ETV Bharat / city

ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ନ୍ୟାୟ ଦାବି କଲେ ଗୋଲକ ମହାପାତ୍ର

ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ କହିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ରବିବାର ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ସେ ।

BJP condemns attack on journalist
ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ନ୍ୟାୟ ଦାବି କଲେ ଗୋଲକ ମହାପାତ୍ର
author img

By

Published : Dec 29, 2019, 9:38 PM IST

ଭୁବନେଶ୍ବର: ସାମ୍ବାଦିକଙ୍କୁ ତୁରନ୍ତ ନ୍ୟାୟ ମିଳୁ । ସେମାନଙ୍କ ଉପରେ ଆକ୍ରମଣ ଘଟଣାକୁ ବିଜେପି ଦୃଢ ନିନ୍ଦା କରୁଛି । ରବିବାର ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ନ୍ୟାୟ ଦାବି କଲେ ଗୋଲକ ମହାପାତ୍ର

ଶନିବାର ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଫି ଆଦାୟକୁ ନେଇ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ମଲ କର୍ମଚାରୀଙ୍କ ସଙ୍ଘବଦ୍ଧ ଆକ୍ରମଣ ଘଟଣାକୁ ବିଜେପି ଦୃଢ ନିନ୍ଦା କରିଛି । ଏହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ଘଟଣା । ପୋଲିସ ଆକ୍ରମଣକାରୀକୁ ଘଣ୍ଟ ଘୋଡାଉଛି ବୋଲି ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । ଏହା ସହ ତୁରନ୍ତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ବିଜେପି ପକ୍ଷରୁ ଅନେକ ଥର ଦାବି ହୋଇଛି । ଏପରିକି ବିଧାନସଭାରେ ମଧ୍ୟ ଉକ୍ତ ଆଇନ ଲାଗୁ କରିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା । ଯଦି ଏହି ଆଇନ ଲାଗୁ ନହୁଏ ତେବେ ସାମ୍ବାଦିକଙ୍କ ସହ ବାରମ୍ବାର ଏଭଳି ଘଟଣା ଘଟିବ । ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏଥିରୁ ସାମ୍ବାଦିକଙ୍କୁ ନିସ୍ତାର ଦେବାକୁ ହେଲେ ରାଜ୍ୟ ସରକାରଙ୍କ ଆଗକୁ ଆସିବାକୁ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସାମ୍ବାଦିକ ଙ୍କୁ ତୁରନ୍ତ ନ୍ୟାୟ ମିଳୁ।

Body:ସାମ୍ବାଦିକ ମାନଙ୍କୁ ତୁରନ୍ତ ନ୍ୟାୟ ମିଳିବା ଦରକାର।ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣକୁ ଭାରତୀୟ ଜନତା ପାର୍ଟି ଦୃଢ ନିନ୍ଦା କରିଛି।ରବିବାର ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରିବାକୁ ବିଧାନସଭା ରେ ଦାବି କରିଥିଲେ ବିରୋଧୀ ଦଳ ନେତା।

ଗତକାଲି ଭୁବନେଶ୍ୱର ଏସପ୍ଲାନେଡ଼ ମଲରେ ବେଆଇନ ପାର୍କିଂଗ ଫି ଆଦାୟକୁ ନେଇ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ମଲ କର୍ମଚାରୀଙ୍କ ସଂଗବଦ୍ଧ ଆକ୍ରମଣ ଅତ୍ୟନ୍ତ ଦୁଃଖଦ ଏହି ଘଟଣାକୁ ବିଜେପି ତୀବ୍ର ନିନ୍ଦା କରୁଛି।ପୋଲିସ ଆକ୍ରମଣକାରୀକୁ ଘଣ୍ଟ ଘୋଡାଉଛି ବୋଲି ଗୋଲକ ଅଭିଯୋଗ କରିଥିଲେ।ପୋଲିସ ତୁରନ୍ତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରନ୍ତୁ ବୋଲି ଦାବି କରିଛି ବିଜେପି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.