିବା ସହ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରାବାଜୀ ଓ ବ୍ୟାନର ପ୍ରଦର୍ଶନ କରିଥିଲେ । ବିଜେପି ବିଧାୟକ ନବଚରଣ ମାଝୀ ଓ ଗଣେଷ ରାମ ସିଂହ ଖୁଣ୍ଟିଆ ପୋଡିଅମ ଉପରକୁ ଚଢିବାକୁ ଚେଷ୍ଟା କରି ବାଚସ୍ପତିଙ୍କ ମାଇକ ଭାଙ୍ଗିଦେଇଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି ସରକାରୀ ଦଳ ଏବଂ କଂଗ୍ରେସ ଦଳର ସଦସ୍ୟଙ୍କ ସହିତ ମିଶି ହଟ୍ଟଗୋଳ ଭିତରେ ଆଲୋଚନା କରିଛନ୍ତି, ଏହା ଅଗଣତାନ୍ତ୍ରିକ ଏବଂ ବାଚସ୍ପତିଙ୍କ ଏଭଳି ପକ୍ଷପାତିତା ବିରୋଧରେ ଆମେ ବିରୋଧ ଜାରି ରଖିବୁ ବୋଲି କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ଯାହାର ଉତ୍ତର ରଖିଛି ଶାସକ ଦଳ ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.