ଭୁବନେଶ୍ବର : ଚତୁର୍ଥ ତଥା ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନକୁ ବାକି ରହିଲା ଆଉ ମାତ୍ର କେତୋଟି ଘଣ୍ଟା । କିନ୍ତୁ ନିର୍ବାଚନ କମିଶନ ପାଖରେ ରାଜନୈତିକ ଦଳ ଅଭିଯୋଗ ନେଇ ଫେରାଦ ହେବା ଥମିବାର ନାଁ ନେଉନାହିଁ। ଉଭୟ ବିଜେପି ଓ ବିଜେଡି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରକୁ ନେଇ ସିଇଓଙ୍କ ପାଖରେ ଆଣିଛନ୍ତି ଅଭିଯୋଗ ।
ନିର୍ବାଚନ ପାଇଁ ପ୍ରଚାର ସରିଯାଇଥିଲେ ସୁଦ୍ଧା ବିଜେପି ସୋସିଆଲ ମିଡି଼ଆରେ ପ୍ରଚାର ଚଲାଇଛି । ଏଥିସହ କିଛି ନିର୍ଦ୍ଧିଷ୍ଟ ନମ୍ବରରୁ ଭୋଟରଙ୍କୁ କଲ୍ କରି ପ୍ରଭାବିତ କରୁଛି ବୋଲି ଅଭିଯୋଗ ଆଣିଛି ବିଜେଡି ।
ସେହିପରି ବିଜେପି ଅଭିଯୋଗ ଆଣିଛି ବିଜେଡିର କର୍ମୀମାନେ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ଏବଂ ବିଜେଡିର ନେତାମାନେ ଯୋଜନାବଦ୍ଧ ଭାବରେ କିଛି ଅଞ୍ଚଳରେ ରହି ଭୋଟରଙ୍କୁ ଧମକାଉଛନ୍ତି । ଏପରି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ