ETV Bharat / city

ରିଲିଫ୍ ସାମଗ୍ରୀକୁ ନେଇ ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି - kendrapada

ରିଲିଫ୍ ସାମଗ୍ରୀ ଉପରେ ଦଳୀୟ ଚିହ୍ନ ଥିବା ନେଇ ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି। ଏସମ୍ପର୍କରେ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଅବଗତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 16, 2019, 11:53 AM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନି ତାଣ୍ଡବରେ ବିଗିଡିଯାଇଛି ଓଡିଶାର ରୂପରେଖ। ସେପଟେ ଫନି ଯିବା ପରେ ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ବଣ୍ଟନ ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଏଭଳି ସ୍ଥିତିରେ ବଣ୍ଟନ ହେଉଥିବା ରିଲିଫ୍ ସାମଗ୍ରୀ ଉପରେ ଦଳୀୟ ଚିହ୍ନ ରହିଥିବା ନେଇ ସିଇଓଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା କ୍ଷେତ୍ରରେ ଦିଆଯାଉଥିବା ରିଲିଫ୍ ସାମଗ୍ରୀରେ ଶଙ୍ଖ ଚିହ୍ନ ରହିଥିବା ବିଜେପି ଅଭିଯୋଗ ଆଣିଛି । ରିଲିଫ୍ ସାମଗ୍ରୀରେ ବିଜେଡିର ଦଳୀୟ ଚିହ୍ନ ଭୋଟରଙ୍କୁ ଆକୃଷ୍ଟ କରୁଛି ବୋଲି ବିଜେପି ଅଭିଯୋଗ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ରାଜ୍ୟ ବିଜେପିର 8 ଜଣିଆ ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏଥିସହିତ ବିଜେଡି ବିରୋଧରେ ଅଭିଯୋଗ ମଧ୍ୟ ଆଣିଥିଲେ ।

ତେବେ ଆସନ୍ତା 19 ତାରିଖରେ ସାନି ମତଦାନ ହେବାକୁ ଥିବା ବେଳେ 34ଟି ବୁଥ୍ ରେ ରିଗିଂ ଓ ଟାମ୍ପରିଂର ଆଶଙ୍କା କରିଛି ବିଜେପି । ଏ ସମ୍ପର୍କରେ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଅବଗତ କରାଇଛନ୍ତି । ତେଣୁ ନିରପେକ୍ଷ ନିର୍ବାଚନ ପାଇଁ ବୁଥ୍‌ ଗୁଡ଼ିକରେ ସିସିଟିଭି ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମଧ୍ୟ ସିଇଓ ନିକଟରେ ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.