ଭୁବନେଶ୍ବର: ଶିଖ ବ୍ୟବସାୟୀଙ୍କୁ ଆକ୍ରମଣ ନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ରଖିଲେ ପ୍ରତିକ୍ରିୟା । ଆକ୍ରମଣ ପରେ ପୋଲିସକୁ ଫୋନ କରାଯାଇଥିଲା । ପୋଲିସ ପହଞ୍ଚି ତାଙ୍କ ଘରକୁ ନ ଯାଇ ବାହାରକୁ ଡାକିବା ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି ।
ଆକ୍ରମଣ କରିଥିବା ଯୁବକ ବିଜୁ ଜନତା ଦଳର । ପୋଲିସ ଜାଣିଶୁଣି ତାଙ୍କୁ ଡାକି ମାଡ ମାରିଛି ବୋଲି ଅଭିଯୋଗ କରିଛି ବିଜେପି । ଘଟଣାରେ 3 ଜଣ ନୁହେଁ ଅଧିକ ଅଭିଯୁକ୍ତ ସାମିଲ ଅଛନ୍ତି ବୋଲି କହିଛନ୍ତି ଗୋଲକ ମହାପାତ୍ର । ସମସ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛି ବିଜେପି। ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ପୋଲିସ କମିଶନର ତଦନ୍ତ କରନ୍ତୁ । ଭୁବନେଶ୍ବର ଶାନ୍ତିପ୍ରିୟ ସହର, ଏହାକୁ ଅଶାନ୍ତ କରନ୍ତୁ ନାହିଁ ବୋଲି କହିଛନ୍ତି ଗୋଲକ ।
ସୂଚନା ଯୋଗ୍ୟ ଯେ ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗଭାନ ଟାଓ୍ଵାର ଆପାର୍ଟମେଣ୍ଟ ସାମ୍ନାରେ ପୋଲିସ ଉପସ୍ଥିତିରେ ପରିବିନ୍ଦର ସିଂ ପାଲ ନାମକ ବ୍ୟବସାୟୀଙ୍କୁ ମାଡ ସହ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ