ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ ରାଜ୍ୟ ସରକାରଙ୍କର ସମସ୍ତ କାର୍ଯ୍ୟ ତୁଲାଉଛନ୍ତି । ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାପାଳରହିଥିବାବେଳେ ଏବେ ନିର୍ବାଚନ ପାଇଁ ସମସ୍ତ ଟଙ୍କା ଖର୍ଚ୍ଚଭାର ନିଜେ ନେଇଛନ୍ତି । ଏନେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ କରିଛି ବିଜେପି ।
କିଭଳି ଭାବେ ଗଞ୍ଜାମ ଜିଲ୍ଲାରେ ବିଜେଡି ଜିତିବସେ ନେଇ ଜୋରଦାର ପ୍ରଚାର କରିଛନ୍ତି ପାଣ୍ଡିୟାନ । କାହାକୁ ଟିକେଟ୍ ଦିଆଯିବ, କିଏ କେଉଁ କାର୍ଯ୍ୟ କରିବ ସବୁ କିଛି ପାଣ୍ଡିୟାନ ହାତକୁ ନେଇଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ଅନ୍ୟପଟେ କାଳିଆ ଯୋଜନାକୁ ୩୦୦ ଗାଡି ପ୍ରଚାର କରିବା ପାଇଁ ଅନୁମତି ରହିଥିବାବେଳେ ୫୦ ଖଣ୍ଡ ଉଜ୍ଜଳା ଯୋଜନାରେ ଥିବା ଗାଡିକୁ ପ୍ରଚାର କରିବା ପାଇଁ ଅନୁମତି ମିଳିନଥିଲା । ଯାହାର ଉଲ୍ଲଙ୍ଘନ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି ।
ଆଚରଣ ବିଧି ଉଲ୍ଲଙ୍ଘନ ଲାଗୁ ହୋଇଥିବାବେଳେ ଜଣଙ୍କ ପାଖରେ ଏହା ଲାଗୁ ହେଉଛି । ଆଉ ଜଣଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ ଆଣିଛି ବିଜେପି । ଅନ୍ୟପଟେ ଏକ ଟିଭି ଚ୍ୟାନେଲକୁ ମଧ୍ୟ ମିଶନ ଶକ୍ତିର ଦୀର୍ଘ ଦିନ ହେବ ପ୍ରଚାର କରୁଥିବା ନେଇ ସିଇଓଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ବିଜେପି ନେତା ସମୀର ମହାନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ