ETV Bharat / city

ବିଜେପି-କଂଗ୍ରେସର ମିଳିତ ଆକ୍ରମଣ; ଆଇନ ଶୃଙ୍ଖଳାକୁ ନେଇ ହୁଲସ୍ତୁଲ ବିଧାନସଭା - ବିଧାନସଭା

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଆଇନ କାନୁନ କିଛି ନାହିଁ କହି ତୁରନ୍ତ ଆଲୋଚନା ଦାବି କରିବା ସହ ସରକାରଙ୍କୁ ଘେରିଲେ ବିରୋଧୀ ।

ଫଟୋ ସୌଜନ୍ୟ: ଚିଫ୍ ବ୍ୟୁରୋ, ଭୁବନେଶ୍ବର
author img

By

Published : Jul 22, 2019, 8:30 PM IST

Updated : Jul 22, 2019, 8:36 PM IST

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧିପାଉଛି ନାବାଳିକା ଦୁଷ୍କର୍ମ ଓ ନିଖୋଜ ମାମଲା । ଗତକାଲି ମଧ୍ୟ ଅନୁଗୁଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଛି । ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଆହୁରି ଉଦବେଗଜନକ । ବିରୋଧୀ ବାରମ୍ବାର ଏହି ପ୍ରସଙ୍ଗ ଗୃହରେ ଉଠାଉଛନ୍ତି , ଆଉ ସରକାର ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଚିରାଚରିତ ଭାବେ ଉତ୍ତର ଦେଉଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଆଉ ସରକାରଙ୍କ ପଦକ୍ଷେପ ଶିଶୁ, ମହିଳାଙ୍କୁ ନ୍ୟାୟ କି ସୁରକ୍ଷା ଦେଇପାରୁନାହିଁ । ତେଣୁ ଏହି ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେଉ ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଆଜି ଏମିତି ଢଙ୍ଗରେ ବିରୋଧୀ ବିଧାନସଭାରେ ସରକାରଙ୍କୁ ଆକ୍ରମଣ କରିଥିଲେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ବିରୋଧୀଙ୍କ ଶଷ୍ଢୁଆସି ଆକ୍ରମଣରେ ବାଚସ୍ପତି ମଧ୍ୟ ହଡବଡାଇ ଯାଇ ତୁରନ୍ତ ଏହି ପ୍ରସଙ୍ଗରେ ରୁଲିଙ୍ଗ ଦେଇଥିଲେ ସରକାରଙ୍କୁ ଆକ୍ରମଣରୁ ବଞ୍ଚାଇପାରିନଥିଲେ । କଂଗ୍ରେସ ବିଧାୟକମାନେ ପୋଡିୟମ ସମ୍ମୁଖରେ ହଟ୍ଟଗୋଳ କରିଥିବା ବେଳେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଦାଖଲ ପାଇଁ ଉଦ୍ୟମ କରିବା ସହ ଦୁଇପଟୁ ପୋଡିୟମ ଉପରକୁ ଚଢ଼ିବାକୁ ପ୍ରୟାସ କରିଥିଲେ ।

ଶୂନ୍ୟକାଳରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ଯୋରଦାର ବର୍ଷିଥିଲେ । ସେ କହିଥିଲେ ଯେ ଗତ 4 ବର୍ଷରେ 6 ହଜାରରୁ ଅଧିକ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି । 40 ପ୍ରତିଶତ ବି ଉଦ୍ଧାର ହୋଇନାହାନ୍ତି , ଏଥିରେ ଏକ ବଡ ରାକେଟ କାର୍ଯ୍ୟ କରୁଛି । ଅନୁଗୁଳରେ ଗତକାଲି ଜଣେ ନାବଳିକାର ଗଣ ଦୁଷ୍କର୍ମ ସରକାରଙ୍କ ବିଫଳତାକୁ ଆହୁରି ପ୍ରମାଣିତ କରୁଛି । 2019 ମାର୍ଚ୍ଚ ସୁଦ୍ଧା ରାଜ୍ୟରେ 100 ଜଣ ପୁଅ ଓ 502 ଜଣ ଝିଅ ନିଖୋଜ ହୋଇଥିବା ବେଳେ 31 ଜଣ ପୁଅ ଓ 79 ଜଣ ଝିଅ ଉଦ୍ଧାର ହୋଇଛନ୍ତି । 2018ରେ ନିଖୋଜ ହୋଇଥିବା 459 ଜଣ ପୁଅ ଓ 1875 ଜଣ ଝିଅଙ୍କ ମଧ୍ୟରୁ 285 ଜଣ ପୁଅ ଓ 854 ଜଣ ଝିଅ ଉଦ୍ଧାର ହୋଇଛନ୍ତି ଏହି ସବୁ ଘଟଣାରେ ସରକାରଙ୍କ ପଦକ୍ଷେପ କଣ ଜାଣିବା ପାଇଁ ଚାହିଁଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ରକ୍ଷକ ଭକ୍ଷକ ସାଜିଛି । ସରକାରଙ୍କୁ ଯେତେ ଅଭିଯୋଗ କଲେ ବି ଶୁଣୁନାହାଁନ୍ତି । ଆଇନ ତା ବାଟରେ କାମ କରୁଛି ବୋଲି କହୁଛନ୍ତି । ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ହେଉ କି ଆଇନ ଶୃଙ୍ଖଳା ସବୁ କଥାକୁ ଟାଲି ଦେଉଛନ୍ତି । ପରିସ୍ଥିତି ଏମିତି ହେଲାଣି ଯେ, ଲୋକେ କହୁଛନ୍ତି ବିଧାନସଭା କାହିଁକି ଚାଲିଛି ?

ଆଜି ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଥିଲା । ମହିଳାଓ ଶିଶୁଙ୍କ ପାଇଁ ଉଭୟ ବିରୋଧୀ ବିଜେପିଓ କଂଗ୍ରେସ ଏକାକାର ହୋଇ ସରକାରଙ୍କୁ ଆକ୍ରମଣ କରିଥିଲେ , ଯାହା ବେଶ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପାଇଁ । ଆଗକୁ ମଧ୍ୟ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ସେମାନେ ଏକ ହେବେ ବୋଲି ବିରୋଧୀଦଳ ନେତା କହିଛନ୍ତି। ଏହି ପ୍ରସଙ୍ଗରେ ସରକାର କିମ୍ବା ବିଜେଡି ର କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Jul 22, 2019, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.