ETV Bharat / city

‘ଆଳୁ ମିଶନ ନାମରେ ହରିଲୁଟ କରିଛନ୍ତି ଅଫିସର’

author img

By

Published : Mar 30, 2019, 2:34 PM IST

ରାଜ୍ୟରେ ବାର୍ଷିକ ୧୧ ଲକ୍ଷ ଟନ ଆଳୁ ଆବଶ୍ୟକତା ଥିବାବେଳେ କୋଲ ଷ୍ଟୋରେଜ ଅଭାବରୁ ମାତ୍ର ୨ ଲକ୍ଷ ଟନ ଆଳୁ ଉତ୍ପାଦାନ ହୋଇପାରିଛି । ଓଡିଶାରେ ଆଳୁ ଉତ୍ପାଦନ ଅନେକ ମାତ୍ରାରେ ହ୍ରାସ ପାଇଛି । ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ କୋଲ ଷ୍ଟୋରେଜ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଫେଲ ମାରିଛି ଆଳୁ ମିଶନ । ସାଧାରଣ ଲୋକଙ୍କ ଅର୍ଥକୁ ହରିଲୁଟ୍‌ କରାଯାଇଛି । ଏଥିରେ ସମ୍ପୃକ୍ତ ଅଫିସରଙ୍କୁ ସୁରକ୍ଷା ଯୋଗାଇଛନ୍ତି ରାଜ୍ୟ ସରକାର । ଆଜି ଏପରି ଦାବି କରି ରାଜ୍ୟ ସରକାରଙ୍କୁ ଉତ୍ତର ମାଗିଛି ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଏପରି ଅଭିଯୋଗ ଆଣିଛନ୍ତି । ରାଜ୍ୟରେ କୋଟି କୋଟି ଟଙ୍କାର ସାଧାରଣ ଲୋକଙ୍କ ଅର୍ଥକୁ ହରିଲୁଟ କରାଯାଇଛି । ୨୦୧୪ ଡିସେମ୍ବରରେ ରାଜ୍ୟରେ ଆଳୁ ମିଶନ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହା ପ୍ରତାରଣାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି ।

ରାଜ୍ୟରେ ବାର୍ଷିକ ୧୧ ଲକ୍ଷ ଟନ ଆଳୁ ଆବଶ୍ୟକତା ଥିବାବେଳେ କୋଲ ଷ୍ଟୋରେଜ ଅଭାବରୁ ମାତ୍ର ୨ ଲକ୍ଷ ଟନ ଆଳୁ ଉତ୍ପାଦାନ ହୋଇପାରିଛି । ଓଡିଶାରେ ଆଳୁ ଉତ୍ପାଦନ ଅନେକ ମାତ୍ରାରେ ହ୍ରାସ ପାଇଛି । ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ କୋଲ ଷ୍ଟୋରେଜ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ବୋଲି ପୃଥ୍ବୀରାଜ କହିଛନ୍ତି ।

ଏହାସହ ସେ ଅଭିଯୋଗ କରିଛନ୍ତି ଯେ ଅଫିସରମାନେ ଆଳୁ ମିଶନ ନାମରେ ଅର୍ଥ ହରିଲୁଟ କରିଛନ୍ତି । ସରକାର ଏହାର ଜବାବ ଦିଅନ୍ତୁ ବୋଲି ହରିଚନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାଏ, ଇଟିଭି ଭାରତ

ଏସ୍ପାଲେନଡ ମଲରେ ବୋମା ବିସ୍ଫୋରଣ !
 
ଭୁବନେଶ୍ବର ଏସ୍ପାଲେନଡ ମଲରେ ଫୁଟିଛି ବୋମା। ସତ ସତିକା ନୁହେଁ ମିଛ ମିଛକା। ପ୍ରାୟଜିତ ଭାବେ ଫୁଟାଯାଇଛି ବୋମା। କାରଣ ବୋମା ଫୁଟିଲେ ବା କୌଣସି ଆତଙ୍କବାଦି ବିସ୍ଫୋରଣ ଘଟିଲେ ସାଧାରଣତଃ ହଟାତ କିପରି ପରିସ୍ଥିତି ଉପୁଜିଥାଏ। ଯାହାକୁ ସାମ୍ନା କରିବାକୁ କିଭଳି  ପଦକ୍ଷେପ ନିଆଯାଇଥାଏ।ଏଭଳି କିଛି ଉପାୟରେ ମଲ ଭିତରେ ମକ ଡ୍ରିଲ କରିଛନ୍ତି ଏନଡିଆରଏଫ,ଫାୟାର ସର୍ଭିସ,ସିଭଲ ଡିଫେନସ,ଓଡ୍ରାଫ ଟିମ । ହଠାତ ବୋମା ଫୁଟିବା ପରେ ଫାୟାର ସର୍ଭିସ ଡିମ ପହଂଚି ନିଜର କର୍ମଚାରିଙ୍କ ଜରିଆରେ ନିଆଁ ଲିଭାଇବାକୁ ଉଦ୍ଯମ କରିଛନ୍ତି। ଅନ୍ଯପଟେ ଏଭଳି ଘଟଣା ଘଟିବା ପରେ ବେହୋସ ବା କାଜୁଆଲିଟି ଲୋକଂକୁ ମେଡିକାଲ ସ୍ଥାନାନନ୍ତର ପାଇଁ ପ୍ରୟାସ କରିଛନ୍ତି ଏନଡିଆରଏଫ ଟିମ। ଷ୍ଟ୍ରେଚର ସାହାର୍ଯରେ ଲୋକଂକୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ହସପିଟାଲକୁ ପଠାଯାଇଛି। ପରେ ବୋମା ନିଷ୍କ୍ରିୟ ବା ଅନ୍ଯାନ୍ଯ ସ୍ଥାନରେ ବୋମା ବା ବୋମା ଜାତିୟ ରସାୟନିକ ପଦାର୍ଥ ଅନୁସନ୍ଧାନ କରିଛନ୍ତି ରାଡିଏସନ ଡିଟେକ୍ସନ ଟିମ। ପରେ ପରେ ହୁଏତ ମଲ ଭିତରେ କୌଣସି ସ୍ଥାନରେ ଏଭଳି ପଦାର୍ଥ ଥିବାର ଆଶଙ୍କାରେ ସଂନ୍ଧାନି କୁକୁର ର ସହାୟତା ନିଆଯାଇଛି । ପରେ ପରେ ବୋମା ନିଷ୍କ୍ରିୟ ଟିମର ଛାନଭିନ ପରେ ଉଚ ବିଲଡିଂରେ ଥିବା ଆହତ ବା ମୃତ ଲୋକଂକୁ କିପରି ଉଦ୍ଧାର କରାଯାଏ ତାହା ମଧ୍ଯ ରଶି ମାଧ୍ଯମରେ ତଥା କର୍ମଚାରିଙ୍କ ନିଜସ୍ବ ମାଧ୍ଯମରେ ଉଦ୍ଧାର କାର୍ଯ କରାଯାଇଛି। ତୁରନ୍ତ ଏଭଳି ଦୁର୍ଘଟଣା ଗ୍ରସ୍ତଂକୁ କିପରି ସମସ୍ତ ପ୍ରକାର ସାହାର୍ଯ ସହଯୋଗ ତଥା ସହ ସାଧାରଣ ଲୋକଙ୍କୁ ଏସମ୍ପର୍କରେ କିପରି ଅବଗତ କରାଯିବା ଓ କିଭଳି ଏଭଳି ସମ୍ବେଦନ ଶିଳ ଘଟଣାକୁ ସାମ୍ନା କରିବା ସମୟରେ ଆବଶ୍ଯକିୟ ଯନ୍ତ୍ରପାତିର ବ୍ଯବହାର କରିବା ଆଦି ଦିଗ ଉପରେ ଏକ ମକ ଡ୍ରିଲ ହୋଇଛି। ଯା ଦ୍ବାରା ଏନଡିଆରଏଫ,ଫାୟାର ସର୍ଭିସ,କମିସନରେଟ ପୋଲିସ ,ଓଡ୍ରାଫ ,ସିଭିଲ ଡିଫେନସ ଆଦି କର୍ମଚାରିଙ୍କ ମଧ୍ଯରେ କିଭଳି ସମନ୍ବୟ ହୋଇ ଏଭଳି ପରିସ୍ଥିତି ମୁକାବିଲା ହୋଇପାରିବ ସେ ଦିଗରେ ଫୋକସ ଦିଆଯାଇଛି।
ବାଇଟ-ଜାକବ କିସ୍ପୋତା,ଏସପି ଏନଡିଆରଏଫ
ବାଇଟ-ପ୍ରଦୀପ କୁମାର ସାହୁ,କମାଣ୍ଡର ଓଡ୍ରାଫ ଟିମ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.