ETV Bharat / city

ଓଡିଶାର 1 କୋଟି 15 ଲକ୍ଷ ଘରେ ଜାତୀୟ ପତାକା ଉଡାଇବା ପାଇଁ ବିଜେପିର ଆହ୍ୱାନ

author img

By

Published : Jul 29, 2022, 10:11 PM IST

ଓଡିଶାର 1 କୋଟି 15 ଲକ୍ଷ ଘରେ ଜାତୀୟ ପତାକା ଉଡାଇବା ପାଇଁ ବିଜେପିର ଆହ୍ୱାନ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ଏହି ଆହ୍ବାନ ଦେଇଛନ୍ତି । ଦେଶ ସ୍ଵାଧୀନତାର 75 ବର୍ଷ ପୂର୍ତ୍ତିକୁ ନେଇ ଅଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବ । ଅଧିକ ପଢନ୍ତୁ

ଓଡିଶାର 1 କୋଟି 15 ଲକ୍ଷ ଘରେ ଜାତୀୟ ପତାକା ଉଡାଇବା ପାଇଁ ବିଜେପିର ଆହ୍ୱାନ
ଓଡିଶାର 1 କୋଟି 15 ଲକ୍ଷ ଘରେ ଜାତୀୟ ପତାକା ଉଡାଇବା ପାଇଁ ବିଜେପିର ଆହ୍ୱାନ

ଭୁବନେଶ୍ବର: ଓଡିଶାର 1 କୋଟି 15 ଲକ୍ଷ ଘରେ ଜାତୀୟ ପତାକା ଉଡାଇବା ପାଇଁ ବିଜେପିର ଆହ୍ୱାନ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ଏହି ଆହ୍ବାନ ଦେଇଛନ୍ତି । ଦେଶ ସ୍ଵାଧୀନତାର 75 ବର୍ଷ ପୂର୍ତ୍ତିକୁ ନେଇ ଅଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବ ।

ଦେଶ ସ୍ଵାଧୀନତାର 75 ବର୍ଷ ପୂର୍ତ୍ତିକୁ ନେଇ ଅଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯୁବ ମୋର୍ଚ୍ଚା ମାଧ୍ୟମରେ ତ୍ରିରଙ୍ଗା ଯାତ୍ରା କରାଯିବ । ଜାତୀୟ ପତାକାକୁ ଆଗରେ ରଖି ଯାତ୍ରା ଆୟୋଜନ କରାଯିବ । ଅଗଷ୍ଟ 9 ତାରିଖ ବା କ୍ରାନ୍ତି ଦିବସରୁ ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ଯୁବ ମୋର୍ଚ୍ଚା କର୍ମୀ ମାନେ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ଜନସଚେତନତା କରିବେ । 11 ଅଗଷ୍ଟରୁ 13 ଅଗଷ୍ଟ ପର୍ଯ୍ୟନ୍ତ ସହରର ୱାର୍ଡ ଠାରୁ ଆରମ୍ଭ କରି ପଞ୍ଚାୟତ ଯାଏଁ ସାଧାରଣ ଜନତାଙ୍କୁ ଆହ୍ୱାନ କରି ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ର ଓ ବିଭିନ୍ନ ଯୁବକ ସଂଘର କାର୍ଯ୍ୟକର୍ତ୍ତା, ଗାଁର ମୁରବୀ, ଚାଷୀ ତଥା ଶ୍ରମିକ ମାନଙ୍କୁ ନେଇ ପ୍ରଭାତ ଫେରୀ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ଅଗଷ୍ଟ 13 ରୁ 15 ତାରିଖ ପର୍ଯ୍ୟନ୍ତ ଓଡିଶାର 1 କୋଟି 15 ଲକ୍ଷ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି ।

ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡାଇ ଅଜାଦୀ କି ଅମୃତ ମହୋତ୍ସବ ଉପଲକ୍ଷେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମକୁ ସଫଳ କରିବାକୁ କହିଛନ୍ତି ସମୀର । ପ୍ରତ୍ୟେକ ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗ୍ରହ ଅନୁସାରେ ପରିବାରର ସର୍ବ କନିଷ୍ଠ ସଦସ୍ୟ ଜାତୀୟ ପତାକା ଉତ୍ତୋଳନ କରନ୍ତୁ । ଦେଶର ପ୍ରତ୍ୟେକ ଘରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଫଟୋ ଚିତ୍ର ଲଗାଇବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.