ETV Bharat / city

Panchayat Poll Result: ନବୀନ ପୁଣି ଅପ୍ରତିଦ୍ବନ୍ଦୀ ନେତା ପ୍ରମାଣିତ

ପଞ୍ଚାୟତରେ ନୂଆ ସମୀକରଣ, ନବୀନ ପୁଣି ଅପ୍ରତିଦ୍ବନ୍ଦୀ ନେତା ପ୍ରମାଣିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ପ୍ରମାଣ କରିଛନ୍ତି ବିଜେଡି ଓଡିଶାର ଏକକ ଲୋକପ୍ରିୟ ଦଳ ଏବଂ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାଁନ୍ତି । ଅଧିକ ପଢ଼ନ୍ତୁ

author img

By

Published : Mar 1, 2022, 9:42 PM IST

Panchayat Poll Result: ନବୀନ ପୁଣି ଅପ୍ରତିଦ୍ବନ୍ଦି ନେତା ପ୍ରମାଣିତ

ଭୁବନେଶ୍ବର: ପଞ୍ଚାୟତରେ ନୂଆ ସମୀକରଣ, ନବୀନ ପୁଣି ଅପ୍ରତିଦ୍ବନ୍ଦୀ ନେତା ପ୍ରମାଣିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ପ୍ରମାଣ କରିଛନ୍ତି ବିଜେଡି ଓଡିଶାର ଏକକ ଲୋକପ୍ରିୟ ଦଳ ଏବଂ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାଁନ୍ତି । ଶେଷ ପର୍ଯ୍ୟାୟ ଗଣତି ପରେ ଘୋଷିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ୮୫୧ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଶାସକ ବିଜେଡି ସପକ୍ଷରେ ୭୬୬ଟି ଆସନ ଆସିଛି।

ରାଜ୍ୟର ମୋଟ ୮୫୩ ଟି ଜିଲ୍ଲା ପରିଷଦ ମଧ୍ୟରୁ ୮୫୧ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ବରଗଡ଼ ଜିଲ୍ଲା ଅମ୍ବାବନା ଆସନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ପ୍ରାର୍ଥୀ। ସେହିପରି ଅନ୍ୟ ଏକ ଆସନରେ ପ୍ରାର୍ଥୀ ମୃତ୍ୟୁବରଣ କରିଥିବାରୁ ସେଠି ନିର୍ବାଚନ ହୋଇପାରି ନାହିଁ । ବିଜେଡି ୭୬୬ ଟି ଆସନରେ ବହୁମତ ହାସଲ କରିଥିବାବେଳେ ମୁଖ୍ୟ ବିରୋଧୀ ବିଜେପି କେବଳ ୪୨ଟି ଆସନ ପାଇବାକୁ ସକ୍ଷମ ହୋଇଛି । ୩୭ ଟି ଜିଲ୍ଲା ପରିଷଦ ସିଟ୍ କଂଗ୍ରେସ ହାତକୁ ଆସିଛି । ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ସିଟ୍ ଜିତିଥିବା ବେଳେ ଅନ୍ୟମାନେ ୪ଟି ସିଟ୍ ପାଇଥିବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

୨୦୧୭ ନିର୍ବାଚନରେ ପଞ୍ଚାୟତ ନିର୍ବାଚନ ପ୍ରଦର୍ଶନ ତୁଳନାରେ ବିଜେଡି ୨୯୦ଟି ଅଧିକ ସିଟ୍ ହାସଲ କରିଛି । ଗତ ନିର୍ବାଚନରେ ଶାସକ ଦଳ ୪୭୬ ଟି ଜିଲ୍ଲା ପରିଷଦ ସିଟ୍ ଜିତିଥିଲା । ୨୦୨୨ ନିର୍ବାଚନରେ ବିଜେପି ୨୫୫ଟି ସିଟ୍ ହରାଇଛି । ୨୦୧୭ ନିର୍ବାଚନରେ ​​ ବିଜେପି ୨୯୭ ଟି ଜିଲ୍ଲା ପରିଷଦ ସିଟ୍ ହାସଲ କରିଥିବାବେଳେ ଏହି ସଂଖ୍ୟା ବର୍ତ୍ତମାନ ୪୨କୁ ଖସି ଆସିଛି । ସେହିଭଳି ୨୦୧୭ରେ କଂଗ୍ରେସକୁ ୬୦ଟି ଜିଲ୍ଲା ପରିଷଦ ଆସନ ମିଳିଥିବା ବେଳେ ୨୦୨୨ରେ ମାତ୍ର ୩୭ଟି ଆସନ ଜିତିଛି କଂଗ୍ରେସ । ୨୦୧୭ରେ ସ୍ୱାଧୀନ ଏବଂ ଅନ୍ୟମାନେ ୧୭ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୨୨ ପଞ୍ଚାୟତ ନିର୍ବାଚନରେ ଏହା ୭କୁ ଖସି ଆସିଛି ।

ଶାସକ ଦଳକୁ ୧ କୋଟି ୧୦ ଲକ୍ଷ୍ଯ ୮୯ ହଜାର ୭୧୨ଟି ଭୋଟ ମିଳିଛି । ତା ସହିତ ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ପରିଷଦ ଗଠନ କରିବାକୁ ଯାଉଛି ବିଜେଡି । ସେହିପରି ବିଜେପିକୁ ମିଳିଛି ୬୩ ଲକ୍ଷ ୨୩ ହଜାର ଭୋଟ । କଂଗ୍ରେସକୁ ୨୮ ଲକ୍ଷ ୫୪ ହଜାର ଭୋଟ ମିଳିଛି । ବିଜେପି ଗତଥର ଆଠଟି ଜିଲ୍ଲାରେ ପରିଷଦ ଗଠନ କରିଥିଲା ।

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ୧୦ଟି ଜିଲ୍ଲାର ଜିତିବାରେ ବିଫଳ ହୋଇଥିବାବେଳେ କଂଗ୍ରେସ ୧୮ ଟି ଜିଲ୍ଲାରେ ଖାତା ଖୋଲିପାରି ନାହିଁ । ଭଦ୍ରକ, ଦେଓଗଡ, ଜଗତସିଂହପୁର ଝାରସୁଗୁଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାରେ ବିଜେପି ଖାତା ଖୋଲିପାରି ନାହିଁ । ସେହିଭଳି ଅନୁଗୁଳ, ବରଗଡ, ଭଦ୍ରକ,ବୌଦ୍ଧ, କଟକ, ଦେଓଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଜିଲ୍ଲାରେ କଂଗ୍ରେସ ଖାତା ଖୋଲିବାରେ ବିଫଳ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.