ଭୁବନେଶ୍ବର: ରାଷ୍ଟ୍ରୀୟ ମହିଳା କମିଶନ ରେଖା ଶର୍ମାଙ୍କୁ ଭେଟିଲେ ବିଜେପିର ୬ ଜଣିଆ ଟିମ । ରାଜ୍ୟରେ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରେଖା ଶର୍ମାଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ସାମିଲ ଥିଲେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
ମମିତା ମେହେର ହତ୍ୟାକାଣ୍ଡଠୁ ଆରମ୍ଭ କରି ବେବିନା, କୁନ୍ଦୁଲି, ମାଧବିଲତା ପର୍ଯ୍ୟନ୍ତ କାହିଁକି ଏସବୁ ହତ୍ୟା ମାମଲାରେ ସେମାନଙ୍କୁ ନ୍ୟାୟ ମିଳିପାରିନାହିଁ ତା ଉପରେ ଆଲୋଚନା ହୋଇଛି । ମହିଳା କମିଶନ ମମିତା ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି । ସେପଟେ ରାଜ୍ୟ ସରକାର ଓଡିଶାବାସୀଙ୍କୁ ମିଛ କହୁଥିବା କଥା କହିଛନ୍ତି ଲେଖାଶ୍ରୀ । ସ୍ଥାନୀୟ ପୋଲିସକୁ ତଦନ୍ତ ଭାର ଦିଆଯାଇଛି । ତେଣୁ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରାଯାଉ ନଚେତ ସେହି ସ୍କୁଲରେ ଅନେକ ମମିତା ବ୍ୟଭିଚାରର ଶିକାର ହେବେ ବୋଲି ବିଜେପି ଅଭିଯୋଗ କରିଛି । ମନ୍ତ୍ରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳା ବିଜେପି ଦାବି କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ