ETV Bharat / city

ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ: ପୁଣିଥରେ ବିଜେଡି-ବିଜେପି ମୁହାଁମୁହିଁ - ଲେଖାଶ୍ରୀ ସାମନ୍ତ ସିଂହାର

ସ୍ମିତାରାଣୀ ମୃତ୍ୟୁକୁ ନେଇ ପୁଣିଥରେ ବିଜେଡି-ବିଜେପି ମୁହିଁମୁହିଁ ହୋଇଛନ୍ତି। ଏହି ପ୍ରସଙ୍ଗରେ ବିଜେପି ରାମକୋ କମ୍ପାନୀ ଉପରେ ଜବରଦସ୍ତ ଆଟାକ କରିଛି।

PHOTO
Lekhashree
author img

By

Published : Dec 18, 2019, 8:37 PM IST

ଭୁବନେଶ୍ବର: ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀର ୪ଟି ପଞ୍ଚାୟତ ଧର୍ମଶାଳା, ହରିଦାସପୁର, ଥାନୁଆଳ ଓ ଆରୁହା ପଞ୍ଚାୟତର ୧୫୨ ଏକର ଜମି ରାମକୋ ସିମେଣ୍ଟ କାରଖାନା ପାଇଁ ରାଜ୍ୟ ସରକାର ଦେଇଥିବା ବେଳେ ଆହୁରି ଶହ ଶହ ଏକର ଜମି ରାମକୋ ଜବରଦସ୍ତି ବେଆଇନ ଭାବେ ମାଡିବସିଛି।

ରାମକୋ ଦ୍ବାରା ଜବରଦଖଲ ହୋଇଥିବା ଜମି ଶ୍ମଶାନ ଜମି, ଗୋଚର ଜମି, ଅନାବାଦି ଜମି, ଦେବୋତ୍ତର ଜମି ଏବଂ ଜଙ୍ଗଲ କିସମ ଜମି ଅନ୍ତର୍ଭୁକ୍ତ। ଏହି ସମସ୍ତ ଜମି ସ୍ମିତାରାଣୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ନିଜ ପଞ୍ଚାୟତରେ ଆସୁଛି। ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି ବିଜେପି ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି।

ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ସାମନ୍ତ ସିଂହାର କହିଛନ୍ତି ରାମକୋ ସିମେଣ୍ଟ କମ୍ପାନୀର ମାଲିକ ଜଣେ ତାମିଲ ହୋଇଥିବାରୁ ତାଙ୍କର ସିଧାସଳଖ ସମ୍ପର୍କ ତୃତୀୟ ମହଲାର ‘୫T’ ସଚିବ ତାମିଲ ଅଧିକାରୀ କେ.ପାଣ୍ଡିଆନଙ୍କ ସହ ରହିଛି। ସେଥିଲାଗି ଜିଲ୍ଲା ପ୍ରଶାସନ ସବୁ ଆଇନ କାନୁନକୁ ଅଣଦେଖା କରିଛି। ଇମାମୀ ଏବଂ ଅନ୍ୟାନ୍ୟ ସିମେଣ୍ଟ କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ଗ୍ରାମସଭା ହୋଇଥିବା ବେଳେ ରାମକୋ ପାଇଁ କାହିଁକି ଗ୍ରାମସଭା କରାଗଲା ନାହିଁ? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା? ଜିଲ୍ଲାରେ ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ବ ଅଧିକାରୀ ଥିବା ସତ୍ତ୍ୱେ ରାମକୋ ବେଆଇନ ଭାବେ ଶହ ଶହ ଏକର ଜମି କିପରି ଜବରଦଖଲ କରି ପାରିଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ପିଇଓ ସ୍ମିତାରାଣୀଙ୍କ ଉପରେ ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ରୂପେଶ ଭଦ୍ର ଏବଂ ବିଜେଡିର ଅନ୍ୟ ନେତାଙ୍କ ଦ୍ବାରା ଚାପ ପ୍ରୟୋଗ କରାଯାଉଥିଲା। ଏମିତିକି ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ଭାଇଜାଗ ଓ ମୁମ୍ବାଇ ଭଳି ସହରକୁ ନେଇ ଆପ୍ୟାୟିତ କରିବା ପାଇଁ ଚେଷ୍ଟା କରାଯାଉଥିଲା।

ବିଜେଡି ବିଜେପି ମୁହାଁମୁହିଁ

ହେଲେ ସ୍ମିତାରାଣୀ ଏହି ଷଡଯନ୍ତ୍ରରେ ସାମିଲ ନହେବା ଯୋଗୁଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାମକୋ ଜମି ଜବରଦଖଲ ମାମଲାରେ ବେଆଇନ କାମ କରିବାକୁ ରାଜି ନହେବାରୁ ତାଙ୍କୁ ରଙ୍ଗଶାଳାଠାରେ ଗଣଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସ୍ମିତାରାଣୀଙ୍କ ମୃତ୍ୟୁ ସମୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସମେତ ଆଉ ୪ ଜଣ ବିଜେଡିର ନିର୍ବାଚିତ ପ୍ରତିନିଧି ଏବଂ ଜଣେ ରାମକୋ ଅଧିକାରୀ ଉପସ୍ଥିତ ଥିଲେ। ସ୍ମିତାରାଣୀର ଚରିତ୍ର ଉପରେ ପ୍ରଶ୍ନ ସୃଷ୍ଟି କରୁଥିବା ଯାଜପୁର ଏସପି ଚରଣ ସିଂହ ମୀନା କ’ଣ ପାଇଁ ରାମକୋ ଅଧିକାରୀ ଏବଂ ଅନ୍ୟାନ୍ୟ ଉପସ୍ଥିତ ବିଜେଡିର ନିର୍ବାଚିତ ପ୍ରତିନିଧିଙ୍କୁ ତଦନ୍ତ ପରିସରଭୂକ୍ତ କରିନାହାଁନ୍ତି ବୋଲି ଡ. ସାମନ୍ତ ସିଂହାର ପ୍ରଶ୍ନ କରିଛନ୍ତି। ଏଣୁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବା ସହ ସ୍ମିତାରାଣୀ ଏବଂ ଓଡିଶାର ସମସ୍ତ ମହିଳାଙ୍କୁ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି।

ସେପଟେ ଲେଖାଶ୍ରୀଙ୍କୁ ଦୃଢ ଜବାବ ଦେଇଛନ୍ତି ବିଜେଡି ନେତ୍ରୀ ତଥା ମୁଖପାତ୍ର ସୁଲତା ଦେଓ। ସୁଲତା କହିଛନ୍ତି ଲେଖାଶ୍ରୀ ଆଇ’ମା କାହାଣୀ କହୁଛନ୍ତି। ନିଜର ଅସ୍ତିତ୍ବ ବଞ୍ଚାଇବାକୁ ଯାଇ ଅଯଥା ରାଜନୀତି କରୁଛନ୍ତି ଲେଖାଶ୍ରୀ। ତାଙ୍କର ବୟାନର ତାଳମେଳ ନାହିଁ ବୋଲି କାଉଣ୍ଟର ଆଟାକ କରିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ । ସମ୍ବେଦନଶୀଳ ଘଟଣାକୁ ନେଇ ବାରମ୍ବାର ଏଭଳି ବୟାନ ଦେବା ଠିକ ନୁହେଁ। ୨୦୧୪ ମସିହାରେ ଲେଖାଶ୍ରୀ ଚାକିରୀ ଛାଡିଲା ପରେ ବାରମ୍ବାର ନବୀନ ନିବାସ ଯାଇ ଦଳରେ ମିଶିବାକୁ ଚାହୁଁଥିଲେ। ତାଙ୍କର ଆଚରଣ ଉଚ୍ଚାରଣ ଠିକ ନଥିବାରୁ ବିଜେଡି ତାଙ୍କୁ ଗ୍ରହଣ କଲାନାହିଁ। ହତାଶ ହୋଇ ବିଜେପି ଗଲେ ସେଠାରେ ଗ୍ରହଣୀୟ ହେଲେନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଟିକେଟ ମିଳିଲାନି। ଆଇ’ ମା କାହାଣୀ ନକହି , ସେ ନିଜକୁ ସୁଧାରିବାର ଆବଶ୍ୟକତା ରହିଛି। ଓଡିଆ ମହିଳାଙ୍କୁ ସମ୍ମାନ ଦେବା ଜାଣିନାହାଁନ୍ତି ଲେଖାଶ୍ରୀ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଏବଂ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୪ଟି ପଂଚାୟତ- ଧର୍ମଶାଳା, ହରିଦାସପୁର, ଥାନୁଆଳ, ଆରୁହା ପଂଚାୟତର ୧୫୨ ଏକର ଜମି ରାମକୋ ସିମେଂଟ କାରାଖାନା ପାଇଁ ରାଜ୍ୟସରକାରଙ୍କ
ଦେଇଥିବାବେଳେ ଆହୁରି ଶହ ଶହ ଏକର ରାମକୋ ଜବରଦସ୍ତି ବେଆଇନ ଭାବେ ମାଡିବସିଛି । ରାମକୋ ଦ୍ୱାରା ଜବରଦଖଲ ହୋଇଥିବା ଜମିରେ ଶ୍ମଶାନ ଜମି, ଗୋଚର ଜମି, ଅନାବଦି ଜମି, ଦେବୋତର ଜମି ଏବଂ ଜଙ୍ଗଲ କିସମ ଜମି ଅନ୍ତଭୃକ୍ତ । ଏହି ସମସ୍ତ ଜମି ସ୍ମିତାରାଣୀ ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ନିଜ ଗୃହ ପଂଚାୟତରେ ଆସୁଛି । ଏହି
ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି
ବିଜେପି ରାଜ୍ୟ ସଂପାଦିକା ଡ. ରେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ରାମକୋ ସିମେଂଟ
କଂପାନୀର ମାଲିକ ଜଣେ ତାମିଲ ହୋଇଥିବାରୁ ତାଙ୍କର ସିଧାସଳଖ ସଂପର୍କ ତୃତୀୟ ମହଳା ୫-ଟି ସଚିବ ତାମିଲ ଅଧିକାରୀ କେ. ପାଣ୍ଡିଆନଙ୍କ ସହ ରହିଛି । ସେଥିଲାଗି ଜିଲ୍ଲା ପ୍ରଶାସନ ସବୁ ଆଇନ କାନୁନକୁ ଅଣଦେଖା କରିଛି । ଇମାମୀ ଏବଂ
ଅନ୍ୟାନ୍ୟ ସିମେଂଟ କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ଗ୍ରାମସଭା ହୋଇଥିବାବେଳେ ରାମକୋ ପାଇଁ କାହିଁକି ଗ୍ରାମ ସଭା କରାଗଲା ନାହି ଁ ? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା ? ଜିଲ୍ଲାରେ ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ ଥିବାସତ୍ୱେ ରାମକୋ ବେଆଇନ ଭାବେ ଶହ ଶହ ଏକର ଜମି
କିପରି ଜବରଦଖଲ କରି ପାରିଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ପିଇଓ ସ୍ମିତାରାଣୀଙ୍କ ଉପରେ ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ରୂପେଶ ଭଦ୍ର ଏବଂ ବିଜେଡିର ଅନ୍ୟ ନେତାଙ୍କ ଦ୍ୱାରା ଚାପ ପ୍ରୟୋଗ କରାଯାଉଥିଲା । ଏମିତିକି ଗ୍ରାମ ପଂଚାୟତର ଅଧିକାରୀମାନଙ୍କୁ ଭାଇଜାକ ଓ ମୁମ୍ବାଇ
ଭଳି ସହରକୁ ନେଇ ଆପାୟିତ କରିବା ପାଇଁ ଚେଷ୍ଟା କରାଯାଉଥିଲା । ହେଲେ ସ୍ମିତାରାଣୀ ଏହି ଷଡଯନ୍ତ୍ରରେ ସାମିଲ ନହେବା ଯୋଗୁଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାମକୋ ଜମି ଜବରଦଖଲ ମାମଲାରେ ବେଆଇନ କାମ କରିବାକୁ ରାଜି
ନହେବାରୁ ତାଙ୍କୁ ରଙ୍ଗଶାଳାଠାରେ ଗଣଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସ୍ମିତାରାଣୀ ମୃତ୍ୟୁ ସମୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସମେତ ଆଉ ୪ ଜଣ ବିଜେଡିର ନିର୍ବାଚିତ ପ୍ରତିନିଧୀ ଏବଂ ଜଣେ ରାମକୋ ଅଧିକାରୀ ଉପସ୍ଥିତ
ଥିଲେ । ସ୍ମିତାରାଣୀର ଚରିତ୍ର ଉପରେ ପ୍ରଶ୍ନ ସୃଷ୍ଟି କରୁଥିବା ଯାଜପୁର ଏସପି ଚରଣ ସିଂହ ମୀନା କ’ଣ ପାଇଁ ରାମକୋ
ଅଧିକାରା ଏବଂ ଅନ୍ୟାନ୍ୟ ଉପସ୍ଥିତ ବିଜେଡିର ନିର୍ବାଚିତ ପ୍ରତିନିଧୀମାନଙ୍କୁ ତଦନ୍ତ ପରିସର ଭୃକ୍ତ କରିନାହାଁନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ସ୍ମିତାରାଣୀ ହତ୍ୟାକାଣ୍ଡରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ରାଜନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ କ୍ଷମତା ପୀପାସାକୁମେଂଟାଇବା ପାଇଁ ଜଣେ ନିରୀହ ଝିଅ ସ୍ମିତାରାଣୀର ବଳି ପକାଇଛି । ରାମକୋର ବେଆଇନ ଜମି ଜବର ଦଖଲ ଏବଂ
ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ଭୂମିକାକୁ ତଦନ୍ତ ପରିସରଭୃକ୍ତ କରାଯାଉ । ରାଜ୍ୟସରକାର ଏବଂ ଜିଲ୍ଲା
ପ୍ରଶାସନ ଏହି ଘଟଣାରେ ନିବିଡ ଭାବେ ସଂପୃକ୍ତ ଅଛନ୍ତି ଏବଂ ଦୋଷୀ ମାନଙ୍କୁ ଘଂଟ ଘୋଡାଇବା ପାଇଁ ସବୁ ପ୍ରକାର
ପ୍ରଚେଷ୍ଟା କରିଆସିଛନ୍ତି । ଏଣୁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବା ସହ ସ୍ମିତାରାଣୀ ଏବଂ
ଓଡିଶାର ସମସ୍ତ ମହିଳାମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ ଏବଂ ମୁଖପାତ୍ର ସୋନାଲୀ ସାହୁ ପ୍ରମୁଖ
ଉପସ୍ଥିତ ଥିଲେ ।Body:ବାଇଟ ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନେତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.