ETV Bharat / city

ରାଜ୍ୟ ସରକାରଙ୍କ ତଣ୍ଟିରେ ଲାଗିଲା କାଳିଆ କଣ୍ଟା, ବିରୋଧୀଙ୍କ ଟାର୍ଗେଟ

author img

By

Published : Sep 19, 2019, 2:41 PM IST

Updated : Sep 19, 2019, 4:26 PM IST

କାଳିଆ ଯୋଜନାକୁ ନେଇ ହରଡଘଣାରେ ରାଜ୍ୟ ସରକାର । ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ତାଲିକା ପାଇଁ ୧୭୦ କୋଟି ଟଙ୍କାର ଅପବ୍ୟୟର ଭାର ପାଇଁ ରାଜ୍ୟ ସରକାର ଦାୟୀ ବୋଲି ବିଜେପି ଆଜି ଅଭିଯୋଗ କରିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମିଛର ଆବରଣ ନେଇ କାଳିଆ ଯୋଜନା ପ୍ରଣୟନର ପରିଣତି । ଚାଷୀ ଆଜି ଭୟଭୀତ ଓ ଅପମାନିତ। ବିନା ହିତାଧିକାରୀ ତାଲିକାରେ ଅର୍ଥକୁ ଯାଚିକି ଦେଇଥିବା ଅଧିକାରୀ, କୃଷି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏହାର ଉତ୍ତରଦାୟିତ୍ବ ଲଦାଯାଉ । ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ତାଲିକା ପାଇଁ ୧୭୦ କୋଟି ଟଙ୍କାର ଅପବ୍ୟୟର ଭାର ପାଇଁ ରାଜ୍ୟ ସରକାର ଦାୟୀ ବୋଲି ବିଜେପି ଆଜି ଅଭିଯୋଗ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେବଳ ଏତିକି ନୁହେଁ, "ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୧୨ ଲକ୍ଷ ଚାଷୀ ତାଲିକାରୁ ଏମିତି ଚଞ୍ଚକତା ପାଇଁ ୩ ଲକ୍ଷ କଟିଗଲେ । ଆବଶ୍ୟକ ପଡିଲେ ବିଜେପି ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ପଛାଇବନି। କୃଷକଙ୍କ ତାଙ୍କ ଆବଶ୍ୟକତା ନଥିଲା । ଏମାନେ ଜବରଦସ୍ତ ସେମାନଙ୍କ ଆକାଉଣ୍ଟକୁ ତାଙ୍କ ପଠାଇଛନ୍ତି। ଚାଷୀ ଖର୍ଚ୍ଚ କରିସାରିଛି । ଟଙ୍କା ଫେରସ୍ତ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ବର୍ତ୍ତମାନ ଚାଷୀ ଏବେ ଭୟଭୀତ"।

କେଉଁଠୁ ଟଙ୍କା ଆଣି ଫେରାଇବ ଚାଷୀ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ। ସାମ୍ବାଦିକ ସମ୍ମିଳନୀରେ ଏନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଯେଉଁମାନେ କି ତାଲିକା ପ୍ରସ୍ତୁତରେ ଜଡିତ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ସେମାନଙ୍କ ଠାରୁ ଟଙ୍କା ଆଦାୟ ହେଉ ବୋଲି ସେ ଦାବି କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସରକାର ହରଡ଼ଘଣାରେ ପଡିଛନ୍ତି । ଚାଷୀଙ୍କ ତାଲିକା ନଥାଇ ଯୋଜନା ପ୍ରସ୍ତୁତ କରିବା, ଟଙ୍କା ନଥାଇ ଜରୁରୀକାଳିନ ପାଣ୍ଠିରୁ ଟଙ୍କା ବାଣ୍ଟିବା କଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ଏନେଇ କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।" ସରକାରଙ୍କ କାଳିଆ ଯୋଜନାର ଉଦ୍ଦେଶ୍ୟ ପୂରଣ ହୋଇଯାଇଛି । ଆମର ଧାରଣା 3 ଲକ୍ଷ 41 ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ।ସବୁ ଭୁଲ କାମ କରିଥିବାରୁ ସରକାର ତଥ୍ୟ ଲୁଚାଇ ବେନି ତ ଆଉ କଣ କରିବେ? ସରକାରଙ୍କ ସବୁ କାର୍ଯ୍ୟକ୍ରମ ନିର୍ବାଚନ ଓ ଭୋଟ ପାଇଁ " ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସେପଟେ ବିଜେଡି ଏହାର ଜବାବ ରଖି କହିଛି କାଳିଆରେ କିଛି ସ୍କାମ ହୋଇନାହିଁ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାକ କୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ।ଧାରା 302, 376 (a)(b), ରେ ଅଭିଯୁକ୍ତ ଙ୍କୁ ଫାଶୀଦଣ୍ଡ ଓ ଧାରା 363 ଅନୁଯାୟୀ 7 ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।ଏଥିସହ 20 ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ।20 ହଜାର ଟଙ୍କା ଦେଇ ନ ପାରିଲେ ଅଧିକ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାକ କୋର୍ଟ ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ମୁସ୍ତାକ କୁ ଦୋଷୀ ସାବ୍ୟସ୍ତ କରିଥିଲେ।ଆଇପିସି ଧାରା 363,302,376 (a)(b), ଏବଂ 6 ପୋସ୍କୋ ଆକ୍ଟ ଧାରାରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ।
ସୂଚନାଯୋଗ୍ୟ ଗତ 2018 ,ଏପ୍ରିଲ 28 ତାରିଖରେ ଅଭିଯୁକ୍ତ ମହମ୍ମଦ ମୁସ୍ତାଫ ନିଜ ଗ୍ରାମର 6 ବର୍ଷର ନାବାଳିକା କୁ ଚକଲେଟ ଦେଇ ଗ୍ରାମର ସ୍କୁଲ ପରିସରରେ ଦୁଷ୍କର୍ମ କରିବା ସହ ପ୍ରମାଣକୁ ନଷ୍ଟ କରିବା ପାଇଁ ହତ୍ୟା କରିଥିଲା।ଏଥିରେ 23 ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ।

ବାଇଟ - ଅକ୍ଷୟ ନାୟକ,ସ୍ପେସିଆଲ ପ୍ରସିକ୍ୟୁଟର।

Body:no need

Conclusion:no need
Last Updated : Sep 19, 2019, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.