ETV Bharat / city

ପିପିଲି ରଣର ମହାରଥୀ ହେଲେ ରୁଦ୍ର, ଅଫେରା ରାଇଜରୁ ବାପାଙ୍କ ଆଶୀର୍ବାଦ ପିନ୍ଧାଇଲା ବିଜୟ ମୁକୁଟ

author img

By

Published : Oct 3, 2021, 8:37 PM IST

Updated : Oct 3, 2021, 9:21 PM IST

ପିପିଲି ରଣରେ ନିଜକୁ ମହାରଥୀ ସାବ୍ୟସ୍ତ କରିଛନ୍ତି ରୁଦ୍ର । ଦିନେ ବାପାଙ୍କ ରକ୍ତରେ ବହୁଥିବା ରାଜନୀତିକୁ ରଣଭୂମିରେ ପ୍ରୟୋଗ କରି ପିପିଲି ପଶାପାଲିରେ ଜବରଦସ୍ତ ବିଜୟ ହାସଲ କରିଛନ୍ତି ଜୁନଅର ମହାରଥୀ । ବହୁଚର୍ଚ୍ଚିତ ହାଇପ୍ରୋଫାଇଲ ପିପିଲି ଉପନିର୍ବାଚନରେ ମୋଟ ୯୨ ହଜାର ୮୧୦ ଭୋଟ ପାଇ ବାପାଙ୍କ ବିଜୟ ଧାରାକୁ ବଜାୟ ରଖିଛନ୍ତି ବିଜେଡିର ଦିବଙ୍ଗତ ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ଅଧିକ ପଢନ୍ତୁ...

ପିପିଲି ରଣର ମହାରଥୀ ହେଲେ ରୁଦ୍ର, ଅଫେରା ରାଇଜରୁ ବାପାଙ୍କ ଆଶୀର୍ବାଦ ପିନ୍ଧାଇଲା ବିଜୟ ମୁକୁଟ
ପିପିଲି ରଣର ମହାରଥୀ ହେଲେ ରୁଦ୍ର, ଅଫେରା ରାଇଜରୁ ବାପାଙ୍କ ଆଶୀର୍ବାଦ ପିନ୍ଧାଇଲା ବିଜୟ ମୁକୁଟ

ପୁରୀ: ''ସରିନାହିଁ ରାଜନୀତି ହାରିବନି ମହାରଥୀ''... ହୁଏତ ପିପିଲି ମାଟିରେ ଏହି ଗୁରୁ ଗମ୍ଭୀର ସ୍ବର ଅନେକ ଦିନରୁ ନିରବୀ ଯାଇଛି, ତଥାପି ଅଫେରା ରାଇଜକୁ ଚାଲିଯାଇଥିବା ବ୍ୟକ୍ତିର ଶିକ୍ଷା, ଅନୁଶାସନ ଓ ଆଶୀର୍ବାଦ ଆଜି ପୁଅ ମୁଣ୍ଡରେ ପିନ୍ଧାଇଛି ବିଜୟ ମୁକୁଟ । ଆଉ ଜନାଦେଶ ଜରିଆରେ ରାଜନୀତି ଦୁନିଆରେ ଏବେ ବି ପ୍ରଜ୍ବଳିତ ପ୍ରଦୀପ ବାର୍ତ୍ତା ଦେଇଛନ୍ତି, ସରିନାହିଁ ରାଜନୀତି ହାରି ନାହିଁ ମହାରଥୀ ।

ପିପିଲି ରଣରେ ନିଜକୁ ମହାରଥୀ ସାବ୍ୟସ୍ତ କରିଛନ୍ତି ରୁଦ୍ର । ଦିନେ ବାପାଙ୍କ ରକ୍ତରେ ବହୁଥିବା ରାଜନୀତିକୁ ରଣଭୂମିରେ ପ୍ରୟୋଗ କରି ପିପିଲି ପଶାପାଲିରେ ଜବରଦସ୍ତ ବିଜୟ ହାସଲ କରିଛନ୍ତି ଜୁନଅର ମହାରଥୀ । ବହୁ ଚର୍ଚ୍ଚିତ ହାଇପ୍ରୋଫାଇଲ ପିପିଲି ଉପନିର୍ବାଚନରେ ମୋଟ ୯୨ ହଜାର ୮୧୦ ଭୋଟ ପାଇ ବାପାଙ୍କ ବିଜୟ ଧାରାକୁ ବଜାୟ ରଖିଛନ୍ତି ବିଜେଡିର ଦିବଙ୍ଗତ ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ।

ଶନିବାର ରାତି ପାହିବା ପରେ ନୂଆ ସକାଳର ସାକ୍ଷୀ ପାଲଟିଛି ପିପିଲି ଡେଲାଙ୍ଗ ମାଟି । ପିପିଲିକୁ ମିଳିଛି ନୂଆ ବିଧାୟକ । ରଣଭୂମିରେ ଶହେ ଘୋଡାକୁ ଶହେ ହାତୀ ଥିଲେ ସୁଦ୍ଧା ଶାସକ ଦଳ ଆଗରେ ବିରୋଧୀଙ୍କ ସବୁ ଶକ୍ତି ହାର ମାନିଛି । ଆଉ ଶେଷରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପିପିଲି ଉପନିର୍ବାତନରେ ହୋଇଛନ୍ତି ବିଜୟୀ ।

ଦିବଙ୍ଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲିରେ ଘୋଷଣା ହୋଇଥିଲା ଉପନିର୍ବାଚନ । ସବୁ ପ୍ରସ୍ତୁତି ସରିସାରିଥିଲା । ସଜେଇ ହୋଇଥିଲା ପିପିଲି ମୈଦାନ । ମାତ୍ର ମତଦାନ ଅବ୍ୟବହିତ ପୂର୍ବରୁ ମହାମାରୀ କୋରୋନାରେ ପ୍ରାଣ ହରାଇଥିଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ଫଳରେ ଉପନିର୍ବାଚନ ଘୁଞ୍ଚାଇବାକୁ ପଡିଥିଲା ।

ଗତଥରର ସାଧାରଣ ନିର୍ବାଚନ ଠାରୁ ଏଥରର ଉପନିର୍ବାଚନର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା । କାରଣ ମୈଦାନରେ ଥିଲେ ଜୁନିୟର ମହାରଥୀ । ପୂର୍ବତନ ପିପିଲି ବିଧାୟକ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନରୁ ତାଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ । ରୁଦ୍ରଙ୍କୁ ଜିତାଇବାକୁ ମୋର୍ଚ୍ଚା ସମ୍ଭାଳିଥିଲେ ବିଜେଡିର ବଡବଡ ନେତାମନ୍ତ୍ରୀ ।

ସେପଟେ ବିଜେପି ପକ୍ଷରୁ ଏଥର ମୈଦାନରେ ଥିଲେ ଆଶ୍ରିତ ପଟ୍ଟନାୟକ । ଆଶ୍ରିତଙ୍କୁ ନେଇ ବିଜୟର ବିଶ୍ବାସ ରଖିଥିଲା ବିଜେପି । ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେତେବେଳେ ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲେ। ସେ ସମୟରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ମହାରଥୀ ଓ ଆଶ୍ରିତଙ୍କ ମଧ୍ୟରେ ମାତ୍ର 15,787 ଭୋଟର ବ୍ୟବଧାନ ଥିଲା । ତେବେ ଏଥର ମୈଦାନରେ ପ୍ରଦୀପ ମହାରଥୀଙ୍କ ଅନୁପସ୍ଥିତି ସତ୍ତ୍ବେ ପୁଅ ରୁଦ୍ର ମହାରଥୀ ପ୍ରାୟ ୨୧ ହଜାର ଭୋଟ ମାର୍ଜିନ ସହ ବୃହତ ବିଜୟ ହାସଲ କରିଛନ୍ତି ।

ଗୋଟିଏ ପକ୍ଷେ ଆଶ୍ରିତ ରାଜନୀତିରେ ଅଭିଜ୍ଞ ଥିବାବେଳେ ରୁଦ୍ର ଥିଲେ ସମ୍ପୂର୍ଣ୍ଣ ନବାଗତ । ବାପାଙ୍କ ଅନୁପସ୍ଥିତି ଆଉ ସାମ୍ନାରେ ବିଜେପି ମହାସେନା ଆଗରେ ରୁଦ୍ରଙ୍କ ବିଜୟର କଠିନତାକୁ ମଧ୍ୟ ବେଶ ବାରି ପାରିପାରିଥିଲା ବିଜେଡି । ହେଲେ ଦଳର ରଣକୌଶଳ ଜୁନିଅର ମହାରଥୀଙ୍କୁ ନିର୍ବାଚନୀ ବୈତରଣୀ ପାର କରିବାରେ ସମର୍ଥ ହୋଇଛି ।

ବିଜେଡି ହାଇପ୍ରୋଫାଇଲ ଚେହେରା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନରୁ କିଏ ପ୍ରାର୍ଥୀ ହେବ ଏନେଇ ଦଳ ମଧ୍ୟରେ ହୋଇଥିଲା ଅନେକ ବିଚାର ବିମର୍ଶ । ଏହାରି ଭିତରେ ଟିକେଟ ଭାଗବଣ୍ଟାକୁ ନେଇ ମହାରଥୀ ପରିବାରରେ ଫାଟ ସୃଷ୍ଟି ହେବାକୁ ନେଇ ମଧ୍ୟ ଜୋର ଧରିଥିଲା ଚର୍ଚ୍ଚା । ପୁଅକୁ ଟିକେଟ ମିଳିବାରୁ ମା' ଋଷିଥିବା ନେଇ ଚାରିଆଡେ ଆଲୋଚନା ହୋଇଥିଲା । ଶେଷରେ ମହାରଥୀ ପରିବାରକୁ ବିଜେଡି ନେତାଙ୍କ ଘନଘନ ଗସ୍ତ ପରେ ଏହି ହାଇଭୋଲଟେଜ ଡ୍ରାମାରେ ପଡିଥିଲା ପୂର୍ଣ୍ଣଛେଦ । ଶେଷରେ ଗଣମାଧ୍ୟମର ଆଲୋଚନାକୁ ଖଣ୍ଡନ କରି ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା କହିଥିଲେ, 'ବାପ ଥିଲା ପୁଅ ସଭାରେ ହାରେନା, ମାଆ ଥିଲେ ପୁଅ ଦୁନିଆ ଡରେନା' ।

ବିଜେଡିରୁ ପ୍ରାର୍ଥୀ ହେବା ପରେ ବାପା ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ସହ ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ମୂଳ ଲକ୍ଷ୍ୟ ଥିବା କହିଛନ୍ତି ପୁଅ ରୁଦ୍ର ମହାରଥୀ । କେବଳ ସେତିକି ନୁହେଁ, ମାଟି ପାଇଁ କାମ କରିବେ ବୋଲି ଜୋର୍‌ ଦେଇ କହିଛନ୍ତି ରୁଦ୍ର ।

ନିଜର ନିଆରା ବାକ୍‌ ଶୈଳୀ ପାଇଁ ରାଜନୈତିକ ଜଗତରେ ବେଶ ଚର୍ଚ୍ଚିତ ଚେହେରା ଥିଲେ ପ୍ରଦୀପ ମହାରଥୀ । ଛାତ୍ର ଜୀବନରୁ ହିଁ ରାଜନୀତି ପ୍ରତି ରୁଚି ପ୍ରଦୀପଙ୍କୁ ଓଡିଶା ବିଧାନସଭାର ଏକ ଦକ୍ଷ ନେତା ତଥା ମହାରଥୀ ଭାବରେ ପରିଚୟ ପ୍ରଦାନ କରିଥିଲା । ପିପିଲି ବିଧାନସଭା ଆସନରୁ ମହାରଥୀ ବିଜେଡି ଟିକେଟରେ କ୍ରମାଗତ 5 ଥର ବିଧାୟକ ଭାବେ ନିର୍ବାଚିତ ହୋଇ କରିଥିଲେ ରେକର୍ଡ । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ୨୦୧୧ରୁ ୨୦୧୨ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ, ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ କୃଷି ସହ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଏବଂ ୨୦୧୭ରୁ ୨୦୧୯ ଜାନୁୟାରୀ ପର୍ଯ୍ୟନ୍ତ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ ପ୍ରଦୀପ ମହାରଥୀ ।

ଏପଟେ କିନ୍ତୁ ପୁଅ ରୁଦ୍ର ମହାରଥୀ ବିଜେଡିରୁ ପ୍ରାର୍ଥୀ ହେବା ପୂର୍ବରୁ ତାଙ୍କର ରାଜନୀତି ସହିତ କୌଣସି ସମ୍ପର୍କ ନଥିଲା । ଆଶ୍ରିତ ପଟ୍ଟନାୟକଙ୍କ ଉପରେ ପୁଣି ବିଶ୍ବାସ ପ୍ରକଟ କରି ଯେତେବେଳେ ବିଜେପି ତାଙ୍କୁ ଟିକେଟ ଦେଇଥିଲା, ସେବେ ଜନସାଧାରଣଙ୍କ ସହାନୁଭୂତି ସାଉଁଟିବା ପାଇଁ ମହାରଥୀଙ୍କ ପୁଅ ରୁଦ୍ରକୁ ନେଇ ଗୋଟି ଚାଳନା କରିଥିଲା ବିଜେଡି ।

ଶନିବାର ରାତି ପାହିଲା ପରେ ଜୁନିୟର ମହାରଥୀ ବାପାଙ୍କ ଚଲାପଥରେ ସାରଥୀ ହୋଇ ବାପାଙ୍କ ବିଜୟ ରଥକୁ ଆଗକୁ ନେବାରେ ସକ୍ଷମ ହୋଇଛନ୍ତି । ତେବେ ନିଜ ଜୀବନ ଯାତ୍ରାରେ ପୂର୍ଣ୍ଣଛେଦ ପକାଇ ମହାନିଦ୍ରାରେ ଶୋଇ ପଡିଥିବା ମହାରଥୀଙ୍କ ଅଧୁରା ରାଜନୀତିକୁ ପୁଅ ରୁଦ୍ର ଏବେ ଆଗେଇ ନେବା ସହିତ ପିପିଲିବାସୀଙ୍କ ସମସ୍ୟାକୁ କେତେଦୂର ସମାଧାନ କରିପାରୁଛନ୍ତି ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2021, 9:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.